ଆଜି ନୀଳାଦ୍ରିବିଜେ: ନୀଳକନ୍ଦରକୁ ଫେରିବେ ମହାବାହୁ

ପୁରୀ: ସରିଗଲା ଘୋଷଯାତ୍ରା। ନବଦିନ ବ୍ୟାପୀ ଜନ୍ମବେଦୀରେ ଲୀଳାଖେଳା ସାରି ମହାବାହୁ ଆଜି କର୍ମବେଦୀ ନୀଳକନ୍ଦରକୁ ଫେରିବେ। ଆଜି ଘୋଷଯାତ୍ରାର ଶେଷ ପର୍ବ ନୀଳାଦ୍ରି ବିଜେ। ଚତୁର୍ଦ୍ଧାମୂରତିଙ୍କ ନବ ଦିନାତ୍ମକ ଯାତ୍ରା ଶେଷ ହେବା ପରେ ଶ୍ରୀଜିଉ ନୀଳ କନ୍ଦରକୁ ଫେରିଯିବେ। ରତ୍ନବେଦୀରେ ବିରାଜମାନ କରିବେ। ହେଲେ ଶ୍ରୀମନ୍ଦିର ଯିବା ପୂର୍ବରୁ ହେବ ମହାପ୍ରଭୁଙ୍କ ସେହି ମହାନ ଲୀଳା। ଶ୍ରୀଜଗନ୍ନାଥଙ୍କୁ ଶ୍ରୀମନ୍ଦିର ଯିବା ବାଳେ ବାଟ ଓଗାଳିବେ ମହାଲକ୍ଷ୍ମୀ। ଏହାପରେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିବେ ମହାପ୍ରଭୁ। ଆଜି ନୀଳାଦ୍ରି ବିଜେ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି। ସକାଳୁ ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି, ଅବକାଶ, ଗୋପାଳବଲ୍ଲଭ ହୋଇଛି। ଆଜି ସନ୍ଧ୍ୟା ଧୂପ ପରେ ଅପରାହ୍ନ ପ୍ରାୟ ୫ଟାରେ ପହଣ୍ଡି ଆରମ୍ଭ ହେବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଆସନ୍ତାକାଲି ନୀଳାଚଳ ଅବଢା ମିଳିବ। ସ୍ନାନ ପୂର୍ଣ୍ଣିମା ଦିନ ରତ୍ନବେଦୀ ଛାଡ଼ି ବାହାରକୁ ଆସିଥିଲେ ଚତୁର୍ଦ୍ଧା ମୂରତି। ସ୍ନାନ ପୂର୍ଣ୍ଣିମା ପରେ ଅଣସରରେ ରହିଲେ। ତା ପରେ ଭକ୍ତକୁ ଦର୍ଶନ ଦେବାକୁ ରଥଯାତ୍ରାରେ ଜନ୍ମବେଦୀକୁ ଗଲେ। ବାହୁଡ଼ା ପରେ ସୁନାବେଶ, ଅଧରପଣା ଓ ଶେଷରେ ନୀଳାଦ୍ରି ବିଜେ ସହିତ ଆଜି ଶେଷ ହେବ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା। ଗତକାଲି ଅନୁଷ୍ଠିତ ହୋଇଥିଲା ଅଧରପଣା ନୀତି।

Share Now:

Kalinga News Beuro

Next Post

ରଥ ଉପରେ ଅଘଟଣ: ପୂଜା ପୂର୍ବରୁ ଭାଙ୍ଗିଗଲା ବଡ଼ଠାକୁରଙ୍କ ଅଧର ହାଣ୍ଡି

Sat Jul 4 , 2020
ପୁରୀ: ଅଧରପଣା ଅବସରରେ ଆଜି ରଥ ଉପରେ ଅଘଟଣ ଘଟିଛି। ଆଜି ଶ୍ରୀଜିଉମାନଙ୍କ ପାଇଁ ଅଧର ପଣା ପ୍ରସ୍ତୁତି ଚାଲିଥିବା ବେଳେ ହଠାତ ବଡ଼ଠାକୁରଙ୍କ ଅଧର ହାଣ୍ଡି ଭାଙ୍ଗି ଯାଇଛି। ଫଳରେ ପୂଜା ପୂର୍ବରୁ ପଣା ଢାଳି ହୋଇ ତଳେ ଇଡ଼ି ଯାଇଛି। ଏବଂ ରଥ ଉପରେ ପଣାପାଣି ବୋହି ଯାଇଛି। ଏହି ଅଘଟଣ ପରେ ପୁଣି ଥରେ ନୂଆ ହାଣ୍ଡି ରଖାଯାଇ ପଣା ପ୍ରସ୍ତୁତି କରାଯିବା ପାଇଁ ସେବାୟତମାନେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial