ଜାଗା ମିଶନ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଜମିପଟ୍ଟା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାଗା ମିଶନ ଜରିଆରେ ଆଜି ମୁଖ୍ୟମନ୍ତ୍ରୀ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ବଣ୍ଟନ କରିଛନ୍ତି। ରାଜ୍ୟର ୫ଟି ମହାନଗର ନିଗମର ୬୫ ହଜାର ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ମିଳିବ। ଭୁବନେଶ୍ୱର, ବ୍ରହ୍ମପୁର, କଟକ, ସମ୍ବଲପୁର ଓ ରାଉରକେଲା ଆଦି ୫ ମହାନଗର ନିଗମର ୮୭୫ ବସ୍ତିର ଲୋକଙ୍କୁ ଲ୍ୟାଣ୍ଡ ରାଇଟ୍ ସାର୍ଟିଫିକେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭୂମିହୀନଙ୍କୁ ପଟ୍ଟା ଦିଆଯାଇଛି। ସହରାଞ୍ଚଳର ବସ୍ତିରେ ରହୁଥିବା ଲୋକଙ୍କ ଜମି ଅଧିକାର ସ୍ୱପ୍ନକୁ ସାକାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଜାଗା ମିଶନ ଜରିଆରେ ଲ୍ୟାଣ୍ଡ ରାଇଟ ସାର୍ଟିଫିକେଟ ପାଇବା ପରେ ଗରିବ ଲୋକ ମଧ୍ୟ ସ୍ୱାଭିମାନରେ ବଞ୍ଚି ପାରିବେ କହିଛନ୍ତି ନବୀନ ପଟ୍ଟନାୟକ। ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଜାଗା ମିଶନ ଯୋଜନାରେ ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ୧ ଲକ୍ଷ ୭୦ ହଜାର ପରିବାର ନୂଆ ପରିଚୟ ପାଇଛନ୍ତି। ରାଜ୍ୟ ସରକାରଙ୍କ ଜାଗା ମିଶନ ଯୋଜନା କେବଳ ଓଡ଼ିଶା ନୁହେଁ, ବରଂ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

Share Now:

Kalinga News Beuro

Next Post

ବାଲେଶ୍ୱରରେ ପ୍ରଧାନମନ୍ତ୍ରୀ ଆବାସର କଚ୍ଛପ ଗତି : ବିନ୍ଦାସ ଅଧିକାରୀ, ହତାଶ ହିତାଧିକାରୀ

Mon Aug 28 , 2023
ବାଲେଶ୍ୱର: ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗରିବ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଲେଶ୍ୱର ଜିଲ୍ଲାରେ ଦିଗହରା ହୋଇଛି। ବର୍ଷ ବର୍ଷ ଧରି ଜିଲ୍ଲାର ବିଭିନ୍ନ ବ୍ଲକରେ ୬୫ ହଜାରରୁ ଅଧିକ ଘର ପଡ଼ି ରହିଥିବାବେଳେ ବିଭାଗୀୟ ଅଧିକାରୀ ଏବଂ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇ ପାରୁନାହିଁ। ଚଳିତ ବର୍ଷ ଜିଲ୍ଲାକୁ ୬୬ ହଜାର ୫୯୭ ଘର ନିର୍ମାଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା […]
ପ୍ରଧାନମନ୍ତ୍ରୀ ଆବାସର କଚ୍ଛପ ଗତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial