ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ

ବୋରୱେଲରୁ ଉଦ୍ଧାର ବୃଦ୍ଧାଙ୍କ ମୃତ୍ୟୁ

ସାପ କାମୁଡ଼ିବାରୁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା

ସୋନପୁର: ଗଭୀର ବୋରୱେଲରେ ଖସି ପଡ଼ିଥିବା ୮୦ ବର୍ଷୀୟ ବୃଦ୍ଧାଙ୍କୁ ଉଦ୍ଧାର କରାଯିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ସୋନପୁର ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ଲାଗି ଅଣାଯିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଡାକ୍ତର କହିଛନ୍ତି। ବୃଦ୍ଧାଙ୍କ ପାଖରେ ଏକ ଗାତରେ ସାପ ଥିଲା। ସାପ କାମୁଡ଼ିବାରୁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି। ଏନେଇ ତଦନ୍ତ ହେବ ବୋଲି ସୋନପୁର ଏସପି କହିଛନ୍ତି। ସୂଚନାଯୋଗ୍ୟ, ୫ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ବୃଦ୍ଧାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଥିଲା। ଏହାପରେ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ଲାଗି ନିଆଯାଇଥିଲା। ସଦର ବ୍ଲକ କଇଁଫୁଲ ଗାଁ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ଗତକାଲି ରାତିରୁ ବୃଦ୍ଧ ମହିଳା ୨୦ ଫୁଟ ତଳେ ଥିବା ସୂଚନା ମିଳିଥିଲା। ବୋରୱେଲରେ ଖସିପଡ଼ିଥିବା ବୃଦ୍ଧା ଜଣକ ହେଲେ ଦୁଖୀ ନେଗୀ। ସୋନପୁର ଓ ତରଭା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବୃଦ୍ଧାଙ୍କ ପାଖରେ ଅକ୍ସଜେନ୍ ପଠାଯାଇଥିଲା। ଏଣେ ତାଙ୍କର ଉଦ୍ଧାର ପାଇଁ ଆଉ ଏକ ଗାତ ଖୋଳା ଯାଇଥିଲା। ଏନଡିଆରଏଫ୍ ଟିମ୍ ବି ଘଟଣାସ୍ଥଳକୁ ଯାଇଥିଲେ। ମିଳିଥିବା ସୂଚନା ମୁତାବକ, ଗତକାଲି ବୃଦ୍ଧା ଦୁଖୀ ନେଗୀ କୌଣସି କାର୍ଯ୍ୟରେ ଆସିଥିବା ବେଳେ ବୋରୱେଲ ଭିତରେ ଖସିପଡ଼ିଥିଲେ। ପରିବାର ଲୋକ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସୂଚନା ମିଳିନଥିଲା। ତେବେ ଆଜି ବୃଦ୍ଧା ବୋରୱେଲ ଭିତରକୁ ଖସିପଡ଼ିଥିବା ନେଇ ଜାଣିବାକୁ ପାଇଥିଲେ ପରିବାରଲୋକ।

Share Now:

Kalinga News Beuro

Next Post

ଅଢ଼େଇ କୋଟି ଟଙ୍କାରେ ନିଲାମ ହେଲା ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କ ‘ପେପ୍‌ସି’ ବିଜ୍ଞାପନ ଜ୍ୟାକେଟ୍‌

Tue Nov 14 , 2023
ଲଣ୍ଡନ୍‌: ପ୍ରଖ୍ୟାତ ପପ୍‌ଷ୍ଟାର୍‌ ମାଇକେଲ୍‌ ଜ୍ୟାକ୍‌ସନ୍‌ ପିନ୍ଧୁଥିବା ଗୋଟାଏ କଳା-ଧଳା ଚମଡ଼ା ଜ୍ୟାକେଟ୍‌କୁ ସମ୍ପ୍ରତି ଲଣ୍ଡନ୍‌ରେ ୩୦୬,୦୦୦ ଡଲାର୍‌ ବା ଭାରତୀୟ ମୁଦ୍ରାରେ ୨.୫ କୋଟି ଟଙ୍କାର ନିଲାମ ‌କରାଯାଇଥିବା କଥା ‘ବିବିସି’ ରିପୋର୍ଟ କରିଛି। ପ୍ରାୟ ୪୦ ବର୍ଷ ତଳେ ୧୯୮୪ ମସିହାରେ ‘ପେପ୍‌ସି’ର ଏକ ବିଜ୍ଞାପନରେ ଜ୍ୟାକ୍‌ସନ୍‌ ଏହି ଜ୍ୟାକେଟ୍‌ ପିନ୍ଧିଥିଲେ। ଲଣ୍ଡନ୍‌ରେ ଏହି ଜ୍ୟାକେଟ୍‌ ନିଲାମ ଚାଲିଥିବା ବେଳେ ତାଙ୍କର ବହୁ ପ୍ରଶଂସକ ଓ ତଥ୍ୟ […]
ଅଢ଼େଇ କୋଟି ଟଙ୍କାରେ ନିଲାମ ହେଲା ମାଇକେଲ୍‌ ଜ୍ୟାକ୍‌ସନ୍‌ଙ୍କ ଜ୍ୟାକେଟ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial