ତିହିଡି ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

Basant Sahani-BDO

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ନୂତନ ବିଡ଼ିଓ ଭାବେ ଶ୍ରୀ ବସନ୍ତ କୁମାର ସାହାଣୀ ଶୁକ୍ରବାର ଯୋଗଦାନ କରିଛନ୍ତି।ପୂର୍ବରୁ ବିଡ଼ିଓ ଦାୟିତ୍ୱରେ ଥିବା ଶ୍ରୀ ରମେଶ ଚନ୍ଦ୍ର ପଣ୍ଡାଙ୍କ ଠାରୁ ସେ ଏହି ଦାଇତ୍ୱ ଗ୍ରହଣ କରିଛନ୍ତି।ଶ୍ରୀ ସାହାଣୀ ମୟୁରଭଞ୍ଜ ଜିଲ୍ଲା କୁଲିଅଣା ତହସିଲରେ ତହସିଲଦାର ଓ ପରେ ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଟିଆରଓ ଭାବେ ଦକ୍ଷତାର ସହ କାର୍ଯ୍ୟକରି ସୁନାମ ଅର୍ଜନ କରିବାସହ ଜନସାଧାରଣଙ୍କର ପ୍ରିୟଭାଜନ ହୋଇପାରିଥିଲେ।ତିହିଡି ବ୍ଲକରେ ସରକାରଙ୍କ କୋଭିଡ-୧୯ ନିୟମକୁ କାର୍ଯ୍ୟକରି କରାଇବା ଦିଗରେ ପ୍ରାଧାନ୍ୟ ଦେବା ସହ ଜନସାଧାରଣଙ୍କ ସାଧାରଣ ସମସ୍ୟାପ୍ରତି ଗୁରୁତ୍ବଦେଇ ସମାଧାନ କରିବା ଦିଗରେ ଦୃଢତାର ସହ କାର୍ଯ୍ୟ କରିବେ ବୋଲି ଶ୍ରୀ ସାହାଣୀ କହିଛନ୍ତି। ନୂତନ ବିଡ଼ିଓ ଶ୍ରୀ ସାହାଣୀଙ୍କ ଯୋଗଦାନ ସମୟରେ ବ୍ଲକ ଅଧ୍ୟକ୍ଷା ବିଦୁଲତା ନାୟକ ଓ ଉପାଧ୍ୟକ୍ଷ ମାନସ ପାଠୀ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

୩୦ ଜିଲ୍ଲାରୁ ୧୩୭୬ଜଣ କରୋନା ପଜିଟିଭ୍ ଚିହ୍ନଟ

Sun Jul 26 , 2020
ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୫ହଜାର ଟପିଲା ଭୁବନେଶ୍ବର: ଆଜି ରାଜ୍ୟରେ ୧୩୭୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ଏହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରୁ ସଂଗରୋଧ କେନ୍ଦ୍ରରୁ ୯୧୭ ଓ ସ୍ଥାନୀୟ ଅଞ୍ଚଳରୁ ୪୫୯ ଚିହ୍ନଟ ହୋଇଛନ୍ତି। ଏହାଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୫,୩୮୯କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ […]
ରାଜଧାନୀରୁ ଆଜି ୩୧୯ ଜଣ କରୋନା ସଂକ୍ରମିତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial