ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଡ୍ରୋନ ପାଇଁ ଭାରତ-ଆମେରିକା ଚୁକ୍ତି ଖୁବଶୀଘ୍ର

ଭାରତ ପାଇବ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଡ୍ରୋନ

ନୂଆଦିଲ୍ଲୀ : ଚୀନ ବିପଦର ମୁକାବିଲା ପାଇଁ ଭାରତ ନିଜର ଅସ୍ତ୍ରାଗାରରେ ଅତ୍ୟାଧୁନିକ ଲଢୁଆ ଡ୍ରୋନ ସାମିଲ କରିବାକୁ ଉଦ୍ୟମ କରିଚାଲିଛି। ଆମେରିକାଠାରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଲଢୁଆ ଡ୍ରୋନ ଏମକ୍ୟୁ-୯ବି ଡ୍ରୋନ କିଣିବାକୁ ଭାରତ ସରକାର ଆସନ୍ତା କିଛି ସପ୍ତାହ ମଧ୍ୟରେ ମଞ୍ଜୁରୀ ଦେଇପାରନ୍ତି ବୋଲି ଆମେରିକୀୟ ସମ୍ବାଦପତ୍ର ଦି ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ରିପୋର୍ଟ ପ୍ରକାଶ କରିଛି।
ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଡ୍ରୋନ କ୍ରୟ ପାଇଁ ଦୁଇ ଦେଶ ନିକଟତର ହୋଇଛନ୍ତି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତ ସରକାର ଏହି ଡିଲକୁ ମଞ୍ଜୁରୀ ଦେବେ। ଅନ୍ୟପକ୍ଷରେ ଏହି ଡିଲ ପାଇଁ ଆମେରିକା କଂଗ୍ରେସ (ସଂସଦ)ର ମଞ୍ଜୁରୀ ଆବଶ୍ୟକ ପଡ଼ିବ। ତେବେ ଏହି ଡ୍ରୋନ ଭାରତକୁ ମିଳିବା ନିଶ୍ଚିତ ବୋଲି କୁହାଯାଉଛି। ମାତ୍ର ଆମେରିକୀୟ କଂଗ୍ରେସରେ ଏହି ପ୍ରସ୍ତାବ ଆଗତ ନ ହେବା ପର୍ଯ୍ୟନ୍ତ ଏ ସଂପର୍କରେ କୌଣସି ଔପଚାରିକ ବୟାନ ଜାରି କରାଯାଇପାରିବ ନାହିଁ। ଏହି ଡ୍ରୋନ ପାଇଲେ ନାଟୋ ବାହାରେ ଭାରତ ହେବ ପ୍ରଥମ ଦେଶ। ଏହି ଡ୍ରୋନକୁ ବାୟୁସେନା ଓ ନୌସେନା ବ୍ୟବହାର କରିପାରିବ। ଏହା ହିମାଳୟର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଉଡ଼ିପାରିବ, ପ୍ରହରା ଦେଇପାରିବ ଓ ଆକ୍ରମଣ କରିପାରିବ। ଭାରତ ଏବେ ଆମେରିକାଠାରୁ ଭଡ଼ାରେ ଆଣି ୨ଟି ଏପରି ଡ୍ରୋନ ବ୍ୟବହାର କରୁଛି। ଗତ ୨୦୨୦ ଭାରତ-ଚୀନ ସଂଘର୍ଷ ପରେ ଭାରତ ଏହି ଡ୍ରୋନ ଭଡ଼ାରେ ଆଣିଥିଲା।

Share Now:

Kalinga News Beuro

Next Post

ଇଣ୍ଡୋନେସିଆ ତୈଳ ଡିପୋରେ ଅଗ୍ନିକାଣ୍ଡ : ୧୫ ମୃତ,୧୬ ନିଖୋଜ

Sat Mar 4 , 2023
ଜାକର୍ତ୍ତା: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାସ୍ଥିତ ଏକ ତୈଳ ଡିପୋରେ ଭୟାବହ ଅଗ୍ନିକାଣ୍ଡ ଘଟିବା ଫଳରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି ଓ ୧୬ ଜଣ ନିଖୋଜ ଅଛନ୍ତି। ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ କମ୍ପାନି ପର୍ଟାମିନା ଦ୍ୱାରା ପରିଚାଳିତ ପର୍ଟାମିନାର ପ୍ଲମ୍ପାଙ୍ଗ ଇନ୍ଧନ ଭଣ୍ଡାର ଉତ୍ତର ଜାକର୍ତ୍ତାର ତାନାହମେରା ଅଞ୍ଚଳର ଏକ ଜନବହୁଳ ଅଞ୍ଚଳ ନିକଟରେ ଅବସ୍ଥିତ। ଏହା ଇଣ୍ଡୋନେସିଆର ଆବଶ୍ୟକତାର ୨୫ ପ୍ରତିଶତ ଇନ୍ଧନ ଯୋଗାଉଛି।ଅଗ୍ନିଶମ ବାହିନୀ ପକ୍ଷରୁ […]
ଇଣ୍ଡୋନେସିଆ ତୈଳ ଡିପୋରେ ଅଗ୍ନିକାଣ୍ଡ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial