ବନ୍ଧା ପଡିଛି ସାର୍ଟିଫିକେଟ

ଦୁଇ ଭଉଣୀଙ୍କୁ ମିଳିବ ସାର୍ଟିଫିକେଟ:ସ୍କୁଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ରାଉରକେଲା: ରାଉରକେଲା ସେଣ୍ଟ୍‌ ମେରୀ ସ୍କୁଲରେ ଛାତ୍ରୀଙ୍କ ସାର୍ଟିଫିକେଟ ବନ୍ଧା ପଡିବା ଘଟଣାରେ ତତ୍ପରତା ପ୍ରକାଶ ପାଇଛି। ସାର୍ଟିଫିକେଟ ଫେରାଇବାକୁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୁନ୍ଦରଗଡ କୁଆଁରମୁଣ୍ଡା ରିଓଁ ଗାଁ ଧରଣୀଦର ସିଂଙ୍କ ଦୁଇ ଝିଅ ଜୟଶ୍ରୀ ଓ ଭାଗ୍ୟଶ୍ରୀ ରାଉରକେଲା ଜଗଦା ସ୍ଥିତ ଇଂରାଜୀ ମିଡିୟମ ସେଂଟମେରୀ ସ୍କୁଲରେ ପାଠ ପଢୁଥିଲେ। କୋଏଲ ନଦୀ ପାର ହୋଇ ପାଠ ପଢ଼ିବାକୁ ଯାଆନ୍ତି ଦୁଇ ଭଉଣୀ। ହେଲେ ପରିବାରର ଆର୍ଥିକ ସ୍ଥିତି ହଠାତ ଖରାପ ହୋଇଯିବାରୁ ସ୍କୁଲ ଫି ଦେଇପାରିନଥିଲେ ଜୟଶ୍ରୀ ଓ ଭାଗ୍ୟଶ୍ରୀଙ୍କ ପରିବାର ଲୋକେ। ଦଶମ ବୋର୍ଡ ପରୀକ୍ଷା ସମୟରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଅର୍ଥ ଦେଇ ନପାରିବାରୁ ବହୁତ ହଇରାଣ କରିଥିଲେ।
ବହୁ କଷ୍ଟରେ ଧାର ଉଧାର କରି କିଛି ପଇସା ଜମା କରିବାରୁ କାକୁତି ମିନତୀ କରିବା ପରେ ଦଶମ ପରୀକ୍ଷା ଦେଇଥିଲେ ଦୁଇ ଭଉଣୀ। ହେଲେ ଆଇସିଏସି ପରୀକ୍ଷାରେ ଏ ଗ୍ରେଡରେ ଉତୀର୍ଣ୍ଣ ହେବା ପରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ ଏବେ ସାର୍ଟିଫିକେଟ ଦେଉନାହାନ୍ତି। ୨୦୧୭ ଜୁନ ମାସରୁ ଦୁହିଁଙ୍କ ସାର୍ଟିଫିକେଟ ସ୍କୁଲରେ ବନ୍ଧା ପଡ଼ିଥିବା ବେଳେ ଏବେ ଅଢ଼େଇ ବର୍ଷ ହେବ କଲେଜର ମାଟି ମାଡ଼ିପାରୁନାହାନ୍ତି। ଯେତେ କାକୁତି ମିନତୀ ପରେ ବି ସ୍କୁଲ କର୍ତ୍ତୃପକ୍ଷ ସାର୍ଟିଫିକେଟ ଦେବା ବଦଳରେ ଅଜବ ଯୁକ୍ତି ରଖିଛନ୍ତି। ଓଲଟା ଏଇଟା ସେବା କେନ୍ଦ୍ର କିମ୍ବା ଧର୍ମଶାଳା ନୁହେଁ, ଟଙ୍କା ଦିଅ ସାର୍ଟିଫିକେଟ ନିଅ ବୋଲି କହିଥିଲେ ସ୍କୁଲ କର୍ତ୍ତୃପକ୍ଷ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଳାପାଳ ଆଜି ସ୍କୁଲ କର୍ତ୍ତୃପକ୍ଷଙ୍କୁ ସାର୍ଟିଫିକେଟ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ପାଇଁ ପୁଲିସର ପ୍ରସ୍ତୁତି : ୫ରୁ ଅନ୍‌ଲାଇନ୍‌, ୧୯ରୁ କାଉଣ୍ଟରରେ ଟିକେଟ ବିକ୍ରି

Sun Nov 17 , 2019
ଟିକେଟ୍‌ରେ ରହିବ ଡିସିପିଙ୍କ ଦସ୍ତଖତ, ଲାଗିବ ୧୮ପ୍ରତିଶତ ଜିଏସ୍‌ଟି ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଏକଦିବସୀୟ କ୍ରିକେଟ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏହାକୁ ଶୃଙ୍ଖଳିତ ଭାବେ ଆୟୋଜନ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଆଜି କମିସନରେଟ୍‌ ପୁଲିସ ମୁଖ୍ୟାଳୟରେ ଓଡ଼ିଶା କ୍ରି‌କେଟ୍‌ ଆସୋସିଏସନ କର୍ମକର୍ତ୍ତାଙ୍କ ସହ କମିସନରେଟ୍‌ ପୁଲିସର ଏକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial