ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ, ମଧ୍ୟରାତିରେ ହେଲା ନାହି କଟା

ପୁରୁଣା ଭୁବନେଶ୍ୱର: ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ଏଥିପାଇଁ ଆଜି ମଧ୍ୟରାତିରେ ମହାପ୍ରଭୁ ଶ୍ରୀକୃଷ୍ଣଙ୍କର ନାହି କଟା ହୋଇଥିଲା। ପରମ୍ପରା ଅନୁଯାୟୀ ଦୁଇଜଣ ସେବାୟତ ଉଗ୍ର‌ସେନ ଓ ବାସୁଦେବ ହୋଇ ଆସଥିଲେ। ଏହି ସମୟରେ ମନ୍ଦିରରେ ସନ୍ଧ୍ୟା ଧୂପ, ନୀତି ପୂଜା ଓ ଆଳତି ହୋଇଥିଲା। ପରେ ଦକ୍ଷିଣୀ ଗୃହରୁ ଶ୍ରୀକୃଷ୍ଣଙ୍କ ପ୍ରତିମା ଅଣାଯାଇ ଜନ୍ମାଷ୍ଟମୀ ନୀତି କରାଯାଇଥିଲା। ଶ୍ରୀକୃଷ୍ଣଙ୍କୁ ପିତ୍ତଳ ପାତ୍ରରେ ଶୁଆଇ ମନ୍ଦିରକୁ ସମ୍ପୂର୍ଣ୍ଣ ଅନ୍ଧାର କରାଯାଇ ପଞ୍ଚ ଉପଚାରରେ ପୂଜା ଓ ଆଳତି କରାଯାଇଥିଲା। ପରେ ଶ୍ରୀକୃଷ୍ଣଙ୍କୁ ମନ୍ଦିର ପରିସରରେ ଥିବା କ୍ଷୁଦ୍ର ଗଙ୍ଗା ଯମୁନା ପୋଖରୀକୁ ପାର କରାଯାଇଥିଲା। ସେଠାରୁ ତାଙ୍କୁ ନାହି କଟା ମଣ୍ଡପକୁ ନିଆଯାଇଥିଲା। ମହାପ୍ରଭୁଙ୍କୁ ଖଟୁଲିରେ ବସାଯାଇ ନାହି କଟାଯିବା ସହ ପାନପତ୍ରରେ ସେକ ଦିଆଯାଇଥିଲା। ପଞ୍ଚାମୃତରେ ପୂଜାପଠା ସ୍ନାନ କରାଯାଇ ନୂତନ ବସ୍ତ୍ର ପିନ୍ଧାଯାଇଥିଲା। ସେହିପରି ମନ୍ଦିର ପରିସରରେ ଥିବା ସତ୍ୟନାରାୟଣ ମନ୍ଦିରରେ ମହାପ୍ରଭୁଙ୍କ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଇଥିଲା। ଏହି ଉତ୍ସବରେ ଅନେକ ଶ୍ରଦ୍ଧାଳୁ ଯୋଗଦେଇଥିଲେ।

Share Now:

Kalinga News Beuro

Leave a Reply

Next Post

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲା: ପାକିସ୍ତାନ କଳା ତାଲିକାଭୁକ୍ତ

Sat Aug 24 , 2019
ଏଫ୍‌ଏଟିଏଫ୍‌ର ବଡ଼ ନିଷ୍ପତ୍ତି, ଅନ୍ତର୍ଜାତୀୟ କଟକଣା ବଢ଼ିବ ଇସ୍‌ଲାମାବାଦ: ଚରମ ଆର୍ଥିକ ସଙ୍କଟର ମୁକାବିଲା କରୁଥିବା ପାକିସ୍ତାନକୁ ଆଜି ବଡ଼ ଝଟ୍‌କା ଲାଗିଛି। ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ନଜର ରଖୁଥିବା ‘ଫାଇନାନ୍‌ସିଆଲ ଆକ୍ସନ ଟାସ୍କ ଫୋର୍ସ’ (ଏଫ୍‌ଏଟିଏଫ୍‌)ର ଏସିଆ ଶାଖା ଆଜି ପାକିସ୍ତାନକୁ କଳା ତାଲିକାଭୁକ୍ତ କରିଛି। ପୂର୍ବରୁ ଏଫ୍‌ଏଟିଏଫ୍‌ ପାକିସ୍ତାନକୁ ‘ଗ୍ରେ ଲିଷ୍ଟ୍‌’ରେ ରଖିଥିଲା। ଏବେ କଳା ତାଲିକାଭୁକ୍ତ ହୋଇଥିବାରୁ ପାକିସ୍ତାନ ବିରୋଧରେ ବିଭିନ୍ନ ଅନ୍ତର୍ଜାତୀୟ କଟକଣା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial