ଟ୍ୱିନ ସିଟିକୁ ଯୋଡ଼ିବ ମେଟ୍ରୋ ଟ୍ରେନ: ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଟ୍ୱିନ ସିଟିକୁ ଯୋଡ଼ିବ ମେଟ୍ରୋ ଟ୍ରେନ

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ରୌପ୍ୟନଗରୀ କଟକକୁ ଗଡ଼ିବ ମେଟ୍ରୋ ଟ୍ରେନ। ଆଜି ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଥିବାବେଳେ ଭୁବନେଶ୍ୱର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ। ମେଟ୍ରୋ ଟ୍ରେନ୍ ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରରୁ ତ୍ରିଶୁଳିଆକୁ ଚନ୍ଦ୍ରଶେଖରପୁର ଦେଇ ସଂଯୋଗ କରିବ। ଏହି ମେଟ୍ରୋ ବିମାନବନ୍ଦରରୁ ବାହାରି ରେଳଷ୍ଟେସନ, ବାଣୀବିହାର, ପଟିଆ, ନନ୍ଦନକାନନ ଦେଇ ତ୍ରିଶୁଳିଆକୁ ଯୋଡ଼ିବ। ଉଲ୍ଲେଖ ଥାଉ କି ଶନିବାର ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଆଜି ଏ ନେଇ ସର୍ଭେ କରିଥିଲେ।
ମେଟ୍ରୋ ଟ୍ରେନ ଗଡ଼ିବା ପାଇଁ ସୁବିଧା ଅଛି କି ନାହିଁ, କେଉଁଠୁ କେଉଁଠିକି ମେଟ୍ରୋ ଟ୍ରେନ ଗଡିବ, ସେଥିପାଇଁ କ’ଣ କ’ଣ ଆବଶ୍ୟକ ତାହା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଏ ନେଇ ଅନୁଷ୍ଠିତ ସର୍ଭେ କାର୍ଯ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ, ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥାନନ୍, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମିଲ ଥିଲେ। କେଉଁ କେଉଁ ରୁଟ ଦେଇ ଯିବ ମେଟ୍ରୋ ସେଇ ସମସ୍ତ ଲାଇନ ଉପରେ ସମୀକ୍ଷା କରାଯାଇଥିଲା।

Share Now:

Kalinga News Beuro

Next Post

ବିକାଶରେ ବାଧକ ଇଡ୍‌କୋ-ବିଏମ୍‌ସି ସମନ୍ୱୟ

Sat Apr 1 , 2023
ଭୁବନେଶ୍ୱର: ବିଏମ୍‌ସିର ୧୦ ନମ୍ବର ୱାର୍ଡ ଅଧୀନରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସମେତ ୧୩ଟି ବସ୍ତି ଓ ଭୋଟପଡ଼ା ରାଜସ୍ୱ ଗ୍ରାମ ରହିଛି। ଏହି ୱାର୍ଡରେ ଇଡ୍‌କୋ ଅଧୀନରେ ବହୁ ଅଞ୍ଚଳ ରହିଛି। ବି‌ଶେଷକରି ଇଡ୍‌କୋ ଅଞ୍ଚଳ ପରିଧି ଭିତରେ ବିଭିନ୍ନ ବହୁ ବସ୍ତି ରହିଛି। ତେଣୁ ବିଏମ୍‌ସି ଓ ଇଡ୍‌କୋ ବୁଝାମଣାରେ ବିକାଶମୂଳକ କାର୍ଯ୍ୟ ହୋଇପାରିବ।। ମାତ୍ର ଏଠାରେ ବିଏମ୍‌ସି ଓ ଇଡ୍‌କୋ ମଧ୍ୟରେ ସମନ୍ୱୟ ନଥିବାରୁ ଆଖିଦୃଶିଆ ବିକାଶ […]
ବିକାଶରେ ବାଧକ ଇଡ୍‌କୋ-ବିଏମ୍‌ସି ସମନ୍ବୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial