ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀତ୍ବ ଘୋଷଣା କଲେ ଋଷି ସୁନକ୍

ଋଷି ସୁନକ୍

ଲଣ୍ଡନ : ବ୍ରିଟେନର ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥିତ୍ବ ଘୋଷଣା କଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ। କିଛି ଦିନ ତଳେ ସେ ବ୍ରିଟିସ କୋଷାଗାରର ଚ୍ୟାନସେଲର ପଦବୀରୁ ଇସ୍ତଫା ଦେଇଥିଲେ। ଏକ ଟୁଇଟ କରି ଋଷି ଏ ସଂପର୍କରେ ଘୋଷଣା କରିଛନ୍ତି। ଏହି ଟୁଇଟରେ ସେ ଲେଖିଛନ୍ତି “କନଜରଭେଟିଭ ଦଳର ପରବର୍ତ୍ତୀ ନେତା ଓ ବ୍ରିଟେନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ମୁଁ ଛିଡ଼ା ହେଉଛି। ଆସନ୍ତୁ ପୁଣି ଭରସା ଗଢିବା, ଅର୍ଥନୀତିକୁ ଛିଡ଼ା କରିବା ଓ ଦେଶକୁ ଏକାଠି କରିବା।“ ଋଷି ସୁନକଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା, ପରେ ସେମାନେ ବ୍ରିଟେନରେ ବସବାସ କରିଥିଲେ। ଋଷିଙ୍କ ମା ଜଣେ ଫାର୍ମାସିଷ୍ଟ ଥିଲେ, ସେ ରାଷ୍ଟ୍ରୀୟ ସ୍ଵାସ୍ଥ୍ୟ ସେବା (ଏନଏଚଏସ) ରେ କାମ କରନ୍ତି। ତାଙ୍କ ବାପା ଅକ୍ସଫୋର୍ଡ୍ ଓ ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ସ୍ନାତକ କରିଛନ୍ତି। ଋଷିଙ୍କ ଆଉ ଏକ ପରିଚୟ ହେଉଛି ସେ ଇନଫୋସିସ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ଜାମାତା। ଋଷିଙ୍କ ଜନ୍ମ ବ୍ରିଟେନର ହାମ୍ପସାୟାରରେ ହୋଇଥିଲ। ଋଷି ଆମେରିକାର ଷ୍ଟାନଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ଏମବିଏ କରିଛନ୍ତି। ସେ ଅକ୍ସଫୋର୍ଡ୍ ବିଶ୍ଵବିଦ୍ୟାଳୟରୁ ରାଜନୀତି, ଦର୍ଶନ ଓ ଅର୍ଥଶାସ୍ତ୍ର ପଢିଛନ୍ତି। ରାଜନୀତିକୁ ଆସିବା ପୂର୍ବରୁ ସେ ଇନଭେଷ୍ଟମେଣ୍ଟ ବ୍ୟାଙ୍କ୍ ଗୋଲ୍ଡମ୍ୟାନ୍ ସେସ୍ ଓ ହେଜ୍ ଫଣ୍ଡରେ କାମ କରିଛନ୍ତି। ଏହାପରେ ସେ ଇନଭେଷ୍ଟମେଣ୍ଟ ଫାର୍ମର ପ୍ରତିଷ୍ଠା କରିଥିଲେ।

Share Now:

Kalinga News Beuro

Next Post

ପ୍ରଶାସନ ଶୁଣିଲାନି : ଅଧପନ୍ତରିଆ ରାସ୍ତାର ନିର୍ମାଣ କାମ ପାଇଁ ଗ୍ରାମବାସୀ ଅଣ୍ଟା ଭିଡ଼ିଲେ

Fri Jul 8 , 2022
ବୈପାରିଗୁଡା : ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କ୍ରମରେ ଚାରି ବର୍ଷ ତଳେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହେଲେ ୧୦ ରୁ ୧୨ ଖଣ୍ଡ ଗ୍ରାମର ଲୋକେ ଉପକୃତ ହେବେ ବୋଲି ଆଶା ବାନ୍ଧି ବସିଥିଲେ। ତେବେ ରାସ୍ତା ନିର୍ମାଣ ନାଁରେ ମାଟି ପକେଇ ଦେବା ପରେ ଆଉ ଆଗକୁ ବଢିଲା ନାହିଁ, ଯାହାଫଳରେ ଗ୍ରାମବାସୀଙ୍କ ଆଶା ଆଶାରେ ହିଁ ରହିଗଲା। ଏସଂପର୍କରେ ପ୍ରଶାସନକୁ […]
ପ୍ରଶାସନ ଶୁଣିଲାନି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial