ରସୁଲଗଡ଼ ଓଭରବ୍ରିଜ ଉପରେ ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍‌

ରସୁଲଗଡ଼ ଓଭରବ୍ରିଜ ଉପରେ ଜଳିଗଲା ଚଳନ୍ତା କାର୍‌

ଭୁ‌ବନେଶ୍ବର: ଚଳନ୍ତା କାରରେ ଲାଗିଲା ନିଆଁ ଲାଗିଛି। ପ୍ରତକ୍ଷ୍ୟଦର୍ଶୀମାନେ ଆଖି ଆଗରେ ଘଟିଯାଉଥିବା ଦୁର୍ଘଟଣାକୁ ସବୁ ଦେଖୁଥିଲେ ମଧ୍ୟ କିଛି କରିପାରୁ ନାହାନ୍ତି। ଭୁବନେଶ୍ବର ରସୁଲଗଡ଼ ଓଭରବ୍ରିଜ ଉପରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଅଘଟଣ ଘଟିଛି। ତେବେ ଖୁସିରେ କଥା ହେଲା ଦୁର୍ଘଟଣାଗ୍ରସ୍ତ କାରର ଚାଳକ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ ରସୁଲଗଡ଼ ଉପର ଦେଇ ଯାଉଥିବା ଏକ ଚଳନ୍ତା କାରରେ ଆଜି ଅପରାହ୍ନରେ ହଠାତ୍ ଲାଗିଛି ନିଆଁ ଲାଗିଯାଇଥିଲା। କାରଟି ଗଡୁଥିବା ବେଳେ ଗାଡ଼ି ଭିତରେ ଅଚାନକ ନିଆଁ ଲାଗିବା ସହ ଧୂଆଁ ହେଉଥିବା ଦେଖିବାକୁ ପାଇଥିଲେ ଗାଡ଼ିରେ ବସିଥିବା ବ୍ୟକ୍ତି। ଏହା ପରେ ସେ ଓ ଅନ୍ୟମାନେ ସଙ୍ଗେ ସଙ୍ଗେ ଗାଡ଼ି ଭିତରୁ ବାହାରି ଆସିଥିଲେ। କିନ୍ତୁ ଅଳ୍ପ କିଛି ମୁହୂର୍ତ୍ତରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲେ। ତେବେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥାଏ ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଗାଡ଼ିର ମାଲିକଙ୍କ ସଂପର୍କରେ ଜଣାପଡ଼ିନାହିଁ।

Share Now:

Kalinga News Beuro

Next Post

ସମ୍ବିଧାନ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କର : କଂଗ୍ରେସ ନେତା ରାଜା ପଟେରିୟା

Mon Dec 12 , 2022
ନୂଆଦିଲ୍ଲୀ: ତାଙ୍କର ମନ୍ତବ୍ୟକୁ ଅପ୍ରାସଙ୍ଗିକ ଭାବେ ଉପସ୍ଥାପନ କରାଯାଇଛି ବୋଲି ‘ସମ୍ବିଧାନ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କର’ ବୋଲି କହିଥିବା ମଧ୍ୟ ପ୍ରଦେଶର ପୂର୍ବତନ କଂଗ୍ରେସ ନେତା ରାଜା ପଟେରିୟା ଆଜି କହିଛନ୍ତି। କଥାକୁ ସ୍ପଷ୍ଟ କରିବାକୁ ଯାଇ ସେ କହିଛନ୍ତି ‘ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ଅର୍ଥ ଆଗାମୀ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ ପରାସ୍ତ କରିବା। ସେ କହିଛନ୍ତି, କହିବା ବେଳେ ହୁଏ ତ ପାଟିରୁ ଏମିତି ବାହାରି ଯାଇଛି। […]
ସମ୍ବିଧାନ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial