ସରକାରୀ କଳା ଓ କ୍ରୀଡା ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସରକାରୀ କଳା ଓ କ୍ରୀଡା ଶିକ୍ଷକଙ୍କ ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବ୍ଲକ ଶିକ୍ଷା ଅଧିକାରୀ ମଧୁସୂଦନ ସେଣ୍ଡଙ୍କୁ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ସରକାରୀ କଳା ଓ କ୍ରୀଡା ଶିକ୍ଷକ ପକ୍ଷରୁ ଆବାହକ ସରୋଜ କୁମାର ନାୟକ,ସଭାପତି ସିଦ୍ଧାର୍ଥ ଶଙ୍କର ସାହୁ ,ସମ୍ପାଦକ ଶୁଭ୍ରଜିତ ଚଣ୍ଡ,ମୁଖ୍ୟ ସଂଯୋଜକ ଶ୍ରୀକାନ୍ତ ମହାଳିକ ,ସହ-ସଂଯୋଜିକା ଦେବୀପ୍ରଭା ମଲ୍ଲିକ,କଳା ଶିକ୍ଷକ ଭାରତୀ ପାତ୍ର,ପ୍ରଭାସ ବଳବନ୍ତରାୟ ପ୍ରମୁଖ କର୍ମକର୍ତ୍ତା ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ତିହିଡି ବ୍ଲକରେ କଳା ଓ କ୍ରୀଡା ଶିକ୍ଷକ ମାନଙ୍କର ବହୁ ସମସ୍ୟା ରହିଛି।ଏହି ସମସ୍ୟା ସରକାର ଓ ପ୍ରଶାସନ ନିକଟରେ ପହଞ୍ଚି ପାରୁନଥିଲା। ଏହି ପରିପ୍ରେକ୍ଷୀରେ ସରକାରୀ କଳା ଓ କ୍ରୀଡା ଶିକ୍ଷକମାନଙ୍କର ଏକ ସଂଘର ଆବଶ୍ୟକତା ଥିଲା। ଏହାକୁ ଦୃଷ୍ଟିରେ ରଖି କ୍ରୀଡା ଶିକ୍ଷକ ସରୋଜ କୁମାର ନାୟକଙ୍କ ଆବାହକତ୍ୱରେ ଅଲ୍ଲିନଗର ଠାରେ ଏକ ବିଠକ ଅନୁଷ୍ଠିତ ହୋଇଥିଲା।ଏଥି ସହିତ କଳା ଓ କ୍ରୀଡା ଶିକ୍ଷକମାନଙ୍କୁ ନେଇ ଏକ ସଂଘ ଗଠିତ ହୋଇଥିଲା।ସଭାପତି ଭାବେ ସିଦ୍ଧାର୍ଥ ସାହୁ ,ସମ୍ପାଦକ ଶୁଭ୍ରଜିତ ଚଣ୍ଡ,ମୁଖ୍ୟ ସଂଯୋଜକ ଶ୍ରୀକାନ୍ତ ମହାଳିକ,ସହ ସଂଯୋଜିକା ଦେବୀପ୍ରଭା ମଲ୍ଲିକ ଓ ବସୁନ୍ଧରା ପଣ୍ଡା ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବାବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ସୁକୁମାର ପାଣିଗ୍ରାହୀ ,ନୃସିଂହ କୁମାର ତ୍ରିପାଠୀ,ତପନ କୁମାର ପାଣିଗ୍ରାହୀ,ବିପ୍ଳବ କୁମାର ଦାସ,ଶୋଭାମୟୀ ମିଶ୍ର, ଓଁପ୍ରକାଶ ରାଉତ,ପ୍ରଭାସ ବସନ୍ତରାୟ,ମାନଭଞ୍ଜନ ନାୟକ,ରଞ୍ଜନ କୁମାର କର,ବିପିନ ବିହାରୀ ଦଶ ପ୍ରମୁଖ ମନୋନୀତ ହୋଇଥିଲେ।

Share Now:

Kalinga News Beuro

Next Post

ବନ୍ଧାହେଲେ ୪୨୦ ବିଧାୟକ : ଉଠାଇନେଲା କ୍ରାଇମ୍‌ବ୍ରାଞ୍ଚ, ଜେଲ୍‌ ଗଲେ ପ୍ରଦୀପ

Fri Dec 4 , 2020
ଜାଲିଆତି, ଠକେଇ, ଅପରାଧିକ ଷଡ଼୍‌ଯନ୍ତ୍ର ମାମଲା ରୁଜୁ ଭୁବନେଶ୍ୱର : ଗୁରୁବାର ସଂଧ୍ୟା ପାଖାପାଖି ୬ଟା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ହଠାତ୍‌ ତାଙ୍କ ସରକାରୀ ବାସଭବନରୁ କିଛି ବ୍ୟକ୍ତି ଉଠାଇନେଲେ। ପ୍ରଦୀପ କୁଆଡ଼େ ଗଲେ ବୋଲି ପତ୍ନୀ ସୁଜାତା ଗଣମାଧ୍ୟମ ଜରିଆରେ ପ୍ରଶ୍ନ କରିବା ପରେ ଟ୍ବିଟ୍ କରି କ୍ରାଇମବ୍ରାଞ୍ଚ ଜଣାଇଲା ଯେ ସାଇବର ଥାନା ମାମଲାରେ ସେମାନେ ପ୍ରଦୀପଙ୍କୁ ଜେରା କରୁଛନ୍ତି। ପାଖାପାଖି ଅଢ଼େଇ ଘଣ୍ଟା ପରେ […]
ବନ୍ଧାହେଲେ ବିଧାୟକ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial