‘ଇଣ୍ଡିଆ’ ସନାତନ ଧର୍ମକୁ ବିଲୁପ୍ତ କରିଦେବାକୁ ଚାହୁଁଛି : ପ୍ରଧାନମନ୍ତ୍ରୀ ମୋଦୀ

‘ଇଣ୍ଡିଆ’ ସନାତନ ଧର୍ମକୁ ବିଲୁପ୍ତ-1

ନୂଆଦିଲ୍ଲୀ: ‘ଇଣ୍ଡିଆ ବ୍ଲକ୍‌’ ସନାତନ ଧର୍ମ, ଦେଶର ସଂସ୍କୃତି ଓ ନାଗରିକମାନଙ୍କ ବିପଦ ସୃଷ୍ଟି କରୁଛି ବୋଲି ଆଜି ବିରୋଧୀମାନଙ୍କୁ ତୀବ୍ର ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନିର୍ବାଚନ ହେବାକୁ ଥିବା ମଧ୍ୟପ୍ରଦେଶରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି, ସନାତନ ଧର୍ମକୁ ବିଲୁପ୍ତ କରି ସେମାନେ ଦେଶକୁ ୧୦୦୦ ବର୍ଷ ତଳର ଦାସତ୍ୱ ଆଡ଼କୁ ଫେରାଇ ନେବାକୁ ଚାହୁଁଛନ୍ତି। ଉଲ୍ଲେଖଯୋଗ୍ୟ, ‘ଡିଏମ୍‌କେ’ ନେତା ଉଦୟନିଧି ଷ୍ଟାଲିନ୍‌ ‘ସନାତନ ଧର୍ମ’ ଉପରେ ଦେଇଥିବା ମନ୍ତବ୍ୟ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଜି ପ୍ରଥମ କରି ଉପରୋକ୍ତ ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି।
ତାମିଲନାଡୁ ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପ୍ରତି ସମୁଚ୍ଚିତ ଜବାବ ଦେବା ପାଇଁ ଆଗରୁ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରୀମାନଙ୍କୁ କହିଥିଲେ। ଆଜି ରାଲିରେ ଉଦ୍‌ବୋଧନ ଦେବା ବେଳ ପ୍ରଧାନମନ୍ତ୍ରୀ କହିଲେ, ଅହଙ୍କାରୀ ମେଣ୍ଟ ‘ସନାତନ ଧର୍ମ’ ନଷ୍ଟ କରିଦେବାକୁ ଚାହାଁନ୍ତି। ଅଳ୍ପ କେତେକ ସଂଗଠନ ଦେଶ ଓ ସମାଜକୁ ଭାଗ କରିବାକୁ ଉଦ୍ୟମ କରୁଛନ୍ତି। ସେମାନେ ‘ଇଣ୍ଡିଆ ବ୍ଲକ୍‌’ରେ ଏକତ୍ର ହୋଇଛନ୍ତି। ଭାରତୀୟ ସଂସ୍କୃତି ଉପରେ ଆକ୍ରମଣ କରିବା ପାଇଁ ମଧ୍ୟ ସେମାନେ ଗୁପ୍ତ ଯୋଜନା କରିଛନ୍ତି। ସନାତନ ସଂସ୍କୃତି ବିଲୋପ କରିବା ଲାଗି ‘ଇଣ୍ଡଆ ବ୍ଲକ୍‌’ ପ୍ରତିବଦ୍ଧ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି, ସନାତନ ଧର୍ମ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ଆସିଛି। ସନାତନ ଧର୍ମକୁ ବିଲୋପ କରିବାର ଆହ୍ୱାନ ସମସ୍ତ ସୀମା ଅତିକ୍ରମ କରିଯାଇଛି। ଏହି ଆହ୍ୱାନକୁ ଚାଲେଞ୍ଜ୍‌ ନ କରି ଛଡ଼ାଯିବ ନାହିଁ। ଆଜି ସେମାନେ ଅବାଧରେ ସନାତନ ଧର୍ମକୁ ସମାଲୋଚନା କଲେ। ଆସନ୍ତାକାଲି ଆମକୁ ଆହୁରି ବେଶୀ ସମାଲୋଚନା କରିବେ। ଦେଶର ସମସ୍ତ ସନାତନୀ ଓ ଦେଶକୁ ଶ୍ରଦ୍ଧା କରୁଥିବା ଲୋକମାନଙ୍କୁ ସଜାଗ ରହିବାକୁ ପଡ଼ିବ। ଆମେ ଏଭଳି ଲୋକଙ୍କୁ ବାଧା ଦେବା ଉଚିତ।

Share Now:

Kalinga News Beuro

Next Post

ଶାନ୍ତିପଲ୍ଲୀ ଆବାସ ଯୋଜନାରେ ବଢ଼ୁଛି ଅଶାନ୍ତି : ୧୦ ବର୍ଷ ପୂରିଲା, ଆବଣ୍ଟନ ନୋହିଲା

Thu Sep 14 , 2023
୧୩୦୦ ଘର ହେବ, ହୋଇଛି ୫୬୦, ୧୬ରେ ଲଟେରି ଭୁବନେଶ୍ୱର: ସହିଦନଗର ଶାନ୍ତିନଗର ଆବାସ ଯୋଜନାରେ ଅଶାନ୍ତି ବଢ଼ୁଛି। ସର୍ଭେ କରି ହିତାଧିକାରୀଙ୍କ ତାଲିକା ୧୦ ବର୍ଷ ହେଲା ପ୍ରସ୍ତୁତ ହୋଇଛି। ୧୩୦୦ ଘର ତିଆରି ହେବାକୁ ଥିବା ବେଳେ ୫୬୦ ଟି ତିଆରି ହୋଇଛି। ହେଲେ ସେହି ୫୬୦ ଘର ମଧ୍ୟ ଆବଣ୍ଟନ ହୋଇପାରୁନାହିଁ। ତାଲିକାରୁ ନାଁ କଟା ହେଉଛି, ଯୋଡ଼ା ହେଉଛି। ଦୁଇଦୁଇ ଥର ସର୍ଭେ କରି […]
ଶାନ୍ତିପଲ୍ଲୀ ଆବାସ ଯୋଜନାରେ ବଢ଼ୁଛି ଅଶାନ୍ତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial