ରଥରେ କ୍ଷମତାଠୁ ଅଧିକ ସେବକ : ବ୍ୟବସ୍ଥାବଳୀକୁ ମାନିଲେନି, ଦର୍ଶନରେ ବାଧା

ରଥରେ କ୍ଷମତାଠୁ ଅଧିକ ସେବକ

ପୁରୀ : ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥିତ କରିବା ପାଇଁ ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ମାତ୍ର ଏହା କେବଳ କଥା ସୀମିତ ରହିଯାଇଛି। ରଥ ଉପରେ ଭିଡ଼ ଯୋଗୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହୋଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ରଥର କ୍ଷମତା ଓ ରଥଟଣା ସୁଗମ କରିବା ପାଇଁ କେତେ ସେବାୟତ ରଥ ଚାଲିବା ବେଳେ ରହିବେ ସେନେଇ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ପ୍ରସ୍ତୁତ କରାଯାଇଥିଲେ ହେଁ ତାହା ଅନୁସରଣ କରାଯାଉନଥିବାରୁ ଭକ୍ତଙ୍କୁ ବାରମ୍ବାର ନିରାଶ ହେବାକୁ ପଡ଼ୁଛି। ତାଳଧ୍ବଜ ରଥରେ ୧୪ ଜଣ, ଦେବଦଳନ ରଥରେ ୧୨ ଜଣ ଓ ନନ୍ଦିଘୋଷ ରଥରେ ୧୬ ଜଣ ଘଣ୍ଟୁଆ ରହିବା ପାଇଁ ବ୍ୟବସ୍ଥାବଳୀରେ ନିର୍ଦ୍ଧାରଣ କରାଯାଇଛି। ଯଦି ଅଧିକ ସଂଖ୍ୟକ ଘଂଟୁଆ ପ୍ରବେଶ କରିବେ ସେମାନଙ୍କୁ ଶ୍ରୀମନ୍ଦିର କର୍ମଚାରୀ, ଦଇତାପତି ସେବକ ଓ ବାଡ଼ଗ୍ରାହୀ ତଳକୁ ଓହ୍ଲାଇ ଦେବା କଥା କୁହାଯାଇଛି। ରଥ ଉପରେ ଉପସ୍ଥିତ ସେବକ, କର୍ମଚାରୀ ଶ୍ରୀଜିଉଙ୍କୁ ଅବରୋଧ ନକରି ରଥ ଉପରେ ଦୁଇ କଡ଼ରେ ରହିବେ ‌ବୋଲି ବ୍ୟବସ୍ଥାବଳୀରେ ଉଲ୍ଲେଖ ରହିଛି। ସେହିଭଳି ରଥ ସହ ସମ୍ପୃକ୍ତ ସେବକ, କର୍ତ୍ତବ୍ୟରତ କର୍ମଚାରୀ ମିଶି ବଳଭଦ୍ରଙ୍କ ରଥରେ ୬୦ ଜଣ, ଦେବୀ ସୁଭଦ୍ରାଙ୍କ ରଥରେ ୫୦ ଜଣ ଓ ଶ୍ରୀଜଗନ୍ନାଥଙ୍କ ରଥରେ ୭୦ ଜଣ ସୀମିତ ରହିବା ନେଇ ସ୍ଥିର ହୋଇଛି। ମାତ୍ର ରଥରେ କ୍ଷମତାଠୁ ଅଧିକ ରହିଥିବା ଦେଖିବାକୁ ମିଳିଛି। ଏପରିକି ତିନି ରଥର ବାଡ଼ରେ କୌଣସି ସେବକ ବସି ପାରିବେ ନାହିଁ କି ଠିଆ ହୋଇ ଫୁଲ ଆଦି ତଳକୁ ପକାଇବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ ଉଲ୍ଲେଖ ରହିଛି। ଏହାକୁ ବି ପାଳନ କରାଯାଇନାହିଁ। ବାରମ୍ବାର ଏପରି ହେଉଥିବାରୁ ଲୋକେ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କରିବା ବେଳେ ବାଧା ଉପୁଜୁଥିବାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ହସ୍ତକ୍ଷେପ କରିଥିଲେ। ଅଥଚ ଗଜପତିଙ୍କୁ ନିର୍ଦ୍ଦେଶକୁ ବି ମାନିଲେ ନାହିଁ। ତେଣୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।

Share Now:

Kalinga News Beuro

Next Post

ନୂଆ ସଂସଦ ଭବନ ଉପରେ ଅଶୋକ ସ୍ତମ୍ଭର ଉଦଘାଟନ କଲେ ମୋଦୀ : କାର୍ଯ୍ୟକ୍ରମକୁ ଡକାଯାଇନଥିବାରୁ କଂଗ୍ରେସ ଖପ୍ପା

Mon Jul 11 , 2022
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବନିର୍ମିତ ସଂସଦ ଭବନ ଉପରେ ନିର୍ମିତ ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ସେ ସଂସଦ ଭବନ ନିର୍ମାଣରେ ସାମିଲ ଥିବା ଶ୍ରମିକମାନଙ୍କ ସହ କଥାବାର୍ତ୍ତା କରିଥିଲେ। ବ୍ରୋଞ୍ଜ ନିର୍ମିତ ଏହି ଅଶୋକ ସ୍ତମ୍ଭଟି ୬.୩ ମିଟର ଉଚ୍ଚ ହୋଇଥିବାବେଳେ ତାହାର ଓଜନ ୯୫୦୦ କିଲୋଗ୍ରାମ ରହିଛି। ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିରଲା ଉପସ୍ଥିତ ଥିଲେ। […]
ଅଶୋକ ସ୍ତମ୍ଭର ଉଦଘାଟନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial