ନକଲି ନୋଟ୍‌ କାରଖାନାର ପର୍ଦ୍ଦାଫାସ : ଧରାପଡ଼ିଗଲେ ୨ ଜଣ, ୧୪ ଲକ୍ଷର ଜାଲ୍‌ ଟଙ୍କା ଜବତ

ନକଲି ନୋଟ୍‌ କାରଖାନା

ବରପାଲି: ନକଲି‌ ନୋଟ୍‌ କାରଖାନାର ପର୍ଦ୍ଦାଫାସ୍‌ ହୋଇଛି। ବରଗଡ଼ ଜିଲ୍ଲା ପୁଲିସ ସହାୟତାରେ ଏସ୍‌ଟିଏଫ୍‌ ୧୪ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ କରିଛି। ଏହି କାରବାର ସହିତ ସଂପୃକ୍ତ ଥିବା ୨ ଜଣ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ (୫୩) ଓ ବଳରାମ ମେହେର। ବରପାଲିରେ ନକଲି ନୋଟ୍‌ କାରବାର କେବେଠାରୁ ପରିଚାଳିତ ହେଉଥିଲା, ତାହା ଯଦିଓ ତଦନ୍ତ ପରେ ଜଣାପଡ଼ିବ। ହେଲେ ଏହା ପୂର୍ବରୁ ବଜାରରେ ନକଲି ନୋଟ୍‌ ବ୍ୟାପିଯାଇଥିବା ଅନୁମାନ କରାଯାଉଛି। ବିଶେଷ କରି ବ୍ୟବସାୟୀମାନେ ଏହି ଖବର ଜାଣିବା ପରେ ନିଜ ପାଖରେ ଥିବା ଟଙ୍କାକୁ ନେଇ ମଧ୍ୟ ସନ୍ଦେହ କରୁଛନ୍ତି। ତେବେ ନିଜ ପାଖରେ ଥିବା ଟଙ୍କା ଅସଲି କି ନକଲି ତାହା ପରଖିବା ପାଇଁ ବ୍ୟାଙ୍କକୁ ଯିବା ପାଇଁ ମଧ୍ୟ ସାହସ କରିପାରୁ ନାହାନ୍ତି।
ବରଗଡ଼ ଜିଲ୍ଲା ବରପାଲି ଅଞ୍ଚଳ‌ରେ ଏକ ନକଲି ନୋଟ୍‌ ଛାପା କାରଖାନା ପରିଚାଳିତ ହେଉଥିବା ନେଇ ଏସ୍‌ଟିଏଫ୍‌କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ବରଗଡ଼ ପୁଲିସ ସହାୟତାରେ ଏସ୍‌ଟିଏଫ୍‌ ଚଢ଼ଉ ପାଇଁ ସ୍ବତନ୍ତ୍ର ଭାବେ ଯୋଜନା କରିଥିଲା। ଏସ୍‌ଟିଏଫ ଚଢ଼ଉ ସମୟରେ ୧୪ ଲକ୍ଷ ଟଙ୍କାର ନକଲି ନୋଟ୍‌ ଜବତ କରିଛି। ଏହି ବେଆଇନ୍‌ କାମରେ ନିୟୋଜିତ ଉତ୍ତର ପ୍ରଦେଶର ଗୋରଖପୁର ଜିଲ୍ଲା ପରୱାନୀ ଥାନା ଅଞ୍ଚଳର ରାମ ଲଖନଙ୍କ ପୁଅ ପଟ୍ଟୁ ଯାଦବ (ବର୍ତ୍ତମାନ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ସିକିରିରେ ରହୁଛନ୍ତି) ଓ ବରପାଲି ଥାନା ଅନ୍ତର୍ଗତ ମାହାତୋମପଡ଼ା ଗାଁର ପଣ୍ଡାଲୁ ମେହେରଙ୍କ ପୁଅ ବଳରାମ ମେହେରଙ୍କୁ ଗିରଫ କରିଛି। ଚଢ଼ଉ ସମୟରେ ବ୍ୟାପକ ପରିମାଣରେ ଜାଲ୍‌ ନୋଟ୍‌ ସହ ମେସିନ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି। ବରଗଡ଼ ପୁଲିସ ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି।

Share Now:

Kalinga News Beuro

Next Post

ଗୃହବନ୍ଦୀ କରିଛି ୱାଟ୍‌କୋ : ରାସ୍ତା ଖୋଳି ଦେଇ ପାର୍‌

Thu Jul 7 , 2022
ଭୁବନେଶ୍ବର: ୨୪ ଘଣ୍ଟିଆ ପାଣି ପାଇପ୍‌ ବିଛାଇବା ପାଇଁ ୱାଟ୍‌କୋ ରାସ୍ତା ଖୋଳୁଛି। ମାତ୍ର ଠିକଣା ସମୟରେ କାମ ସାରୁନାହିଁ। ଫଳରେ ଘର ସମୁଖରେ ଖୋଳା ହୋଇଥିବା ଗର୍ତ୍ତ ବା ନାଳି ଯୋଗୁଁ ଘରୁ ବାହାରିବା କାଠିକର ପାଠ ହେଉଛି। ରାସ୍ତା ସଂକୁଚିତ ହୋଇଯାଇଥିବାରୁ ସ୍ବାଭାବିକ ଭାବେ ଲୋକେ ଚଳପ୍ରଚଳ ହୋଇପାରୁନାହାନ୍ତି। ପରିସ୍ଥିତି ଏମିତି ହୋଇଛି ଯେ ସ୍ଥାନୀୟ ବାସିନ୍ଦା ଏକ ପ୍ରକାର ଗୃହବନ୍ଦୀ ଅବସ୍ଥାରେ କଲବଲ ହେଉଛନ୍ତି। ଏଭଳି […]
ଗୃହବନ୍ଦୀ କରିଛି ୱାଟ୍‌କୋ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial