ବୁଡ଼ିଗଲା ଏମଭି ୯୬ ବ୍ରିଜ୍‌ : ୩୨୬ ଜାତୀୟ ରାଜପଥର ଉଭୟ ପଟେ ଅଟକି ରହିିଛି ଯାନବାହାନ

ବୁଡ଼ିଗଲା ଏମଭି ୯୬ ବ୍ରିଜ୍‌

କାଲିମେଳା: ଲଗାଣ ବର୍ଷା ହେତୁ ପୁଣି ବୁଡ଼ିଯାଇଛି ଏମଭି ୯୬ ବ୍ରିଜ୍‌। ପାଣି ଏତେ ଅଧିକ ହୋଇଯାଇଛି ଯେ ବ୍ରିଜ ଉପରେ ୬ ଫୁଟ ବନ୍ୟା ଜଳ ପ୍ରବାହିତ ହୋଇଛି। ଫଳରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ରାଜ୍ୟକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ୩୨୬ ଜାତୀୟ ରାଜପଥର ଉଭୟ ପଟେ ଯାନବାହାନ ଅଟକି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମାଲକାନଗିରିରେ ୨୧.୪ ମିମିର ବର୍ଷା ରେକର୍ଡ ହୋଇଛି।
ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ମଙ୍ଗଳବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଆଜି ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବୁଧବାର ଅପରାହ୍ଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ରାଜଧାନୀ ଭୁବନେଶ୍ୱର ଓ କଟକରେ ବର୍ଷା ଚାଲିଛି। ସେହିପରି ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଯାଜପୁର, ବାଲେଶ୍ୱର, ଭଦ୍ରକ, କୋରାପୁଟ. ସମ୍ବଲପୁର, ବଲାଙ୍ଗୀର, ସୋନପୁର ଆଦି ଜିଲ୍ଲାରେ ବର୍ଷା ଲାଗି ରହିଛି। ସକ୍ରିୟ ଲଘୁଚାପ ପ୍ରଭାବରେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ।

Share Now:

Kalinga News Beuro

Next Post

‘ଇଣ୍ଡିଆ’ ସନାତନ ଧର୍ମକୁ ବିଲୁପ୍ତ କରିଦେବାକୁ ଚାହୁଁଛି : ପ୍ରଧାନମନ୍ତ୍ରୀ ମୋଦୀ

Thu Sep 14 , 2023
ନୂଆଦିଲ୍ଲୀ: ‘ଇଣ୍ଡିଆ ବ୍ଲକ୍‌’ ସନାତନ ଧର୍ମ, ଦେଶର ସଂସ୍କୃତି ଓ ନାଗରିକମାନଙ୍କ ବିପଦ ସୃଷ୍ଟି କରୁଛି ବୋଲି ଆଜି ବିରୋଧୀମାନଙ୍କୁ ତୀବ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ସନାତନ ଧର୍ମକୁ ବିଲୁପ୍ତ କରି ସେମାନେ ଦେଶକୁ ୧୦୦୦ ବର୍ଷ ତଳର ଦାସତ୍ୱ ଆଡ଼କୁ ଫେରାଇ ନେବାକୁ ଚାହୁଁଛନ୍ତି। ଉଲ୍ଲେଖଯୋଗ୍ୟ, ‘ଡିଏମ୍‌କେ’ ନେତା […]
‘ଇଣ୍ଡିଆ’ ସନାତନ ଧର୍ମକୁ ବିଲୁପ୍ତ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial