କବାଡିଆଙ୍କୁ ଶାଗମାଛ ଦରରେ ବିକ୍ରି କରାଗଲା ସିଟି ବସ

ସିଟି ବସକ କବାଡିଆଙ୍କୁ ବିକ୍ରି

ଭୁବନେଶ୍ବର: ସାଇକେଲ କବାଡିଖାନାରେ ବିକ୍ରି ହେବା ଘଟଣା ଥମି ନଥିବାବେଳେ ସମାନ ଢ଼ଙ୍ଗରେ ସିଟି ବସକୁ ବିକ୍ରି କରି ଦିଆଯାଇଛି। ବର୍ଷ ବର୍ଷ ଧରି ଖରା, ବର୍ଷାରେ ପଡି ଖତ ଖାଇବା ପରେ ଶେଷରେ କବାଡିଆଙ୍କୁ ଶାଗମାଛ ଦରରେ ୧୨୧ ସିଟି ବସକୁ ବିକ୍ରି କରି ଦିଆଯାଇଛି। କୋଲକାତାର ଏକ ସ୍କ୍ରାପେଜ ସଂସ୍ଥାକୁ ଏସବୁ ବସକୁ ବିକ୍ରି କରାଯାଇଛି। ତେବେ ୨୦୧୦ରେ ସିଟି ବସ୍ ସେବା ଆରମ୍ଭ ହୋଇଥିଲା। ଜବାହାରଲାଲ ନେହେରୁ ଜାତୀୟ ସହରାଞ୍ଚଳ ନବୀକରଣ ମିଶନ ଯୋଜନାରେ ୧୨୫ଟି ବସ୍ କିଣାଯାଇଥିଲା। ପ୍ରାୟ ୨୨ କୋଟି ଟଙ୍କା ବିନିମୟରେ ଏହି ସିଟି ବସଗୁଡ଼ିକୁ କିଣା ଯାଇଥିଲା। ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସ ଲିମିଟେଡ୍ ଘରୋଇ ସଂସ୍ଥା ଡ୍ରିମ ଟିମ୍ ସାହାରା ସହ ୭ବର୍ଷିଆ ଚୁକ୍ତି କରିଥିଲା। ଆଉ ୭ ବର୍ଷ ଚାଲିବା ପରେ ଗାଡିଗୁଡିକ ଆଉ ଗଡି ନଥିଲା। ଗାଡି ଗୁଡିକ ପୋଖରିପୁଟ ଡିପୋରେ ପକାଇ ଦେଇଥିଲେ କର୍ତ୍ତୃପକ୍ଷ। ବର୍ଷ ବର୍ଷ ଧରି ବାହାରେ ପଡ଼ି ଖତ ଖାଇବା ପରେ କବାଡିଆଙ୍କୁ ୧୨୧ ଟି ସିଟି ବସ ବିକ୍ରି କରି ଦିଆଯାଇଛି।

Share Now:

Kalinga News Beuro

Next Post

୨୪ ଘଣ୍ଟା ମଧ୍ୟରେ ୨୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା : ୟେଲୋୱାର୍ଣ୍ଣିଙ୍ଗ ଜାରି

Fri Sep 3 , 2021
ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ଆଜି ଅପରାହ୍ନରୁ ଶନିବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ୨୦ଟି ଜିଲ୍ଲାରେ ବର୍ଷା ପବନ ଓ ବଜ୍ରପାତ ସହ ଘୂର୍ଣ୍ଣିଝଡ଼ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଏହି ସମସ୍ତ ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଙ୍ଗ ବା ହଳଦିଆ ଚେତାବନୀ ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଅପରାହ୍ନରେ ଜାରି ଏକ ସତର୍କ […]
୨୦ ଜିଲ୍ଲାରେ କାଳବୈଶାଖୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial