ତାଲିବାନ ସରକାରର ନେତୃତ୍ବ ନେବେ ଶୀର୍ଷ ନେତା ଆତଙ୍କବାଦୀ ମୁଲ୍ଲା ବରାଦର

ଶୀର୍ଷ ନେତା ମୁଲ୍ଲା ବରାଦର-1

ନୂଆଦିଲ୍ଲୀ : ତାଲିବାନ ଶାସିତ ଆଫଗାନିସ୍ତାନରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୂତ୍ର ଅନୁସାରେ, ସରକାରର ନେତୃତ୍ବ ନେବେ ଶୀର୍ଷ ତାଲିବାନ ନେତା ମୁଲ୍ଲା ଅବ୍ଦୁଲ ଗନି ବରାଦର। ଏଥିସହ ମୁଲ୍ଲା ୟାକୁବ୍ ଏବଂ ଶେର ମହମ୍ମଦ ସ୍ତାନେକଜାଇଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବି ଦିଆଯିବ ବୋଲି ସୂଚନା ରହିଛି। ଆଜି ନୂତନ କ୍ୟାବିନେଟ୍ ଘୋଷଣା କରାଯିବାର ସମ୍ଭାବନା ରହିଛି। ତାଲିବାନର ରାଜନୈତିକ ଶଖାର ମୁଖ୍ୟ ମୁଲ୍ଲା ଅବ୍ବୁଲ୍ ଗନି ବରାଦର ସଂଗଠନର ସହ-ସଂସ୍ଥାପକ ମଧ୍ୟ । ସେ ତାଲିବାନର ଦୁର୍ଗ ଭାବରେ ଜଣାଶୁଣା ଆଫଗାନିସ୍ତାନର କାନ୍ଦାହାର ଅଞ୍ଚଳର ନିର୍ବିବାଦୀୟ ନେତା। ବରାଦର ସୋଭିଏତ୍ ସେନା ବିରୁଦ୍ଧରେ ଲଢ଼ୁଥିବା ମୁଜାହିଦ୍ଦିନମାନଙ୍କ ମଧ୍ୟରେ ସାମିଲ ଥିଲେ। ସେ କେବଳ ତାଲିବାନ ଆନ୍ଦୋଳନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ଘନିଷ୍ଠ ସହଯୋଗୀ ନୁହେଁ, ତାଲିବାନ ନେଉଥିବା ବିଭିନ୍ନ ନିଷ୍ପତ୍ତିରେ ବହୁ ଦିନରୁ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି । ୨୦୧୦ ମସିହାରେ ସେ କରାଚୀରେ ଗିରଫ ହୋଇ ୨୦୧୮ରେ ମୁକୁଳି ଥିଲେ। ୨୦୨୦ ମସିହାରେ ଦୋହାରେ ଆମେରିକା ସହିତ ତାଲିବାନର ଶାନ୍ତି ଚୁକ୍ତି ସେ ସ୍ୱାକ୍ଷର କରିଥିଲେ।

Share Now:

Kalinga News Beuro

Next Post

କବାଡିଆଙ୍କୁ ଶାଗମାଛ ଦରରେ ବିକ୍ରି କରାଗଲା ସିଟି ବସ

Fri Sep 3 , 2021
ଭୁବନେଶ୍ବର: ସାଇକେଲ କବାଡିଖାନାରେ ବିକ୍ରି ହେବା ଘଟଣା ଥମି ନଥିବାବେଳେ ସମାନ ଢ଼ଙ୍ଗରେ ସିଟି ବସକୁ ବିକ୍ରି କରି ଦିଆଯାଇଛି। ବର୍ଷ ବର୍ଷ ଧରି ଖରା, ବର୍ଷାରେ ପଡି ଖତ ଖାଇବା ପରେ ଶେଷରେ କବାଡିଆଙ୍କୁ ଶାଗମାଛ ଦରରେ ୧୨୧ ସିଟି ବସକୁ ବିକ୍ରି କରି ଦିଆଯାଇଛି। କୋଲକାତାର ଏକ ସ୍କ୍ରାପେଜ ସଂସ୍ଥାକୁ ଏସବୁ ବସକୁ ବିକ୍ରି କରାଯାଇଛି। ତେବେ ୨୦୧୦ରେ ସିଟି ବସ୍ ସେବା ଆରମ୍ଭ ହୋଇଥିଲା। ଜବାହାରଲାଲ […]
ସିଟି ବସକ କବାଡିଆଙ୍କୁ ବିକ୍ରି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial