ବେଙ୍ଗାଲୁରୁ: ମହୀଶୂର ବିମାନ ବନ୍ଦରକୁ ଟିପୁ ସୁଲ୍ତାନଙ୍କ ନାମାନୁସାରେ ନାମିତ କରିବା ଲାଗି କଂଗ୍ରେସ ବିଧାୟକ ପ୍ରସାଦ ଅବ୍ବୟାଙ୍କ ପ୍ରସ୍ତାବକୁ କର୍ଣ୍ଣାଟକ ବିଧାନସଭାରେ ‘ବିଜେପି’ ବିଧାୟକମାନେ ତୀବ୍ର ସମାଲୋଚନା କରିଛନ୍ତି। ବିମାନ ବନ୍ଦରଗୁଡ଼ିକର ନାମ ପରିବର୍ତ୍ତନ ନିମନ୍ତେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ବିଷୟରେ ଆଲୋଚନା ଚାଲିଥିବା ହୁବଲୀ-ଧାରୱାର୍ଡ (ପୂର୍ବ) ବିଧାୟକ ପ୍ରସାଦ ଅବ୍ବୟା ଉପରୋକ୍ତ ପ୍ରସ୍ତାବ ଦେଇଥିଲେ। ବିଧାନସଭା ଅଧିବେଶ ବେଳେ ଅବ୍ବୟା କହିଲେ, ମହୀଶୂର ବିମାନ ବନ୍ଦରର ନାଁ ଟିପୁ ସୁଲ୍ତାନ୍ ବିମାନ ବନ୍ଦର କରାଯାଉ ବୋଲି ମୁଁ ପ୍ରସ୍ତାବ ଦେଉଛି। ଏହା ଶୁଣି ‘ବିଜେପି’ ବିଧାୟକମାନେ ହଟ୍ଟଗୋଳ କଲେ।
ପ୍ରସ୍ତାବ ଉପସ୍ଥାପନ କରିବା ବେଳେ ଅବ୍ବୟା କହିଲେ, ଆମ ହୁବଲୀ ବିମାନ ବନ୍ଦରର ନାମ ସଙ୍ଗୋଲ୍ଲି ରାୟାନ୍ନା କରାଯାଉ ବୋଲି ଆମର ଇଚ୍ଛା। କିଟ୍ଟୁର ରାଣୀ ଚେନ୍ନାମ୍ମାଙ୍କ ନାମାନୁସାରେ ବେଲଗବୀ ବିମାନ ବନ୍ଦରର ନାମିତ କରାଯିବା ସହିତ ରାଷ୍ଟ୍ରକବି କୁବେମ୍ପୁଙ୍କୁ ନାମାନୁସାରେ ଶିବମୋଗ୍ଗା ବିମାନ ବନ୍ଦର ଓ ଜଗଜ୍ୟୋତି ବାସବନ୍ନାଙ୍କ ନାମାନୁଯାୟୀ ବିଜୟପୁର ବିମାନ ବନ୍ଦରକୁ ନାମିତ କରାଯାଉ ବୋଲି ଆମେ ଚାହୁଁ। ସେ ପୁଣି କହିଲେ, ଆମ ବିଧାନସଭାର ସମସ୍ତେ ଏହି ନାମ ପ୍ରସ୍ତାବ ଦେଇଛନ୍ତି। ଆମ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଆମ ମନ୍ତ୍ରୀ ଏମ୍. ବି. ପାଟିଲ୍ ଏ ବିଷୟରେ ବିଶେଷଭାବେ ଅବଗତ ହେବା ସହିତ କେନ୍ଦ୍ର ସରକାରଙ୍କ ନିକଟକୁ ସୁପାରିସ ପଠାଇଛନ୍ତି। ଏହାକୁ ମୁଁ ସ୍ୱାଗତ କରୁଛି। ଏହାଛଡ଼ା, ଅନ୍ୟାନ୍ୟ ବିମାନ ବନ୍ଦରଗୁଡ଼ିର ପୁନଃ ନାମକରଣ ସ୍ୱାଧୀନତା ସଂଗ୍ରାମୀ ଓ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ନାମାନୁସାରେ କରିବା ଲାଗି ରାଜ୍ୟ ସରକାର ଯୋଜନା କରୁଛନ୍ତି।
ମହୀଶୂର ବିମାନ ବନ୍ଦରକୁ ଟିପୁସୁଲ୍ତାନ୍ ବିମାନ ବନ୍ଦର କରାଯିବା ପ୍ରସ୍ତାବକୁ ‘ବିଜେପି’ର ତୀବ୍ର ବିରୋଧ

Share Now: