ଗୋଲ୍ଡେନ୍ ବାବାଙ୍କର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ୍ କଲା ଇଡି

ଗୋଲ୍ଡେନ୍ ବାବା

ଭୁବନେଶ୍ୱର : ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ୍ ବାବାଙ୍କର ୧ କୋଟି ୫୩ ଲକ୍ଷ ଟଙ୍କାର ସମ୍ପତ୍ତି ଆଟାଚ କରିଛି ଇଡି। ଏଥିରେ ତାଙ୍କର ଘର, ଦାମୀ ଗାଡ଼ି ଓ ଫ୍ରିଜ ଆକାଉଣ୍ଟର ଟଙ୍କା ରହିଛି। ଜ୍ୟୋତିରଞ୍ଜନ ବେଉରା ୧୧୦ କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିଲେ। ଚେକ ବାଉନ୍ସ ହେବାରୁ ୨୦୧୮ ଡିସେମ୍ବର ୩୧ ରେ ତାଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଥିଲା। ଏହାପରେ ଇଡି ୨୦୨୦ ରେ ନିଜ ଆଡୁ ମାମଲା ରୁଜୁ କରିଥିଲା। ସେ ଠକେଇ ଟଙ୍କାରେ ଅଡ଼ି, ଜାଗୁଆର ଓ ବିଏମଡବ୍ଲୁ ଚଢୁଥିଲେ। କିଛିଦିନ ତଳେ ନୟାପଲ୍ଲୀ ଅଞ୍ଚଳରୁ ଦାମୀ ଗାଡ଼ି ସିଜ କରିଥିଲା ଇଡି।
ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ୍ ବାବା ବଡ଼ବିଲ୍ରେ ଥିବା ଏକ ଖଣି କମ୍ପାନିକୁ ୧୧୦ କୋଟି ଟଙ୍କା ଋଣ କରାଇଦେବାକୁ ଚୁକ୍ତି କରିଥିବାବେଳେ ସଂପୃକ୍ତ ସଂସ୍ଥା ମୁଖ୍ୟ ୧୧ଟି ସିକ୍ୟୁରିଟି ଚେକ୍ ଆବେଦନକାରୀଙ୍କୁ ଦେଇଥିଲେ। ଟଙ୍କା ଉଠାଣ ସମୟ ଅବଧି ୨୦୨୦ ଏପ୍ରିଲ୍ରୁ ୨୦୩୦ ଏପ୍ରିଲ୍ ଯାଏ ରହିଥିଲା। ମାତ୍ର ଆବେଦନକାରୀ ୨୦୧୮ ସେପ୍ଟେମ୍ବରରେ ଗୋଟିଏ ଚେକ୍ ଜାଲିଆତି କରି ଦିଲ୍ଲୀସ୍ଥିତି ଏକ ବ୍ୟାଙ୍କ ଶାଖାରୁ ୧୨ କୋଟି ଟଙ୍କା ଉଠାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଚନ୍ଦ୍ରଶେଖରପୁର ଥାନାରେ ଏ ନେଇ ମାମଲା ରୁଜୁ ହେବା ପରେ ୨୦୧୮, ଡିସେମ୍ବର ୩୧ ରେ ପୁଲିସ ତାକୁ ଗିରଫ କରିଥିଲା। ପରେ ଅବଶ୍ୟ ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍ଡେନ୍ ବାବାଙ୍କୁ ହାଇକୋର୍ଟରୁ ଜାମିନ ମିଳିଥିଲା।

Share Now:

Kalinga News Beuro

Next Post

ଜାଗା ମିଶନ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Mon Aug 28 , 2023
ଭୁବନେଶ୍ୱର: ଜାଗା ମିଶନ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି। ରାଜ୍ୟର ୫ଟି ମହାନଗର ନିଗମର ୬୫ ହଜାର ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ମିଳିବ। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗର ନିଗମର ୮୭୫ ବସ୍ତିର ଲୋକଙ୍କୁ ଲ୍ୟାଣ୍ଡ ରାଇଟ୍ ସାର୍ଟିଫିକେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭୂମିହୀନଙ୍କୁ ପଟ୍ଟା ଦିଆଯାଇଛି। ସହରାଞ୍ଚଳର ବସ୍ତିରେ ରହୁଥିବା […]
ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial