ବାପାଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହେଲେ ଯୁବତୀ

ଦୁଷ୍କର୍ମର ଶିକାର ହେଲେ ଯୁବତୀ

ମୁମ୍ବାଇ: ବାପାଙ୍କୁ ଦେଖା କରିବାକୁ ଯାଇଥିବା ବେଳେ ଦୁଷ୍କର୍ମର ଶିକାର ହେଲେ ଯୁବତୀ। ୧୯ବର୍ଷୀୟା ପୀଡ଼ିତା ୨ଜଣ ଯୁବକଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଛି। ଘଟଣାଟି ଘଟିଛି ଚେମ୍ବୁରରେ ଥିବା ଭାବା ପରମାଣୁ ଅନୁସନ୍ଧାନ କେନ୍ଦ୍ର (ବାର୍କ)କ୍ବାର୍ଟରରେ। ପୀଡ଼ିତାଙ୍କ ବାପା ବାର୍କରେ କାମ କରୁଥିବା ବେଳେ ସେ ଚେମ୍ବୁରରେ ଥିବା କ୍ବାର୍ଟରରେ ରହୁଥିଲେ। ବାପାଙ୍କୁ ଭେଟିବା ପାଇଁ ପୀଡ଼ିତା ଯାଇଥିବା ବେ‌ଳେ ସେଠାରେ ତାଙ୍କ ସହ ଦୁଷ୍କର୍ମ ହୋଇଥିଲା। ଏବେ ଦୁଷ୍କର୍ମ କରିଥିବା ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସୋମବାର ପର୍ଯ୍ୟନ୍ତ ପୁଲିସର କଷ୍ଟଡିକୁ ପଠାଯାଇଛି।
ତଦନ୍ତ କରୁଥିବା ପୁଲିସର କହିବା ମୁତାବକ, ପୀଡ଼ିତା ପାଲଘର ଜିଲ୍ଲାରେ ନିଜ ମା’ ଓ ଭଉଣୀଙ୍କ ସହ ରହୁଥିଲେ। ବାପାଙ୍କୁ ଭେଟିବା ପାଇଁ ସେ ଚେମ୍ବୁର ଆସିଥିବା ବେଳେ ସେଠାରେ ତାଙ୍କର ଅଭିଯୁକ୍ତ ଅଜିତ କୁମାର ଯାଦବଙ୍କ ସହ ଦେଖା ହୋଇଥିଲା। ଅଜିତ, ପୀଡ଼ିତାଙ୍କ ବାପାଙ୍କ ସାଙ୍ଗର ପୁଅ ଥିଲେ। ସେ ମଧ୍ୟ ପୀଡ଼ିତା ରହୁଥିବା କ୍ବାର୍ଟରଠାରୁ କିଛି ଦୂରରେ ରହୁଥିଲେ। ଦୁହେଁ ପରସ୍ପରକୁ ଭଲ ଭାବେ ଜାଣିଥିବା ବେଳେ ଘଟଣା ଦିନ ପୀଡ଼ିତା, ଅଜିତ ଘରକୁ କିିଛି ଜିନିଷ ଆଣିବାକୁ ଯାଇଥିଲେ। ଏହି ସମୟରେ ଘରେ କେହି ନଥିବାରୁ ଅଜିତ ନିଜ ବନ୍ଧୁଙ୍କ ସହ ମିଶି ମଦ ପିଉଥିଲେ। ପୀଡ଼ିତାଙ୍କୁ ଦେଖି ତାଙ୍କୁ ମୃଦୁପାନୀୟରେ ନିଶା ମିଶାଇ ପିିଇବାକୁ ଦେଇଥିଲା ଅଜିତ। ପୀଡ଼ିତା ନିଶା ମିଶା ମୃଦୁପାନୀୟ ପିଇ ଅଚେତ୍ ହେବା ପରେ ଦୁହେଁ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଚେତା ଫେରିବା ପରେ ଦୁଷ୍କର୍ମ ହୋଇଥିବା ଜାଣି ପୀଡ଼ିତା ପୁଲିସରେ ଅଭିଯୋଗ କରିଥିଲେ ‌ବୋଲି ଜଣାପଡ଼ିଛି।

Share Now:

Kalinga News Beuro

Next Post

ଉପରେ ରୋପ୍‌ ୱେ, ତଳେ ବୋଟିଂ: କାଞ୍ଜିଆ ହ୍ରଦରେ ଜମିଲା ଭିଡ଼

Sun Nov 19 , 2023
ବାରଙ୍ଗ: ପର୍ଯ୍ୟଟନ ଋତୁ ଆରମ୍ଭ ହେଉ ନ ହେଉଣୁ ନନ୍ଦନକାନନ କାଞ୍ଜିଆ ହ୍ରଦରେ ଜମିଲାଣି ଭିଡ଼। କାଞ୍ଜିଆ ହ୍ରଦର ଉପରେ ରୋପ୍‌ ୱେ ଓ ତଳେ ବୋଟିଂ ଆରମ୍ଭ ହୋଇଯାଇଥିବାରୁ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛି। ଦୀର୍ଘ ସମୟ ଧରି ବନ୍ଦ ଥିବା ବୋଟିଂ ଓ ରୋପ୍‌ ୱେ ପୁଣି ଚାଲୁ ହୋଇଯାଇଥିବାରୁ ପର୍ଯ୍ୟଟକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଗତକାଲି ରୋପ୍‌ ୱେ ଉଦ୍‌ଘାଟିତ ହୋଇଥିଲା ଏବଂ ଆଜି ପର୍ଯ୍ୟଟକମାନେ […]
ଉପରେ ରୋପ୍‌ ୱେ, ତଳେ ବୋଟିଂ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial