ରାୟଗଡ଼ା ରେଳ ଷ୍ଟେସନରୁ ୩୫ ଦାଦନ ଶ୍ରମିକ ଉଦ୍ଧାର : ଦଲାଲ୍ ଗିରଫ

୩୫ ଦାଦନ ଉଦ୍ଧାର

ରାୟଗଡ଼ା: ଦାଦନ ରୋକିବାକୁ ଜିଆରପି, ଆରପିଏଫ୍ ପକ୍ଷରୁ ଆଜି ରାୟଗଡ଼ା ରେଳ ଷ୍ଟେସନରେ ଚଢ଼ଉ କରାଯାଇଛି। ଯାଞ୍ଚ ସମୟରେ ନିଜାମୁଦ୍ଦିନ୍ ନ୍ୟୁଦିଲ୍ଲୀ-ବିଶାଖାପାଟଣା ସମତା ଏକ୍ସପ୍ରେସରୁ ୩୫ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଦାଦନ ଚାଲାଣରେ ସଂପୃକ୍ତ ଦଲାଲ୍ ମହେଶ୍ବର ଭାଟିକୁ ପୁଲିସ୍ ଗିରଫ କରିଛି। ତେଲେଙ୍ଗାନାର ଏକ ଇଟାଭାଟିରେ କାମ କରିବାକୁ ବଲାଙ୍ଗୀର, ବରଗଡ଼, ନୂଆପଡ଼ା ଅଞ୍ଚଳର ୩୫ ଦାଦନ ଟିଟିଲାଗଡ଼ ଷ୍ଟେସନରେ ସମତା ଏକ୍ସପ୍ରେସରେ ଚଢ଼ିଥିଲେ। ଜିଆରପି, ଆରପିଏଫ୍ ପକ୍ଷରୁ ମିଳିତ ଯାଞ୍ଚ ସମୟରେ ଉଭୟ ଟିମ୍ ଟ୍ରେନରେ ସମସ୍ତ ଦାଦନକୁ ପଚରା ଉଚରା କରିଥିଲେ। ଦାଦନ ଖଟିବାକୁ ତେଲେଙ୍ଗାନା ଯାଉଥିବା ପୁଲିସ୍ ଜାଣିବା ପରେ ସମସ୍ତଙ୍କୁ ଟ୍ରେନରୁ ଓହ୍ଲାଇଥିଲା। ଉଦ୍ଧାର ଦାଦନଙ୍କ ମଧ୍ୟରେ ୧୭ ପୁରୁଷ, ୧୨ ମହିଳା ଓ ୫ ଶିଶୁ ରହିଛନ୍ତି। ୫ ଶିଶୁଙ୍କୁ ରାୟଗଡ଼ା ଚାଇଲଡ୍ ଲାଇନକୁ ହସ୍ତାନ୍ତର କରାଯାଇଛି। ଦଲାଲ୍ ମହେଶ୍ବରକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିବା ସହ ଉଦ୍ଧାର ଦାଦନକୁ ଘରକୁ ଫେରାଇ ଦେବା ପାଇଁ ପ୍ରୟାସ ଜାରି ରଖିଛି।

Share Now:

Kalinga News Beuro

Next Post

୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କଲା ୧୫ ବର୍ଷର ନାବାଳକ

Sat Nov 6 , 2021
ବଣାଇଗଡ଼: ବଣାଇ ଉପଖଣ୍ଡର ଲହୁଣିପଡ଼ା ଥାନା ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୫ ବର୍ଷର ଶିଶୁକନ୍ୟାକୁ ପଡ଼ୋଶୀ ଜଣେ ୧୫ ବର୍ଷର ନାବାଳକ ଦୁଷ୍କର୍ମ କରିବା ଚର୍ଚ୍ଚାର ବିଷୟ ସାଜିଛି। ଘଟଣାରୁ ପ୍ରକାଶ ଯେ ଗତକାଲି ଦିନବେଳେ ଏହି ଶିଶୁକନ୍ୟାଟି ତାଙ୍କ ପଡ଼ୋଶୀଘରେ ଏକୁଟିଆ ଥିବା ନାବାଳକ ସହିତ ଖେଳୁଥିଲା। ଏହି ସମୟରେ ନାବାଳକ ଜଣକ ଶିଶୁକନ୍ୟାକୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଶିଶୁକନ୍ୟାଟି କିଛି ଜାଣି […]
୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial