ମାରୱାଡି ମହିଳା ସମିତି ଭୁବନେଶ୍ୱର ଶାଖା ପକ୍ଷରୁ ଗୋବିନ୍ଦଜୀ ଗୌ-ଶାଳାରେ ଗୌ-କାଷ୍ଠ ଯନ୍ତ୍ର ସ୍ଥାପନ

ମାରୱାଡି ମହିଳା ସମିତି-1 (2)

ସାକ୍ଷୀଗୋପାଳ : ମାରୱାଡି ମହିଳା ସମିତି ଭୁବନେଶ୍ୱର ଶାଖା ପକ୍ଷରୁ ଗୋବିନ୍ଦଜୀ ଗୌ-ଶାଳା (ସାକ୍ଷୀଗୋପାଳ ଠାରେ) ଗୌ-କାଷ୍ଠ ଯନ୍ତ୍ର ସ୍ଥାପନ କରାଯାଇଛି। ଏହାଦ୍ୱାରା ଅନେକ ଉପକାର ହୋଇ ପାରିବ। ଗୋବରକୁ ଉପଯୋଗ କରି ଗୌ-କାଷ୍ଠତିଆରି କରାଯାଇ ପାରିବ। ଶ୍ମଶାନରେ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ଏହାକୁ ବ୍ୟବହାର କରାଯାଇ ପାରିବ। ଗୋଟିଏ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ଅତି କମରେ ୪୦୦କିଲୋ କାଠର ଆବଶ୍ୟକତା ହୋଇଥାଏ। ଗୌ-କାଷ୍ଠ ବ୍ୟବହାର ହେଲେ ବହୁ ପରିମାଣରେ ଗଛକାଟିବା ବା ଗଛର ବ୍ୟବହାର କମ କରାଯାଇ ପାରିବ। ଗଛ କାଟିବା କମିଗଲେ ପ୍ରକୃତିରେ କିଛି ମାତ୍ରାରେ ସନ୍ତୁଳନ ରକ୍ଷା କରାଯାଇ ପାରିବ ବୋଲି କାର୍ଯ୍ୟକ୍ରମ ଉଦ୍ଘାଟନ କରି ମାରୱାଡି ମହିଳା ସମିତି ଭୁବନେଶ୍ୱର ଶାଖାର ସଭାନେତ୍ରୀ ରେଖା ଅଗ୍ରୱାଲ ନିଜ ଅଭିଭାଷଣରେ କହିଛନ୍ତି।

ଗୌ-କାଷ୍ଠର ବ୍ୟବହାର ପାଇଁ ଏବେ ଦିଲ୍ଲୀ ,ଝାରଖଣ୍ଡ,ମଧ୍ୟପ୍ରଦେଶ ଆଦି ରାଜ୍ୟରେ ରାଜ୍ୟ ସରକାରମାନେ ଅନୁମତି ପ୍ରଦାନ କରିଛନ୍ତି। ଏହାର ବ୍ୟବହାର ଦ୍ୱାରା ପ୍ରଦୂଷଣ କମ ହେବ। ତେଣୁ ଓଡିଶା ସରକାର ମଧ୍ୟ ଏ ଦିଗରେ ନିଜର ଦୃଷ୍ଟି ଦିଅନ୍ତୁ ତଥା ପ୍ରାରମ୍ଭିକ ଭାବେ ପୁରୀ ସ୍ୱର୍ଗଦ୍ୱାର ଠାରେ ଏହାର ବ୍ୟବହାର କରାଗଲେ ଅନେକ ଗୋଶାଳା ମଧ୍ୟ କିଛି କିଛି ସହଯୋଗ ପାଇ ସେଠାରେ ଥିବା ବୃଦ୍ଧ ଗୋମାତା ମାନେ ଉପକୃତ ହୋଇପାରିବେ। ଏହି କାର୍ଯ୍ୟକ୍ରମରେ ମାରୱାଡି ମହିଳା ସମିତି ଭୁବନେଶ୍ୱର ଶାଖାର କାର୍ଯ୍ୟକର୍ତ୍ତୀ ଓ ଗୋଶାଳାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ଭଡ଼ାରେ ଚାଲିବ ଟ୍ରେନ୍ : ଭାରତୀୟ ରେଳ ବିଭାଗର ବଡ ନିଷ୍ପତି

Tue Nov 23 , 2021
ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ମଙ୍ଗଳବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତି ଅନୁଯାୟୀ କୌଣସି ରାଜ୍ୟ ସରକାର କିମ୍ବା କମ୍ପାନି ଟ୍ରେନକୁ ଭଡ଼ାରେ ନେଇପାରିବେ। ଏନେଇ ଷ୍ଟେଟ ହୋଲ୍ଡର୍ସଙ୍କ ସହ ରେଳ ମନ୍ତ୍ରାଳୟର ଆଲୋଚନା ହୋଇଛି। ଏହି ସେବା ପାଇଁ ରେଳ ବିଭାଗ ସର୍ବନିମ୍ନ ଚାର୍ଜ ଲଗାଇବ। ଏହି ଯୋଜନାରେ ୩୩୩୩ ଟି କୋଚ୍ ଅର୍ଥାତ ୧୯୦ ଟି ଟ୍ରେନକୁ ରେଳ ମନ୍ତ୍ରାଳୟ ଚିହ୍ନଟ କରିଛି। […]
ଭଡ଼ାରେ ଚାଲିବ ଟ୍ରେନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial