ସମ୍ବିଧାନ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କର : କଂଗ୍ରେସ ନେତା ରାଜା ପଟେରିୟା

ସମ୍ବିଧାନ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କର

ନୂଆଦିଲ୍ଲୀ: ତାଙ୍କର ମନ୍ତବ୍ୟକୁ ଅପ୍ରାସଙ୍ଗିକ ଭାବେ ଉପସ୍ଥାପନ କରାଯାଇଛି ବୋଲି ‘ସମ୍ବିଧାନ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କର’ ବୋଲି କହିଥିବା ମଧ୍ୟ ପ୍ରଦେଶର ପୂର୍ବତନ କଂଗ୍ରେସ ନେତା ରାଜା ପଟେରିୟା ଆଜି କହିଛନ୍ତି। କଥାକୁ ସ୍ପଷ୍ଟ କରିବାକୁ ଯାଇ ସେ କହିଛନ୍ତି ‘ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିବା ଅର୍ଥ ଆଗାମୀ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କୁ ପରାସ୍ତ କରିବା। ସେ କହିଛନ୍ତି, କହିବା ବେଳେ ହୁଏ ତ ପାଟିରୁ ଏମିତି ବାହାରି ଯାଇଛି। କିନ୍ତୁ, ଯେଉଁ ବ୍ୟକ୍ତିଜଣକ ଏହାକୁ ରେକର୍ଡ କରିଛନ୍ତି, ସେ ବ୍ୟକ୍ତି କଥାର ପୂର୍ବାପର ସଂହତି ବାଦ ଦେଇ ମନ୍ତବ୍ୟର ଉପସ୍ଥାପନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶର ପନ୍ନା ଜିଲ୍ଲାରେ କଂଗ୍ରେସ କର୍ମୀମାନଙ୍କର ବୈଠକରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି, ସମର୍ଥକମାନଙ୍କ ଗହଣରେ ପଟେରିୟା କହୁଛନ୍ତି ଯେ, ସମ୍ବିଧାନକୁ ରକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରନ୍ତୁ। ମୋଦୀ ନିର୍ବାଚନର ଅବସାନ ଘଟାଇବେ। ଧର୍ମ, ଜାତି ଓ ଭାଷା ଆଧାରରେ ମୋଦୀ ପୃଥକ୍ କରାଇବେ। ଦଳିତ, ଜନଜାତି ଓ ସଂଖ୍ୟାଲଘୁଙ୍କ ଭବିଷ୍ୟତ ବିପଦଗ୍ରସ୍ତ ହୋଇଛି। ଆପଣମାନେ ଯଦି ସମ୍ବିଧାନକୁ ରକ୍ଷା କରିବାକୁ ଚାହୁଁଛନ୍ତି, ତେବେ ମୋଦୀଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ରୁହନ୍ତୁ। ହତ୍ୟା କରିବା ଅର୍ଥ ତାଙ୍କୁ ପରାସ୍ତ କରିବା କଥା କହୁଛି।
କିନ୍ତୁ, ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କର ଏତାଦୃଶ ବିବାଦୀୟ ମନ୍ତବ୍ୟ ମଧ୍ୟପ୍ରଦେଶରେ ଭୀଷଣ ରାଜନୈତିକ ବିବାଦର ସୂତ୍ରପାତ କରିଛି। ଉପରୋକ୍ତ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ବ୍ୟକ୍ତ କରି ‘ବିଜେପି’ କଂଗ୍ରେସକୁ ତୀବ୍ର ସମାଲୋଚନା କରି କହିଛି, କଂଗ୍ରେସ ପାର୍ଟି ମହାତ୍ମା ଗାନ୍ଧୀଙ୍କର ନୁହେଁ, ମୁସୋଲିନିଙ୍କର (ଇଟାଲିର ଏକଚ୍ଛତ୍ରବାଦୀ ଶାସକ)। ମଧ୍ୟପ୍ରଦେଶ ‘ବିଜେପି’ ନେତା ନରୋତ୍ତମ ମିଶ୍ରା କହିଛନ୍ତି, ମୁଁ ପଟେରିୟାଙ୍କ ଟିପ୍ପଣୀ ଶୁଣିଛି। ସେଥିରୁ ସ୍ପଷ୍ଟ ଜଣାପଡୁଛି ଏ କଂଗ୍ରେସ ପାର୍ଟି ମହାତ୍ମା ଗାନ୍ଧୀଙ୍କର ନୁହେଁ। ଏ କଂଗ୍ରେସ ଇଟାଲିର। ଏବଂ ଏହାର ଚିନ୍ତାଧାରା ମୁସୋଲିନିଙ୍କର। ‘ଏଫ୍‌ଆଇଆର୍‌’ ରୁଜୁ କରିବା ଲାଗି ମୁଁ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କୁ ନିର୍ଦେଶ ଦେଇଛି। ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ‘ବିଜେପି’ ନେତା ଶିବରାଜ ସିଂହ ଚୌହାନ କହିଛନ୍ତି, ନିର୍ବାଚନ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ କଂଗ୍ରେସ ଲୋକେ ପ୍ରତିଦ୍ୱନ୍ଦିତା କରିବାକୁ ଅସମର୍ଥ। ସେଥିପାଇଁ କଂଗ୍ରେସ ନେତା ତାଙ୍କୁ ହତ୍ୟା କରିବା କଥା କହୁଛନ୍ତି। ଏହା ବୈଷମ୍ୟର ଚରମ ସୀମା। କଂଗ୍ରେସର ବାସ୍ତବ ମନୋଭାବ ପଦାରେ ପଡ଼ିଯାଉଛି। ତାଙ୍କ ନାଁରେ ‘ଏଫ୍‌ଆଇଆର୍‌’ ରୁଜୁ କରାଯାଇଛି। ଆଇନ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Share Now:

Kalinga News Beuro

Next Post

ଆଜି ଦେଶରେ ୧୫୯ ନୂଆ କୋଭିଡ୍‌-୧୯ ସଂକ୍ରମଣ : ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ତଳେ

Mon Dec 12 , 2022
ନୂଆଦିଲ୍ଲୀ: ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୨୦୦ ତଳେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପୁଣି କିଛି ହ୍ରାସ ପାଇ ୪ ହଜାର ତଳେ ରହିଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ସୋମବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୭୩ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ପିଛିଲା ଭାବେ କେରଳ ଯୋଗ […]
ଆଜି ଦେଶରେ ୧୫୯ ନୂଆ କୋଭିଡ୍‌-୧୯ ସଂକ୍ରମଣ

ଆହୁରି ପଢ଼ନ୍ତୁ