ନେପାଳରେ ବୁଦ୍ଧଙ୍କ ଅବତାରଙ୍କୁ ୧୦ ବର୍ଷ ଜେଲ ଦଣ୍ଡ

୧୦ ବର୍ଷ ଜେଲ ଦଣ୍ଡ ପାଇଲେ ବୁଦ୍ଧଙ୍କ ଅବତାର

କାଠମାଣ୍ଡୁ : ଭଗବାନ ବୁଦ୍ଧଙ୍କ ଅବତାର ବୋଲି ବିଶ୍ୱାସ କରାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ନେପାଳର ଏକ ଅଦାଲତ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ରାମ ବାହାଦୁର ବମଜାନଙ୍କୁ ନେପାଳର ଏକ ଅଦାଲତ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜାନୁଆରୀ ମାସରେ କାଠମାଣ୍ଡୁ ଉପକଣ୍ଠରେ ଥିବା ଏକ ଘରୁ ବମଜାନଙ୍କୁ ଗିରଫ କରାଯାଇଥିଲା। ଦକ୍ଷିଣ ନେପାଳର ସରଲାହି ଜିଲ୍ଲା କୋର୍ଟର କୋର୍ଟ ଅଧିକାରୀ ସିକନ୍ଦର କାପର କହିଛନ୍ତି ଯେ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୩,୭୫୦ ଆମେରିକୀୟ ଡଲାର ଦେବାକୁ ବିଚାରପତି ୩୩ ବର୍ଷୀୟ ବମଜାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦଣ୍ଡାଦେଶ ବିରୋଧରେ ସେ ହାଇକୋର୍ଟରେ ଆବେଦନ କରିବେ ବୋଲି ତାଙ୍କ ଓକିଲ ଦିଲ୍ଲୀପ କୁମାର ଝା କହିଛନ୍ତି। ୨୦୦୫ମସିହାରେ ରାମ ବାହାଦୁର ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ଜଣେ ୧୫ ବର୍ଷର ବାଳକ ୧୦ ମାସ ଧରି ଜଙ୍ଗଲରେ ଏକ ଗଛ ତଳେ ବସି ତପସ୍ୟା କରୁଛି ବୋଲି ଖବର ପ୍ରସାରିତ ହୋଇଥିଲା। କିଛି ଲୋକ ତାଙ୍କୁ ଗୌତମ ବୁଦ୍ଧଙ୍କ ଅବତାର ବୋଲି କହିବା ଆରମ୍ଭ କଲେ ଏବଂ ତାଙ୍କ ଅନୁଗାମୀ ହୋଇଗଲେ।

Share Now:

Kalinga News Beuro

Next Post

ଘରେ ୪ଥର ସର୍ପ ଦଂଶନର ଶିକାର ହେବାପରେ ମାଉସୀ ଘରେ ଯୁବକଙ୍କୁ ଚୋଟ ମାରିଲା ସାପ

Tue Jul 2 , 2024
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫତେହପୁର ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ଯୁବକଙ୍କୁ ସାପ ମାସକ ଭିତରେ ୫ଥର ଦଂଶନ କରିଥିବା ଜଣାପଡ଼ିଛି। ଏହି ଘଟଣାଟି ଫତେହପୁର ଜିଲ୍ଲାର ମାଲବା ଥାନା ଅଧୀନସ୍ଥ ସୋରା ଗ୍ରାମରେ ଘଟିଛି। ଏଠାରେ ରହୁଥିବା ବିକାଶ ଦୁ‌ବେଙ୍କୁ ମାସକ ଭିତରେ ଗୋଟିଏ ସାପ ୫ଥର ଦଂଶନ କରିଛି। ସୌଭାଗ୍ୟବଶତଃ ବିକାଶ ଦୁବେ ପ୍ରତିଥର ଚିକିତ୍ସାପରେ ସୁସ୍ଥ ହୋଇଯାଇଛନ୍ତି। ଖବର ‌ଲେଖାହେଲା ପର୍ଯ୍ୟନ୍ତ […]
ଘରେ ୪ଥର ସର୍ପ ଦଂଶନର ଶିକାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial