ଶିବ ବିବାହ ସମ୍ପନ୍ନ: ମଧ୍ୟରାତ୍ରିରେ ପଡ଼ିଲା ହାତଗଣ୍ଠି

ଶିବ ବିବାହ ସମ୍ପନ୍ନ

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ମଧ୍ୟରାତ୍ରିରେ ସମାପନ ହୋଇଛି। ଠାକୁରଙ୍କୁ ବିମାନରେ ନିଆଯାଇ କେଦାରଗୌରୀ ମନ୍ଦିରଠାରେ ବିଧିମୁତାବକ ବିବାହ ସମ୍ପନ୍ନ ହୋଇଥିଲା। ମଧ୍ୟରାତ୍ରିରେ ଦେବ ଦମ୍ପତିଙ୍କ ହାତଗଣ୍ଠି ପଡ଼ିଥିଲା। କେଦାରଗୌରୀ ମନ୍ଦିରରେ ପାଳିଆ ସେବାୟତମାନେ ଉପସ୍ଥିତି ରହି ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ। ଦେବ ଦମ୍ପତିଙ୍କ ବିବାହ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମିଥିଲା। ଆଜି ରାତି ପ୍ରାୟ ୧୧ଟା ୨୦ରେ ପାଳିଆ ସେବାୟତଙ୍କ ଗହଣରେ ମହାଦେବ ବାହାରିଥିଲେ। ମନ୍ଦିରରେ ନୀତି ପରେ ଘଣ୍ଟ, କାହାଳୀ ସମେତ ବିଭିନ୍ନ ପାରମ୍ପାରିକ ବାଦ୍ୟ ବାଜି ବରଯାତ୍ରୀ ଦଳ କେଦାରଗୌରୀ ମନ୍ଦିରକୁ ଯାଇଥିଲେ। ବରଯାତ୍ରୀ ମନ୍ଦିରରୁ ବାହାରି ବଢ଼େଇବାଙ୍କ ଛକ, ତିନି ମୁଣ୍ଡିଆ ଛକ, ଏକାମ୍ର ବନ ନିକଟ ଦେଇ ଯାତ୍ରା କରିଥିଲେ। ବିଳମ୍ୱିତ ରାତିରେ ଦେବଦେବୀଙ୍କ ହାତଗଣ୍ଠି ପଡ଼ିଥିଲା। କେଦାରଗୌରୀ ମନ୍ଦିରରେ ଉପସ୍ଥିତ ସେବାୟତ ବରଙ୍କୁ ବନ୍ଦାପନା କରିବା ପରେ ଠାକୁର ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଏହାପରେ ବରଯାତ୍ରୀଙ୍କୁ ସେବାୟତମାନେ ଆପାୟତ କରିଥିଲେ। ସେବାୟତଙ୍କ ଦ୍ବାରା ବିବାହ ସମାପନ ହୋଇଥିଲା। ‌ଉଭୟ ଶ୍ରୀଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିରର ସେବାୟତ ବିବାହ କାର୍ଯ୍ୟ ସମାପନ କରାଇଥିଲେ। ଆଜି ଠାକୁର ବିବାହ ପାଇଁ ଯାତ୍ରା କରିବା ବେଳେ ବହୁ ଭକ୍ତ ସେମାନଙ୍କ ଘର ବାରଣ୍ଡା ଓ କୋଠା ଉପରୁ ଠାକୁରଙ୍କୁ ଦର୍ଶନ କରି ଭାବ ବିହ୍ବଳ ହୋଇ ପଡ଼ିଥିଲେ।
ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା। ନବଦମ୍ପତି କେଦାରଗୌରୀ ମନ୍ଦିରରୁ ବାହାରି ଗୋସାଗରେଶ୍ୱର ଛକ ନିକଟ ଶୀତଳଷଷ୍ଠୀ ରାସ୍ତା, ତିନି ମୁଣ୍ଡିଆ ଛକ, ବଢ଼େଇବାଙ୍କ ଛକ, ମହାଖେଳା ଛକ ଦେଇ ନଗର ପରିକ୍ରମା କରିବେ। ଏଥିପାଇଁ ବିଭିନ୍ନ ଛକରେ ପିଇବା ପାଣି ଟ୍ୟାଙ୍କର ରଖାଯିବା ସହ ରାସ୍ତାକୁ ଆଲୋକୀକରଣ କରାଯାଇଛି।
ବିବାହ ସାରି ଗୁରୁବାର ରାତିରେ ଦେବ ଦମ୍ପତି ସ୍ଵ-ମନ୍ଦିରକୁ ପ୍ରତ୍ୟାବର୍ତନ କରିବେ। ନଗର ପରିକ୍ରମା କରି ନବବଧୂକୁ ଧରି ମହାପ୍ରଭୁ ଫେରିବେ। ରାସ୍ତାରେ ଠାକୁରଙ୍କୁ ନେବା ‌ବେଳେ ପୁଲିସ ଉପସ୍ଥିତ ରହିବେ। ଏଥିସହ ଠାକୁର ଓ ସେବାୟତଙ୍କୁ ନେଇ ଏକ କର୍ଡନ କରି ଯାତ୍ରାରେ ଉପସ୍ଥିତ ରହିବେ। ଫଳରେ ଠାକୁରଙ୍କ ଯିବା ବେଳେ କର୍ଡନ ମଧ୍ୟରେ ସୁରକ୍ଷିତ ଯାତ୍ରା କରିପାରିବେ। ଏହି କର୍ଡନ ମଧ୍ୟରେ ଅନ୍ୟ ଲୋକ କିମ୍ବା ଦର୍ଶକ ପ୍ରବେଶ କରିପାରିବେ ନାହିଁ। ଏଥିପାଇଁ ୩ ପ୍ଲାଟୁନ୍‌ ପୁଲିସ ଫୋର୍ସ ରହିବେ ବୋଲି ଶ୍ରୀଲିଙ୍ଗରାଜ ଥାନା ପକ୍ଷରୁ କୁହାଯାଇଛି।

Share Now:

Kalinga News Beuro

Next Post

ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ : ବିରୋଧୀ-ଶାସକ ମୁହାଁମୁହିଁ

Fri May 26 , 2023
ଭୁବନେଶ୍ୱର: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ପ୍ରିଲିମନାରି ଚାର୍ଜସିଟ ଦାଖଲ କରିବା ପରେ ଏହାକୁ ନେଇ ବିରୋଧୀ ଓ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପକାଶ ପାଇଛି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏହା ଖାଲି ପ୍ରହସନ। ଏଣେ ଗୃହରାଷ୍ଟ୍ରମନ୍ତ୍ରୀ ଯେଉଁ ଷଡ଼ଯନ୍ତ୍ର ଉପରେ ବି ତଦନ୍ତ କରାଯାଉଛି ବୋଲି କହିଥିଲେ, ସେ ନେଇ କାହିଁକି କିଛି ଖୁଲାସା ହେଲାନାହିଁ ବୋଲି […]
ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial