୬୮ ଲକ୍ଷ ହରାଇଲେ ଅନ୍‌ଲାଇନ୍‌ରେ ଖଟ ବିକୁଥିବା ଇଞ୍ଜିନିୟର୍‌

ବେଙ୍ଗାଲୁରୁ: ଗୋଟାଏ ପୁରୁଣା ଖଟ ବିକ୍ରି କରିବାକୁ ‘ଅନ୍‌ଲାଇନ୍‌ ମାର୍କେଟ୍‌ ପ୍ଲେସ୍‌ ଓଏଲ୍‌ଏକ୍ସ’ରେ ବିଜ୍ଞାପନ ଦେଇ ଜଣେ ୩୯ ବର୍ଷିୟ ଇଞ୍ଜିନିୟର୍‌ ୩ ଦିନ ମଧ୍ୟରେ ‘ସାଇବର୍‌କ୍ରୁକ୍‌’ଙ୍କ ଦ୍ୱାରା ୬୮ ଲକ୍ଷ ଟଙ୍କା ହରାଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ, ‘ଏଚ୍‌ଏସ୍‌ଆର୍‌ ଲେଆଉଟ୍‌’ ନିବାସୀ ଉକ୍ତ ଇଞ୍ଜିନିୟର୍‌ଙ୍କ ଅଭିଯୋଗ ଆଧାରରେ ଡିସେମ୍ବର ୯ ତାରିଖ ଦିନ ପୁଲିସ ‘ଆଇଟି ଆକ୍ଟ୍‌’ ଓ ‘ଆଇପିସି’ ଧାରା ୪୧୯ ଓ ୪୨୦ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଜଣେ ପୁଲିସ ଅଧିକାରୀ କହିଛନ୍ତି, ସେ ଠକମାନଙ୍କର ଆକାଉଣ୍ଟ୍‌ ଫ୍ରିଜ୍‌ କରିବା ଲାଗି ଆମେ ବ୍ୟାଙ୍କ୍‌ମାନଙ୍କୁ ଚିଠି ଲେଖିଛୁ। ପ୍ରାପ୍ତ ସୂଚନା ଅନୁସାରେ, ପୁରୁଣା ଖଟଟିକୁ ୧୫ ହଜାର ଟଙ୍କାରେ ବିକିବେ ବୋଲି ଫଟୋ ସହିତ ‘ଓଏଲ୍‌ଏକ୍ସ’ରେ ଉକ୍ତ ଇଞ୍ଜିନିୟର୍‌ ବିଜ୍ଞାପନ ପୋଷ୍ଟ କରିଥିଲେ। ଡିସେମ୍ବର ୬ ତାରିଖ ସକାଳ ପ୍ରାୟ ୭ଟା ବେଳେ ଇନ୍ଦିରାନଗରସ୍ଥିତ ଏକ ଆସବାବ୍‌ପତ୍ର ଦୋକାନର ମାଲିକ ରୋହିତ ମିଶ୍ର ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି ତାଙ୍କ ପାଖକୁ ଫୋନ୍‌ କରି ଖଟ କିଣିବାକୁ ଆଗ୍ରହୀ ବୋଲି କହିଲେ।
ଟଙ୍କା ବାବଦରେ କଥାବାର୍ତ୍ତା କରିବା ପରେ ଡିଜିଟାଲ୍‌ ପେମେଣ୍ଟ୍‌ ଆପ୍‌ ଜରିଆରେ ଟଙ୍କା ପଠାଇବେ ବୋଲି ଶର୍ମା ସେ ଇଞ୍ଜିନିୟର୍‌ଙ୍କୁ କହିଲେ। ଅଳ୍ପ ସମୟ ପରେ ଶର୍ମା କହିଲେ ‌କି, ସେ ତାଙ୍କ (ଇଞ୍ଜିନିୟର୍‌) ‘ୟୁପିଆଇ ଆଇଡି’କୁ ଟଙ୍କା ପଠାଇ ପାରୁ ନାହାନ୍ତି। ତେଣୁ, ସେ ତାଙ୍କ ପାଖକୁ ଆଗ ୫ ଟଙ୍କା ପଠାଇଲେ ସେ ଖଟର ଦାମ ବାବଦ ଅର୍ଥ ପଠାଇପାରିବେ। ଶର୍ମା ପଠାଇଥିବା ‘ୟୁପିଆଇ ଆଇଡି’କୁ ଇଞ୍ଜିନିୟର୍‌ ୫ ଟଙ୍କା ପଠାଇଲେ ଓ ଶର୍ମା ମଧ୍ୟ ୧୦ ଟଙ୍କା ପଠାଇଲେ। ଏଥର ପୁଣି ଶର୍ମା କହିଲେ ଯେ, ଟଙ୍କା ପଠାଇ ହେଉନାହିଁ, ଆପଣ ୫୦୦୦ ଟଙ୍କା ପଠାନ୍ତୁ। ୫୦୦୦ ଟଙ୍କା ପାଇବା ପରେ ଶର୍ମା ଇଞ୍ଜିନିୟର୍‌ଙ୍କ ନିକଟକୁ ୧୦,୦୦୦ ଟଙ୍କା ପଠାଇଲେ। ତା’ପରେ ଶର୍ମା ତାଙ୍କୁ ୭,୫୦୦ ଟଙ୍କା ପଠାଇବାକୁ କହି ୧୫,୦୦୦ ଟଙ୍କା ଫେରାଇ ଦେବେ ବୋଲି କହିଲେ। ଇଞ୍ଜିନିୟର୍‌ ଟଙ୍କା ପଠାଇଲେ। ତା’ପରେ ଶର୍ମା କହିଲେ ଯେ, ସେ ଭୁଲ୍‌କ୍ରମେ ତାଙ୍କ (ଇଞ୍ଜିନିୟର୍‌) ଆକାଉଣ୍ଟ୍‌କୁ ୩୦,୦୦୦ ଟଙ୍କା ପଠାଇ ଦେଇଛନ୍ତି। ତେଣୁ, ସେ (ଇଞ୍ଜିନିୟର୍‌) ଗୋଟାଏ ‘ଲିଙ୍କ୍‌’ରେ କ୍ଲିକ୍‌ କରି ‘ଓଟିପି’ ପଠାଇ ସେ ୩୦,୦୦୦ ଟଙ୍କା ଫେରାଇ ଦିଅନ୍ତୁ। ନିର୍ଦ୍ଦେଶମତେ ଇଞ୍ଜିନିୟର୍‌ କାମ କରିବା ପରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଚାଲିଯିବାକୁ ଲାଗିଲା। ବୈଷୟିକ ତ୍ରୁଟି କହି ଶର୍ମା ଆହୁରି ଲିଙ୍କ୍‌ ପଠାଇଲେ ଲକ୍ଷାଧିକ ଟଙ୍କା ପଠାଇବାକୁ କହିଲେ। ତାହା କରିବାରୁ ଇଞ୍ଜିନିୟର୍‌ଙ୍କ ଆକାଉଣ୍ଟ୍‌ରୁ ଡିସେମ୍ବର ୬ ତାରିଖରୁ ୮ ତାରିଖ ମଧ୍ୟରେ ୬୮.୬ ଲକ୍ଷ ଟଙ୍କା ଚାଲିଗଲା। ତା’ ପରେ ମଧ୍ୟ ଶର୍ମା ଟଙ୍କା ମାଗିବାରୁ ଠକାମିର ସରବ୍ୟ ହୋଇଥିବା କଥା ଇଞ୍ଜିନିୟର୍‌ ଜାଣିଲେ ଓ ଥାନାରେ ଅଭିଯୋଗ କଲେ।

Share Now:

Kalinga News Beuro

Next Post

ନନ୍ଦନକାନନରେ ସୁସ୍ଥ ହେଉଛି ଛୁଆ ହାତୀ : ଯୋଡ଼ିହେଉଛି ହାଡ଼ ଫାଟ,ଶୁଖୁଛି ଘା’

Fri Dec 15 , 2023
ବାରଙ୍ଗ: କେନ୍ଦୁଝରରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇ ନନ୍ଦନକାନ ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ଥିବା ୩ ମାସର ହାତୀ ଛୁଆଟି ଧୀରେଧୀରେ ସୁସ୍ଥ ହେଉଛି। ଗୋଡ଼‌ର ଘା’ ବହୁ ମାତ୍ରାରେ ଶୁଖିଆସିଥିବା ବେଳେ ଆଙ୍ଗୁଠି ହାଡ଼ର ଫାଟ ଯୋଡ଼ିହେଉଥିବା ଜଣାପଡ଼ିଛି। ତେଣୁ ଖୁବ୍‌ଶୀଘ୍ର ହାତୀ ଛୁଆଟି ପୂରା ସୁସ୍ଥ ହୋଇଯିବ ବୋଲି ଚିକିତ୍ସକମାନେ ଆଶାବାଦୀ ଥିବା କହିଛନ୍ତି। ଆଜି ଓୟୁଏଟି ପ୍ରାଣୀ ଅସ୍ଥି ଓ ଶଲ୍ୟ ବିଭାଗ ମୁଖ୍ୟ ପ୍ରଫେସର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial