ବନ୍ୟା ଜଳରେ ବୁଡ଼ିଲା ଅଂଶୁପା ହ୍ରଦ ପାର୍କ : ମହାନଦୀରେ ଜଳସ୍ତର ବୃଦ୍ଧି ,ତଳିଆ ଅଂଚଳ ପ୍ରଭାବିତ ଆଶଙ୍କା

ବନ୍ୟା ଜଳରେ ବୁଡ଼ିଲା ଅଂଶୁପା ହ୍ରଦ

କଟକ: ମୁଣ୍ଡଳିରେ ହୀରାକୁଦ ଡ୍ୟାମ ୪୬ଟି ଗେଟ ଦେଇ ଛାଡ଼ୁଥିବା ପାଣି ପହଞ୍ଚିବା ପରେ ବୃଦ୍ଧି ହୋଇଛି ଜଳସ୍ତର। ହୀରାକୁଦ ଡ୍ୟାମରୁ ଶୁକ୍ରବାର ନିଷ୍କାସିତ ପ୍ରାୟ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ମୁଣ୍ଡଳିରେ ପହଞ୍ଚିଛି। ଏହି ବନ୍ୟାଜଳ ଆଜି ରାତି ସୁଦ୍ଧା କଟକ, ଜଗତସିଂହପୁର ଓ ପୁରୀ ଆଦି ଜିଲ୍ଲା ଦେଇ ପ୍ରବାହିତ ହୋଇଥିବା ବିଭିନ୍ନ ନଦୀରେ ପଶିବ। ଏହାର ପ୍ରଭାବରେ ମହାନଦୀ ଓ ଏହାର ଶାଖା ନଦୀ ଗୁଡିକର ଜଳସ୍ତର ଅଧିକାଂଶ ସ୍ଥାନରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଜଣାଯାଇଛି।ଏବେଠାରୁ ବିଭିନ୍ନ ଜିଲ୍ଲାର କେତେକ ଗାଁରେ ପାଣି ପଶିବା ଆରମ୍ଭ ହୋଇଗଲାଣି। ଖାଲି ସେତିକି ନୁହେଁ, ମହାନଦୀର ବନ୍ୟା ଜଳରେ ଅଂଶୁପା ହ୍ରଦ ପାର୍କ ବୁଡ଼ିଯାଇଥିବାର ଖବର ମିଳିଛି। ପାର୍କରେ ୮ରୁ ୧୦ ଫୁଟ୍‌ର ବନ୍ୟାଜଳ ପ୍ରବାହିତ ହେଉଥିବା ଜଣାଯାଇଛି। ଏଣେ କଟକ ଜିଲ୍ଲାର ଉତ୍ତର ବାଙ୍କୀ ଓ ତିଗିରିଆ ବ୍ଲକର ୯ ପଞ୍ଚାୟତ ପାଣି ଘେରରେ ଥିବାର ସୂଚନା ମିଳିଛି।
ନରାଜଠାରେ ମହାନଦୀରେ ବିପଦ ସଂକେତଠାରୁ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଆଳି ପିଙ୍ଗଳଠାରେ ଜଳସ୍ତର ବଢ଼ିବାରେ ଲାଗିଛି। ଦୟା, ଭାଗର୍ବି, କୁଶଭଦ୍ରା, ଚିତ୍ରୋତ୍ପଳା ସମେତ ଶାଖା ନଦୀଗୁଡିକ ଟଳମଟଳ ହେଲାଣି। ନଦୀ ଗୁଡିକର ଏପରି ରୂପ ଦେଖି ନଦୀ କୂଳିଆ ଅଞ୍ଚଳରେ ବସବାସ କରୁଥିବା ଲକ୍ଷ ଲକ୍ଷ ଲୋକ ଛାନିଆ ହୋଇ ଯାଇଛନ୍ତି।

Share Now:

Kalinga News Beuro

Next Post

୮ ମାସ ଗଲାନି ଭାଙ୍ଗିଗଲା ୪.୫ କୋଟିର ନଦୀବନ୍ଧ: ବ୍ୟାପକ ଦୁର୍ନୀତି, ଠିକାଦାର ଯନ୍ତ୍ରୀ ସଲାସୁତୁରା

Sun Aug 30 , 2020
ଅଢ଼େଇ ହଜାର ଲୋକ ଜଳବନ୍ଦୀ,ସରୀସୃପଙ୍କୁ ଦାୟୀ କଲେ ନିର୍ବାହୀ ଯନ୍ତ୍ରୀ କେନ୍ଦ୍ରାପଡ଼ା : ୮ ମାସ ତଳେ ଯେଉଁ ନଦୀବନ୍ଧ ମରାମତି ପାଇଁ ଖର୍ଚ୍ଚ ହୋଇଥିଲା ସାଢ଼େ ଚାରିକୋଟି ଟଙ୍କା , ଏବେ ସେଠି ୧୦୦ଫୁଟର ଘାଇ ହେବା ସହ ଭାଙ୍ଗିଯାଇଛି। ବନ୍ୟାର କରାଳତା ଗ୍ରାସ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ନିକଟରେ ବିରୂପା ନଈ କୂଳରେ ଥିବା ବେଣୀପୁର ଗ୍ରାମକୁ। ଘାଇ ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବା […]
ବିରୂପା ନଈରେ ବେଣୀପୁର ନିକଟରେ ଘାଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial