ପାକିସ୍ତାନରେ ଜନ୍ମାଷ୍ଟମୀ ପାଳନକୁ ବିରୋଧ: ମନ୍ଦିର ଭାଙ୍ଗିଲେ ଧର୍ମାନ୍ଧ ଜନତା

ପାକିସ୍ତାନରେ ଜନ୍ମାଷ୍ଟମୀ ପାଳନକୁ ବିରୋଧ

ଇସଲାମାବାଦ : ପାକିସ୍ତାନରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ନିତିଦିନିଆ ଘଟଣାରେ ପରିଣତ ହେଲାଣି। ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ସାରା ବିଶ୍ବରେ ଭଗବାନ ଶ୍ରୀକୃଷ୍ଣଙ୍କ ଧରାବତରଣ ପାଳନ କରାଯାଉଥିବାବେଳେ ପାକିସ୍ତାନର ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଇଛି। ପାକିସ୍ତାନର ସିନ୍ଧ ପ୍ରଦେଶସ୍ଥିତ ଖିପ୍ରୋଠାରେ ହିନ୍ଦୁମାନେ ଏକ ମନ୍ଦିରରେ ଜନ୍ମାଷ୍ଠମୀ ପାଳନ କରୁଥିବାବେଳେ କିଛି ସ୍ଥାନୀୟ ଲୋକ ମନ୍ଦିର ଉପରେ ଆକ୍ରମଣ କରିଥିଲେ। ସେମାନେ ମନ୍ଦିରର ଶ୍ରୀବିଗ୍ରହ ଭାଙ୍ଗିବା ସହ ଶ୍ରଦ୍ଧାଳୁମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଘଟଣା ସମ୍ପର୍କରେ ପାକିସ୍ତାନୀ ସାମାଜିକ କର୍ମୀ ରାହତ ଅଷ୍ଟିନ ସୋସିଆଲ ମିଡିଆର ଲେଖିବା ସହ ଘଟଣାର ନିନ୍ଦା କରିଛନ୍ତି। ଚଳିତ ମାସ ପ୍ରଥମ ସପ୍ତାହରେ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ରହିମ ୟାର ଖାଁ ଜିଲ୍ଲାର ଭୋଙ୍ଗ ସହରରେ ଥିବା ସିଦ୍ଧିବିନାୟକ ମନ୍ଦିରକୁ କେତେକ ଲୋକ ଭଙ୍ଗାରୁଜା କରିବା ସହ ଜାଳି ଦେଇଥିଲେ। ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଲୋକମାନେ ଉତ୍ତେଜିତ ହୋଇ ଏହି କାଣ୍ଡ ଘଟାଇଥିଲେ।

Share Now:

Kalinga News Beuro

Next Post

ଦେବଝରଣ ଜଳପ୍ରପାତରେ ଶାନ୍ତି ହୋମ

Mon Aug 30 , 2021
ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍‌ କୟାକୁଦ ପଞ୍ଚାୟତରେ ଥିବା ପର୍ଯ୍ୟଟନ କ୍ଷେତ୍ର ଦେବଝରଣ ଜଳପ୍ରପାତରେ ସୋମବାର ଜନ୍ମାଷ୍ଟମୀ ଅବସରରେ ଶାନ୍ତି ହୋମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଆତ୍ମାର ସଦ୍‌ଗତି କାମନା କରି ଦେବଝରଣ ବିକାଶ ମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି। ଏଥିରେ କର୍ତ୍ତା ଭାବେ ମଞ୍ଚର ଆବାହକ ଅରୁଣ ଦେହୁରୀ ଓ ପୂଜକ ଭାବେ ଶ୍ରୀକାନ୍ତ […]
ଦେବଝରଣ ଜଳପ୍ରପାତରେ ଶାନ୍ତି ହୋମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial