ଦାନ୍ତେୱାଡା ବିସ୍ପୋରଣର କଡ଼ା ଜବାବ ଦେଲା ଛତିଶଗଡ଼ ପୁଲିସ: ଏନକାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତ୍ୟୁ

ଏନକାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତ୍ୟୁ

ରାଇଘର: ଛତିଶଗଡ଼ ପୁଲିସ ପ୍ରଶାସନର ପକ୍ଷରୁ ଏକ ବଡ଼ ସଫଳତା ମିଳିଥିବା ସାମ୍ନାକୁ ଆସିଛି l ଦାନ୍ତେୱାଡା ଘଟିଥିବା ବିସ୍ପୋରଣର କଡ଼ା ଜବାବ ଦେଇଛି ଗାରିଆବନ୍ଧ ପୁଲିସl ସୀଆରପିଏଫ କୋବ୍ରା ବାଟାଲିୟନ ୨୦୭ ଏବଂ ଗାରିଆବନ୍ଧ ପୁଲିସ ଫୋର୍ସର ମିଳିତ ଅପରେସନ୍ ରେ ହୋଇଥିଲା ଏନକାଉଣ୍ଟରl ଜୁଗାଡ଼ ଥାନା ଅଂଚଳର କର୍ଲାଜହର ଅଂଚଳରେ ଜଣେ କ୍ୟାଡର୍ ନକ୍ସଲ ନାଗେଶ ବି.କେ ଆଜି ସକାଳ ୯ ଟା ସମୟରେ ଏନକାଉଣ୍ଟର ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି l ନିହତ ନକ୍ସଲଙ୍କ ନିକଟରୁ ୩ ନଟ୍‌ ୩ ବନ୍ଧୁକ ମଧ୍ୟ ଜବତ କରାଯାଇଛି l ଏଥିସହିତ ଅନେକ ଉପଯୋଗୀ ଜିନିଷ ମଧ୍ୟ ଜବତ କରାଯାଇଛି l

Share Now:

Kalinga News Beuro

Next Post

ବିଡିଏରେ ଜମି କେଳେଙ୍କାରୀ : ଜଙ୍ଗଲ ଜମିରେ ଆପାର୍ଟମେଣ୍ଟ

Tue May 2 , 2023
ଓଡିଏ କୋର୍ଟରେ ୯ ବର୍ଷ ହେଲା ଗଡ଼ୁଛି ମାମଲା ଭୁବନେଶ୍ୱର: ପ୍ରଥମେ ଘର ତିଆରି କରିବାକୁ ପ୍ଲାନ୍‌ ମଞ୍ଜୁର କଲେ। ପରେ ଜଙ୍ଗଲ ଜମି କହି ଆପାର୍ଟମେଣ୍ଟକୁ ବେଆଇନ ଘୋଷଣା କଲେ। କେହି ଘର ନ କିଣିବା ପାଇଁ ନୋଟିସ୍‌ ବି କଲେ। ବିଜୁଳି ଓ ପାନୀୟ ଜଳ ସଂଯୋଗ ନ ଦେବା ପାଇଁ ବିଭିନ୍ନ ସଂସ୍ଥାକୁ ଚିଠି ଲେଖିଲେ। ଆପାର୍ଟମେଣ୍ଟ ଭାଙ୍ଗିବା ପାଇଁ ଓଡିଏ କୋର୍ଟରେ ମାମଲା ବି […]
ଜଙ୍ଗଲ ଜମିରେ ଆପାର୍ଟମେଣ୍ଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial