କରୋନା ମହାମାରୀ ପାଇଁ ବାତିଲ ହେଲା ଅମରନାଥ ଯାତ୍ରା

ଚଳିତ ବର୍ଷ ବାତିଲ ହେଲା ଅମରନାଥ ଯାତ୍ରା

ନୂଆଦିଲ୍ଲୀ: ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ମହାମାରୀ ପାଇଁ ବାତିଲ ହେଲା ଅମରନାଥ ଯାତ୍ରା। ବାର୍ଷିକ ଅମରନାଥ ଯାତ୍ରା ବାତିଲ କରିବାକୁ ରାଜ୍ୟପାଳ ଲେଫ୍ଟନାଣ୍ଟ ମନୋଜ ସିହ୍ନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ବୋର୍ଡର ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିକୁ ନେଇ ରାଜ୍ୟପାଳ କହିଛନ୍ତି ଯେ, ଲୋକଙ୍କ ଜୀବନ ରକ୍ଷା କରିବା ଗୁରୁତ୍ୱପୂର୍ଣ୍ଣ। ତେଣୁ, ଜନସାଧାରଣଙ୍କ ସ୍ୱାର୍ଥରେ ଚଳିତ ବର୍ଷର ତୀର୍ଥଯାତ୍ରା ଆୟୋଜନ କରିବା ଅନୁଚିତ। ଲକ୍ଷ ଲକ୍ଷ ଭକ୍ତଙ୍କ ଭାବନା ବିଷୟରେ ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡ (ଏସଏଏସବି) ଅବଗତ ଏବଂ ଆମେ ଏହାକୁ ସମ୍ମାନ କରୁଛୁ। ଏ ନେଇ ଭକ୍ତଙ୍କ ପାଇଁ ସକାଳ ଏବଂ ସନ୍ଧ୍ୟା ଆଳତିର ଲାଇଭ ପ୍ରସାରଣ କରାଯିବ। ଶ୍ରୀ ଅମରନାଥଜୀ ଶ୍ରୀମନ୍ଦିର ବୋର୍ଡର ସିଇଓ ନୀତୀଶର କୁମାର କହିଛନ୍ତି, “ଆମେ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଦେଶରେ କୋଭିଡ୍ -୧୯ ସ୍ଥିତିର ମୂଲ୍ୟାଙ୍କନ କରିଛୁ। ମହାମାରୀକୁ ନିୟନ୍ତ୍ରଣ କରିବା ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ କରିବା ଉପରେ ବୋର୍ଡ ପକ୍ଷରୁ ଧ୍ୟାନ ଦିଆଯାଇଛି। ଏନେଇ ଭକ୍ତଙ୍କ ପାଇଁ ପୂର୍ବ ବର୍ଷ ଭଳି ଲକ୍ଷ ଲକ୍ଷ ଭକ୍ତଙ୍କ ପାଇଁ ଶିବଲିଙ୍ଗର ପୂଜା ଏବଂ ଦର୍ଶନକୁ ଲାଇଭ ପ୍ରସାରଣ କରାଯିବ।

Share Now:

Kalinga News Beuro

Next Post

ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

Tue Jun 22 , 2021
ଭୁବନେଶ୍ବର : ରାଜ୍ୟରେ ବିଳମ୍ବିତ ହୋଇପାରେ ପଞ୍ଚାୟତ ନିର୍ବାଚନ। ଏ ନେଇ ଆଶଙ୍କା ପ୍ରକଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ। ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ୟ୍ୟକାଳ ସରିବ। ତାହା ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଶେଷ ହେବା କଥା। କିନ୍ତୁ ଏହି କାର୍ଯ୍ୟ ଶେଷ ହୋଇନଥିବାରୁ ନିର୍ବାଚନ ବିଳମ୍ବ ହେବାର ସମ୍ଭାବନା ରହିଛି। ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ କାର୍ଯ୍ୟ ଯ଼ଥା […]
ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial