ଚନ୍ଦ୍ର‌ରେ ରାତି ହେବାକୁ ଆଉ ସପ୍ତାହେ ବାକି : ପୁଣି ଥରେ ଦିନ ଆସିଲେ କାର୍ଯ୍ୟକ୍ଷମ ହେବେ ତ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନ ?

ଚନ୍ଦ୍ର‌ରେ ରାତି ହେବାକୁ ଆଉ ସପ୍ତାହେ ବାକି

ନୂଆଦିଲ୍ଳୀ: ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭର ଚନ୍ଦ୍ରପୃଷ୍ଠରେ ସ୍ଥିରୀକୃତ ସମୟର ପ୍ରାୟ ଅଧା ରହି ସାରିଲାଣି। ଆମେ ଜାଣନ୍ତି ଯେ ବୈଜ୍ଞାନିକମାନେ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ରହିବାକୁ ଲ୍ୟାଣ୍ଡର ଓ ରୋଭରକୁ ଡିଜାଇନ୍‌ କରି ପଠାଇଥିଲେ। ଆମର ପୃଥିବୀର ୧୪ ଦିନ ଚନ୍ଦ୍ରର ଗୋଟାଏ ଦିନ ସହ ସମାନ। ବୈଜ୍ଞାନିକମାନେ ପୂର୍ବରୁ ଯୋଜନା କରି ଚନ୍ଦ୍ରରେ ଦିନ ଆରମ୍ଭ ହେଉଥିବା ବେଳେ ହିଁ ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡର୍‌କୁ ଅବତରଣ କରାଇଛନ୍ତି। ଫଳରେ ଆମ ପୃଥିବୀରେ ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରରେ ସୂର୍ଯ୍ୟାଲୋକ ରହିବ ଓ ସୌରଶକ୍ତି ଚାଳିତ ଲ୍ୟାଣ୍ଡର ଓ ରୋଭର ସକ୍ରିୟ ଭାବେ କାର୍ଯ୍ୟ କରିପାରିବେ। ‘ଚନ୍ଦ୍ରଯାନ-୩’ର ବ୍ୟାଟେରି ସୌରଶକ୍ତି ଦ୍ୱାରା ଚାଳିତ ‌ହେଉଥିବାରୁ ୧୪ ଦିନ ପର୍ଯ୍ୟନ୍ତ ସର୍ଯ୍ୟୋକିରଣ ମିଳିବ ଯେହେତୁ ବିଘ୍ନ ଉପୁଜିବାର କୌଣସି କାରଣ ନାହିଁ। ତେବେ ପ୍ରଶ୍ନ ଉଠୁଛି ୧୪ ଦିନ ପରେ ଯେତେବେଳେ ଚନ୍ଦ୍ରରେ ରାତି ଆସିବ ଲ୍ୟାଣ୍ଡର ଓ ରୋଭର ସକ୍ରିୟ ରହିପାରିବ ତ ? କାରଣ ଲ୍ୟାଣ୍ଡ୍‌ର ଅବତରଣ କରିବାକୁ ୟା ମଧ୍ୟରେ ସପ୍ତାହେ ବିତି ସାରିଛି। ତେବେ କ’ଣ ଆଉ ସପ୍ତାହେ ପରେ ପୃଥିବୀକୁ ଫେରିଆସିବ ‘ଚନ୍ଦ୍ରଯାନ-୩’ ? ଏହାର ଉତ୍ତର ନା। କାରଣ ଇସ୍ରୋ ବୈଜ୍ଞାନିକଙ୍କ ଅନୁସାରେ ଏହାର କାର୍ଯ୍ୟକାଳ ୧୪ ଦିନ ଓ ଏହା ଚନ୍ଦ୍ରପୃଷ୍ଠରେ ହିଁ ରହିବ। ଯଦି ସୌଭାଗ୍ୟବଶତଃ ଚନ୍ଦ୍ରରେ ରାତ୍ରି ପରେ ସୂର୍ଯ୍ୟୋଦୟ ହେବା ବେଳକୁ ଲ୍ୟାଣ୍ଡର ଓ ରୋଭର ସୌରଶକ୍ତି ଲାଭ କରି କାର୍ଯ୍ୟାରମ୍ଭ କରନ୍ତି ତେବେ ଏହା ଭାରତ ପାଇଁ ଏକ ବୋନସ୍ ହେବ। ଏହି ସପ୍ତାହ ମଧ୍ୟରେ ବିକ୍ରମ ଲ୍ୟାଣ୍ଡର୍‌ ଓ ପ୍ରଜ୍ଞାନ ରୋଭର୍‌ ଚନ୍ଦ୍ରପୃଷ୍ଠରୁ ପ୍ରତିଦିନ ନୂଆ ନୂଆ ତଥ୍ୟ ପଠାଇ ଚାଲିଛନ୍ତି। ସଭିଙ୍କ ମନରେ ଏବେ ଗୋଟାଏ ପ୍ରଶ୍ନ ରହିଛି ଯେ ଚନ୍ଦ୍ରରେ ଦିନ ପରେ ଯେତେବେଳେ ରାତି ଆସିବ ସେତେବେଳେ କ’ଣ ଘଟିବ। କାହିଁକି ନା, ଯାନ ଉପରେ ସୂର୍ଯ୍ୟୋକିରଣ ପଡ଼ିବା ବନ୍ଦ ହୋଇଗଲେ ସେଥିରେ ଥିବା ବ୍ୟାଟେରି ଡାଉନ୍‌ ହୋଇଯିବ।
ଏହି ଦ୍ବନ୍ଦ୍ବକୁ ଦୂର କରି ‘ଚନ୍ଦ୍ରଯାନ-୩’ ମିସନ୍‌ ପରିଚାଳନାର ନିର୍ଦ୍ଦେଶକ ଏମ୍‌ ଶ୍ରୀକାନ୍ତ ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ୍‌ ଇଣ୍ଡିଆକୁ ତାଙ୍କର ସାକ୍ଷାତ୍‌କାର ଦେଇ କହିଛନ୍ତି, ‘‘ରାତି ପରେ ପୁଣି ଥରେ ଦିନ ହେଲେ ‘ଚନ୍ଦ୍ରଯାନ-୩’କୁ ସକ୍ରିୟ କରିବା ପାଇଁ ବନ୍ଦୋବସ୍ତ କରାଯାଇଛି। ଏବେ ପର୍ଯ୍ୟନ୍ତ ଲ୍ୟାଣ୍ଡର୍‌ ଓ ରୋଭରର ପ୍ରଦର୍ଶନରୁ ଅନୁମାନ କରାଯାଉଛି ଯେ ଚନ୍ଦ୍ରରେ ରାତି ହେବା ପରେ ଯାନ କାମ କରିବା ବନ୍ଦ କରିପାରେ, କିନ୍ତୁ ପୁଣି ଥରେ ସୂର୍ଯ୍ୟୋକିରଣ ପାଇଲେ ଯାନ ସକ୍ରିୟ ବି ହୋଇପାରେ। ପୁଣି ଥରେ କାମ ଆରମ୍ଭ କରି ତଥ୍ୟ ପଠାଇବ ବୋଲି ଆଶା କରାଯାଉଛି। ଚନ୍ଦ୍ରପୃଷ୍ଠର ଗୋଟାଏ ଦିନ ମଧ୍ୟରେ ତଥ୍ୟ ହାତେଇବା ଆମର ପ୍ରାଥମିକତା। ଆମେ ଆଶା କରୁଛୁ ଯେ ଚନ୍ଦ୍ରରେ ରାତି ହେବା ପରେ ଲ୍ୟାଣ୍ଡ୍‌ର ଓ ରୋଭର ସ୍ଥବିର ହେବା ପରେ ପୁଣି ଥରେ କାମ କରିବେ। ଯଦି ସେପରି ହେଲା ତ ତାହା ଏକ ବୋନସ୍‌ ପରି। ତାହାକୁ ସଫଳତା କୁହାଯିବନି, କାରଣ ଆମେ ସଫଳତା ପାଇସାରିଛୁ।’’

Share Now:

Kalinga News Beuro

Next Post

ନକଲି ସିବିଆଇ ରେଡ ମାମଲା : ପୁଣି ୩ ଗିରଫ

Tue Aug 29 , 2023
ଭୁବନେଶ୍ୱର : ଘର ମାଲିକ ନିବାରଣ ନଗଦ ୨ କୋଟି ଟଙ୍କା କେଉଁଠୁ ଆଣିଲେ ସେନେଇ ଖୋଳତାଡ଼ କରିପାରେ ଆୟକର ବିଭାଗ। ରାଜଧାନୀରୁ ସିବିଆଇ ଅଧିକାରୀ କହି ୨ କୋଟି ଟଙ୍କା ଲୁଟ୍ ମାମଲାରେ ଆଉ ୩ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ। ଗତ ୨ ତାରିଖରେ ନନ୍ଦନବିହାରର ନିବାରଣ ପାଣିଙ୍କ ଘରେ ଦୁର୍ବୁତ୍ତ ପଶି ନିଜକୁ ସିବିଆଇ ଅଧିକାରୀ ପରିଚୟ ଦେଇ ୨ କୋଟି ଟଙ୍କା ଲୁଟ୍ […]
ରାଜଧାନୀରୁ ସିବିଆଇ ଅଧିକାରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial