ସୁପ୍ରିମକୋର୍ଟରେ ଆଜି ପରୀ ହତ୍ୟାକାଣ୍ଡ ଶୁଣାଣି

ପରୀ ହତ୍ୟାକାଣ୍ଡ ଶୁଣାଣି

ନୂଆଦିଲ୍ଲୀ : ନୟାଗଡ଼ ଯଦୁପୁର ଗ୍ରାମର ୫ ବର୍ଷୀୟା ଶିଶୁ କନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବିରେ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନର ଶୁଣାଣି ଆସନ୍ତାକାଲି ବିଚାରପତି ଏଏମ୍‌ ଖାନୱିଲକର ଏବଂ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ହେବ। ଗତ ମାସ ୨୨ ତାରିଖରେ ସୁପ୍ରିମକୋର୍ଟ ଆବେଦନକାରୀ ପରୀଙ୍କ ମାଆଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ସେପ୍ଟେମ୍ବର ୧୧, ୨୦୨୦ର ଆଦେଶ ବିରୋଧରେ ଏସ୍‌ଏଲ୍‌ପି ଦାଖଲ କରିବା ପାଇଁ କହିବା ପରେ ପରୀ ମାଆଙ୍କ ଓକିଲଙ୍କ ପକ୍ଷରୁ ଏଥି ପାଇଁ ସମୟ ଲୋଡ଼ିଥିଲେ। ଏହା ପରେ ପରୀ ମାଆଙ୍କ ପକ୍ଷରୁ କୌଣସି ପ୍ରକାର ନଥିପତ୍ର ସୁପ୍ରିମକୋର୍ଟରେ ଦାଖଲ କରାଯାଇନାହିଁ।

Share Now:

Kalinga News Beuro

Next Post

ରେଜ ଭଏସ ୟୁଥ କ୍ଲବ ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳିତ

Tue Aug 17 , 2021
ଭୁବନେଶ୍ୱର : ରେଜ ଭଏସ ୟୁଥ କ୍ଲବ, ସତ୍ୟବିହାର ପକ୍ଷରୁ ୭୫ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା। ସତ୍ୟ ବିହାର ୱେଲଫେୟାର ଆସୋସିଏସନ ଓ ରେଜ ଭଏସ ୟୁଥ କ୍ଲବର ମିଳିତ ଅନୁକୁଲ୍ୟରେ ଭାରତ ସ୍ୱାଧୀନତାର ଏହି ଅମୃତ ମହୋତ୍ସବକୁ କରୋନା କଟକଣା ସହିତ ମହା ସମାରୋହରେ ପାଳନ କରିଥିଲେ। ବୟୋଜ୍ୟେଷ୍ଠ ଶ୍ରୀଯୁକ୍ତ ବୃନ୍ଦାବନ ଦୀକ୍ଷିତଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା। ପରେ ପରେ ସାମୁହିକ ଜାତୀୟ ସଙ୍ଗୀତ ପରିବେଷଣ […]
ରେଜ ଭଏସ ୟୁଥ କ୍ଲବ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial