କତାରରେ ୮ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ

କତାରରେ ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ

ଆଇନଗତ ବିକଳ୍ପ ସନ୍ଧାନ କରୁଛି ଭାରତ

ନୂଆଦିଲ୍ଲୀ: ଉପସାଗରୀୟ ଦେଶ କତାରରେ ୮ ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। କତାରରେ ଅଦାଲତଙ୍କ ରାୟକୁ ନେଇ ଭାରତ ସରକାରଙ୍କ ପ୍ରତିକ୍ରିୟା ଆସିଛି। ଏ ସଂପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଆମେ ଏଥିରେ ଗଭୀର ଆଶ୍ଚର୍ଯ୍ୟ। ଆମେ ଏହି ମାମଲାର ବିସ୍ତୃତ ରାୟକୁ ଅପେକ୍ଷା କରିଛୁ ଏବଂ ସମସ୍ତ ଆଇନଗତ ବିକଳ୍ପ ଉପରେ ବିଚାର କରୁଛୁ। ମିଳିଥିବା ସୂଚନା ଅନୁସାରେ କତାରର ଅଲ୍ ଦହରା କମ୍ପାନିରେ କାର୍ଯ୍ୟ କରୁଥିବା ଭାରତୀୟ ନୌସେନାର ୮ ଜଣ ପୂର୍ବତନ କର୍ମଚାରୀ ଇସ୍ରାଏଲ୍ ଲାଗି ଗୁପ୍ତଚରଗିରି କରୁଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ କତାରର ଏକ ଅଦାଲତ ଆଜି ରାୟ ଶୁଣାଇଛନ୍ତି ବୋଲି ପ୍ରାଥମିକ ସୂଚନା ମିଳିଛି। କୋର୍ଟ ସମସ୍ତଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ସେମାନେ ହେଲେ କ୍ୟାପଟେନ୍ ନବତେଜ୍ ସିଂ ଗିଲ୍, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ୍ ‌ସୌରଭ ବଶିଷ୍ଠ, କମାଣ୍ଡର ଅମିତ୍ ନାଗପାଲ୍, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁନାକର ପାକଲ୍, କମାଣ୍ଡର ସଂଜୀବ ଗୁପ୍ତା ଏବଂ ସେଲର୍ ରାଗେଶ୍। ଗତ ବର୍ଷ ଅଗଷ୍ଟରୁ ଏହି ୮ ଜଣ ଭାରତୀୟଙ୍କୁ କତାର ଇଣ୍ଟେଲିଜେନ୍ସ ଏଜେନ୍ସି ଦୋହାରୁ ଗିରଫ କରିଥିଲା।
“ଆମେ ମୃତ୍ୟୁଦଣ୍ଡରେ ଗଭୀର ଭାବରେ ଆଶ୍ଚର୍ଯ୍ୟ ହୋଇଛୁ ଏବଂ ବିସ୍ତୃତ ରାୟକୁ ଅପେକ୍ଷା କରୁଛୁ। ଆମେ ଉକ୍ତ ୮ ଜଣଙ୍କ ପରିବାର ସଦସ୍ୟ ଏବଂ ଆଇନଜୀବୀ ଦଳ ସହିତ ଯୋଗାଯୋଗରେ ଅଛୁ ଏବଂ ସମସ୍ତ ଆଇନଗତ ବିକଳ୍ପ ଅନୁସନ୍ଧାନ କରୁଛୁ। ଆମେ ଏହି ମାମଲାକୁ ବହୁତ ଗୁରୁତ୍ୱ ଦେଉଛୁ ଏବଂ ଏହା ଉପରେ ତୀକ୍ଷ୍ଣ ନଜର ରଖିଛୁ। ଆମେ ସମସ୍ତ କନସୁଲାର ଏବଂ ଆଇନଗତ ସହାୟତା ପ୍ରଦାନ ଜାରି ରଖିବୁ। ଆମେ କତାର କର୍ତ୍ତୃପକ୍ଷଙ୍କ ସହ ଏହି ପ୍ରସଙ୍ଗ ଆଲୋଚନା କରିବୁ। ଏହି ମାମଲାର ଶୁଣାଣି ଗୋପନୀୟ ଭାବେ ହୋଇଥିବା ହେତୁ ବର୍ତ୍ତମାନ ଅଧିକ ତଦନ୍ତ ହୋଇପାରୁନାହିଁ। ଏମାନେ ସମସ୍ତେ ଭାରତୀୟ ନୌସେନାର ପୂର୍ବତନ କର୍ମଚାରୀ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୨୦୨୨ରୁ ସେଠାରେ ଭାରତୀୟଙ୍କୁ ଜେଲରେ ରଖାଯାଇଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ କତାର କର୍ତ୍ତୃପକ୍ଷ ସାର୍ବଜନୀନ କରିନାହାନ୍ତି।

Share Now:

Kalinga News Beuro

Next Post

ଚିକିତ୍ସା ପାଇଁ ବାପାଙ୍କୁ ୩୫ କିଲୋମିଟର ଟ୍ରଲିରେ ଟାଣିଲେ ଝିଅ

Thu Oct 26 , 2023
ଭଦ୍ରକ: ଝିଅ ବି କୌଣସି ଗୁଣରେ କମ ନୁହେଁ। ଆକାଶରେ ଉଡୁଛି। ପାଣିରେ ମଧ୍ୟ ବୁଡୁଛି। ଶତ୍ରୁ ସହ ଯୁଦ୍ଧ ବି କରୁଛି। ବିପଦଆପଦ ବେଳେ ନିଜର ପରିବାର ପାଇଁ ଶକ୍ତି ହୋଇ ଠିଆ ହେଉଛି। ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳରେ ବାପାଙ୍କ ଚିକିତ୍ସା ପାଇଁ ଜଣେ ଝିଅ ଯେଉଁ କାମ କରିଛନ୍ତି, ତାଙ୍କୁ ଚାରିଆଡେ ପ୍ରଶଂସା କରିବା ସହିତ ବାଃ ବାଃ କହୁଛନ୍ତି। ଗୁରୁତର ବାପାଙ୍କ ଚିକିତ୍ସା ପାଇଁ […]
ବାପାଙ୍କୁ ବସାଇ ୩୫ କିଲୋମିଟର ଟ୍ରଲି ଟାଣିଲେ ଝିଅ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial