ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ : ବିରୋଧୀ-ଶାସକ ମୁହାଁମୁହିଁ

ନବ ଦାସ ହତ୍ୟା ମାମଲାରେ ଚାର୍ଜସିଟ୍

ଭୁବନେଶ୍ୱର: ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ପ୍ରିଲିମନାରି ଚାର୍ଜସିଟ ଦାଖଲ କରିବା ପରେ ଏହାକୁ ନେଇ ବିରୋଧୀ ଓ ବିଜେଡି ପକ୍ଷରୁ ପ୍ରତିକ୍ରିୟା ପକାଶ ପାଇଛି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ଏହା ଖାଲି ପ୍ରହସନ। ଏଣେ ଗୃହରାଷ୍ଟ୍ରମନ୍ତ୍ରୀ ଯେଉଁ ଷଡ଼ଯନ୍ତ୍ର ଉପରେ ବି ତଦନ୍ତ କରାଯାଉଛି ବୋଲି କହିଥିଲେ, ସେ ନେଇ କାହିଁକି କିଛି ଖୁଲାସା ହେଲାନାହିଁ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି।
ଏଣେ ବରିଷ୍ଠ ବିଜେଡି ନେତା ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ନିଜର ପ୍ରତିକ୍ରିୟାରେ କହିଛନ୍ତି, କ୍ରାଇମବ୍ରାଞ୍ଚ ଯାହା କରିବ, ନ୍ୟାୟ ସମସ୍ତଙ୍କୁ ମିଳିବ। ଯେଉଁମାନେ ଦୋଷୀ ସେମାନଙ୍କୁ ଦଣ୍ଡ ନିହାତି ମିଳିବ। ବିରୋଧୀ ସବୁବେଳେ ସମାଲୋଚନା କରିବେ। ସରକାର ତାଙ୍କ କାମ କରିବେ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତ ବିଗିଡି ନାହିଁ। ଉତ୍ତର ପ୍ରଦେଶ,ଦିଲ୍ଲୀ, ଗୁଜୁରାଟଠାରୁ ଓଡ଼ିଶାର ସ୍ଥିତି ଭଲ ଅଛି।

Share Now:

Kalinga News Beuro

Next Post

ଟ୍ୱିନ-ସିଟିରେ ଆରମ୍ଭ ହେବ ମେଟ୍ରୋ ଟ୍ରେନ କାମ : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ

Fri May 26 , 2023
ଭୁବନେଶ୍ୱର: ୨୦୨୩ ଶେଷ ପୂର୍ବରୁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ। ସେ କହିଛନ୍ତି, ଦିଲ୍ଲୀ ମେଟ୍ରୋ ରେଳ ନିଗମ ପରାମର୍ଶରେ ଡିପିଆର୍ ପ୍ରସ୍ତୁତି ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜାଗା ମିଶନ, ଡ୍ରିଙ୍କ ଫ୍ରମ୍ ଟ୍ୟାପ, ମୁକ୍ତା ଯୋଜନା କାର୍ଯ୍ୟକାରୀ ହେଉଛି। ଏସଏଚଜି ଓ ବସ୍ତି […]
ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial