ଚଳିତ ମାସରୁ ସେବା ଆରମ୍ଭ କରିବ ‘ଆକାଶ ଏୟାର’ : ମିଳିଲା ଲାଇସେନ୍ସ

ସେବା ଆରମ୍ଭ କରିବ ‘ଆକାଶ ଏୟାର’

ନୂଆଦିଲ୍ଲୀ : ଭାରତୀୟ ଆକାଶରେ ଆଉ ଏକ ବିମାନ ସେବା କମ୍ପାନି ବା ଏୟାରଲାଇନ୍ସର ବିମାନ ଉଡ଼ିବାକୁ ଯାଉଛି। ଏହାର ନାଁ ହେଉଛି ବିଶିଷ୍ଟ ନିବେଶକ ରାକେଶ ଝୁନଝୁନଓ୍ବାଲାଙ୍କ ‘ଆକାଶ ଏୟାର’। ଏହି ନୂତନ ଏୟାରଲାଇନ୍ସକୁ ଆଜି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶକଙ୍କ ପକ୍ଷରୁ ଏୟାର ଅପରେଟର ଲାଇସେନ୍ସ ପ୍ରଦାନ କରାଯାଇଛି। ଲାଇସେନ୍ସ ପାଇବା ପରେ ‘ଆକାଶ ଏୟାର’ ଦେଶର ୮ମ ଘରୋଇ ବିମାନ ସେବା କମ୍ପାନିରେ ପରିଣତ ହୋଇଛି। ବର୍ତ୍ତମାନ ଦେଶରେ ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇଶଜେଟ୍, ଗୋଏୟାର, ଭିସ୍ତାରା, ଏୟାରଏସିଆ ବିମାନସେବା ଯୋଗାଉଛନ୍ତି। ସେହିପରି ଜେଟ ଏୟାରଓ୍ବେଜ ଖୁବ ଶୀଘ୍ର ସେବା ଆରମ୍ଭ କରିବାକୁ ଯାଉଛି। ଏହି କମ୍ପାନିକୁ ଗତ ମେ ମାସରେ ଏୟାର ଲାଇସେନ୍ସ ମିଳିଥିଲା। ସେବା ଆରମ୍ଭ କରିବା ପରେ ଆକାଶ ଏୟାର ଦେଶର ୮ମ କମ୍ପାନି ହେବ। ଗୋଟିଏ ବିମାନ ସେବା କମ୍ପାନିକୁ ଉଡାଣ ଲାଇସେନ୍ସ ପ୍ରଦାନର ଅର୍ଥ ହେଉଛି ଏହା ସବୁପ୍ରକାରର ଆଇନଗତ ଓ ଅନ୍ୟାନ୍ୟ ବୈଶୟିକ ଆବଶ୍ୟକତାକୁ ପୂରଣ କରିସାରିଛି ଓ ଉଡ଼ାଣ ଆରମ୍ଭ ପାଇଁ ପ୍ରସ୍ତୁତ ଅଛି। ଉଡାଣ ଲାଇସେନ୍ସ ପାଇବା ପରେ ଚଳିତ ମାସରେ ହିଁ ନିଜର ବିମାନ ସେବା ଆରମ୍ଭ କରିବାକୁ ଆକାଶ ଏୟାର ଲକ୍ଷ୍ୟ ରଖିଛି। ଏସଏନଭି ଆଭିଏସନ ଭାରେ ପଂଜୀକୃତ ଆକାଶ ଏୟାର ଗତ ବର୍ଷ ୭୨ଟି ବୋଇଙ୍ଗ ୭୩୭ ମାକ୍ସ ବିମାନ ଖରିଦ ପାଇଁ ଅର୍ଡର ଦେଇଥିଲା।

Share Now:

Kalinga News Beuro

Next Post

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବୋରିସ୍‌ ଜନସନ

Thu Jul 7 , 2022
ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ଆଜି ଗୁରୁବାର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି। ବ୍ରେକ୍ସିଟ୍‌, କୋଭିଡ୍‌ ଏବଂ ମାଉଣ୍ଟିଂ ସ୍କାଣ୍ଡାଲ୍‌ ମଧ୍ୟରେ ଛନ୍ଦି ହୋଇ ତିନି ବର୍ଷ ଦାୟିତ୍ୱରେ ରହିବା ପରେ କଞ୍ଜରଭେଟିଭ୍‌ ପାର୍ଟିର ନେତା ପଦ ଛାଡିଛନ୍ତି। ବୋରିସ୍‌ ଜନସନ ନିଜ ପଦରୁ ଇସ୍ତଫା ଘୋଷଣା କରିବା ପରେ ନିଜ ବିଦାୟୀ ଭାଷଣରେ କହିଛନ୍ତି, ‘ରାଜନୀତିରେ, କେହି ଅପରିହାର୍ଯ୍ୟ ନୁହଁନ୍ତି। ମୁଁ ଦୁଃଖିତ ଯେ ମୁଁ ସଫଳ […]
ବୋରିସ୍ ଜନସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial