ରଥ ଉପରେ ଅଘଟଣ: ପୂଜା ପୂର୍ବରୁ ଭାଙ୍ଗିଗଲା ବଡ଼ଠାକୁରଙ୍କ ଅଧର ହାଣ୍ଡି

ପୁରୀ: ଅଧରପଣା ଅବସରରେ ଆଜି ରଥ ଉପରେ ଅଘଟଣ ଘଟିଛି। ଆଜି ଶ୍ରୀଜିଉମାନଙ୍କ ପାଇଁ ଅଧର ପଣା ପ୍ରସ୍ତୁତି ଚାଲିଥିବା ବେଳେ ହଠାତ ବଡ଼ଠାକୁରଙ୍କ ଅଧର ହାଣ୍ଡି ଭାଙ୍ଗି ଯାଇଛି। ଫଳରେ ପୂଜା ପୂର୍ବରୁ ପଣା ଢାଳି ହୋଇ ତଳେ ଇଡ଼ି ଯାଇଛି। ଏବଂ ରଥ ଉପରେ ପଣାପାଣି ବୋହି ଯାଇଛି। ଏହି ଅଘଟଣ ପରେ ପୁଣି ଥରେ ନୂଆ ହାଣ୍ଡି ରଖାଯାଇ ପଣା ପ୍ରସ୍ତୁତି କରାଯିବା ପାଇଁ ସେବାୟତମାନେ ଲାଗିପଡ଼ିଥିଲେ। ତେବେ ରଥ ଉପରେ ଏଭଳି ଅଭାବନୀୟ ଘଟଣାକୁ ସେବାୟତ, ଶ୍ରଦ୍ଧାଳୁ ଓ ଭକ୍ତମାନେ ସହଜରେ ଗ୍ରହଣ କରିପାରି ନାହାନ୍ତି। ରଥ ଉପରେ ଆଗରୁ ଏଭଳି ଘଟଣା ଘଟିଥିବା ଜଣା ନାହିଁ। ତେଣୁ ଭକ୍ତଙ୍କ ମନରେ ଶଙ୍କା ପଶିଛି। କୋଭିଡ-୧୯ କଟକଣା ପାଇଁ ସୀମିତ ସେବାୟତରେ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନାବେଶ ସଂପନ୍ନ ହୋଇଥିବାରୁ ଠାକୁରଙ୍କ ଆକ୍ରୋଶରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଆଲୋଚିତ ହେଉଛି।

Share Now:

Kalinga News Beuro

Next Post

କଟକ ସହର ୪ ଦିନ ସଟ୍‌ଡାଉନ୍‌ : ସିଏମ୍‌ସି

Sat Jul 4 , 2020
କଟକ: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି କଟକ ସହରକୁ ୪ ଦିନ ସଟ୍‌ଡାଉନ ଘୋଷଣା କରାଯାଇଛି। ଆଜିଠୁ ଜୁଲାଇ ୮ ତାରିଖ ମଧ୍ୟରାତ୍ର ଯାଏ କଟକ ସହରକୁ ସଟ୍‌ଡାଉନ୍ କରାଯିବ ବୋଲି କଟକ ମହାନଗର ନିଗମ(ସିଏମ୍‌ସି) ଘୋଷଣା କରିଛି। ସଟ୍‌ଡାଉନ୍‌ ଘୋଷଣାକୁ଼ ତତ୍କାଳ ଲାଗୁ ନେଇ ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସଟ୍‌ଡାଉନ୍‌ ବେଳେ କୌଣସି ଅଣ ଅତ୍ୟାବଶ୍ୟକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial