ଆଜି ଚିଲିକାରେ ପକ୍ଷୀ ଗଣନା: ୧୨୦ ଜଣ ଗଣନାକାରୀଙ୍କୁ ଦିଆଗଲା ତାଲିମ

ଆଜି ଚିଲିକାରେ ପକ୍ଷୀ ଗଣନା

ବାଲୁଗାଁ: ଆଜି ଚିଲିକାରେ ହେବ ପକ୍ଷୀ ଗଣନା। ଭୋର୍‌ ୫ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚିଲିକାର ସମଗ୍ର ଅଞ୍ଚଳରେ ୨୧ଟି ଦଳରେ ୧୨୦ଜଣ ସଦସ୍ୟ ପକ୍ଷୀ ଗଣନା କାର୍ଯ୍ୟ କରିବେ। ଚିଲିକାର ୫ଟି ରେଞ୍ଜ୍‌ ମଧ୍ୟରୁ ଚିଲିକା ରେଞ୍ଜ୍‌ରେ ବେଶି ପକ୍ଷୀ ଦେଖାଯାଇଥା’ନ୍ତି। ବାଲୁଗାଁ,ଟାଙ୍ଗୀ, ଚିଲିକା,ସାତପଡ଼ା ଓ ରମ୍ଭା ରେଞ୍ଜ୍‌ର ସମସ୍ତ ଅଞ୍ଚଳକୁ ଗସ୍ତ କରି ପକ୍ଷୀ ବିଶେଷଜ୍ଞ, ପକ୍ଷୀ ବିଶାରଦ, ବିଭାଗୀୟ କର୍ମଚାରୀମାନେ ପକ୍ଷୀ ଗଣନା କାର୍ଯ୍ୟ କରିବେ। ଏଥିପାଇଁ ସୋମବାର ଦିନ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟଠାରେ ପକ୍ଷୀ ଗଣନା ପାଇଁ ଏକ ସ୍ୱତନ୍ତ୍ର ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଲୁଗାଁ ଏସିଏଫ୍‌ ଶରତ କୁମାର ମିଶ୍ର, ବମ୍ବେ ନାଚୁରାଲ ହିଷ୍ଟ୍ରିର ପକ୍ଷୀ ବିଶେଷଜ୍ଞ ତଥା ଉପନିର୍ଦ୍ଦେଶକ ବି. ବାଲଚନ୍ଦ୍ରନଙ୍କ ସହ କେତେକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଟ୍ରେନିଂରେ ସାମିଲ ହୋଇଥିଲେ। ବାଇନାକୁଲାର, ୱାକିଟକି ଦ୍ୱାରା ପକ୍ଷୀ ଗଣନା କରାଯାଇଥାଏ। ଚଳିତ ବର୍ଷ ଚିଲିକାରେ ପାଗ ଅନୁକୂଳ ଥିବାରୁ ପକ୍ଷୀ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Share Now:

Kalinga News Beuro

Next Post

୮ ସୁଦ୍ଧା ଟିକାକରଣ କେନ୍ଦ୍ର ଚିହ୍ନଟ ପାଇଁ ଜିଲ୍ଲାପାଳ ଓ ନଗର ନିଗମକୁ ସ୍ବାସ୍ଥ୍ୟ ବିଭାଗର ଚିଠି

Tue Jan 5 , 2021
ଭୁବନେଶ୍ବର : ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଟିକାକରଣ ପାଇଁ ଉଦ୍ଦିଷ୍ଟ ଟିକାଦାନ କେନ୍ଦ୍ରଗୁଡ଼ିକୁ ଆସନ୍ତା ୮ତାରିଖ ସୁଦ୍ଧା ଚୂଡ଼ାନ୍ତ କରିବା ଲାଗି ସବୁ ଜିଲ୍ଲାପାଳ ଓ ନଗର ନିଗମକୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାପାତ୍ର ଟିକାଦାନ କେନ୍ଦ୍ରରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ନିରୀକ୍ଷଣ ଗୃହ ରହିବା ନିହାତି ଆବଶ୍ୟକ ବୋଲି ନିର୍ଦେଶ ଦେଇଛନ୍ତି। ଟିକାଦାନ ପାଇଁ ପ୍ରାଥମିକ ସ୍ବାସ୍ଥ୍ୟ […]
୮ ସୁଦ୍ଧା ଟିକାକରଣ କେନ୍ଦ୍ର ଚିହ୍ନଟ କର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial