ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

ଘର ଉପରକୁ ଦୁର୍ବୃତ୍ତଙ୍କ ବୋମାମାଡ଼

ବାଲିପାଟଣା: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ବନମାଳୀପୁର ଫାଣ୍ଡି ଅଧୀନ ଖଇରିପୁର ଗ୍ରାମରେ ବୋମାମାଡ଼। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଭଗବାନ ଓଝାଙ୍କ ଘର ଉପରକୁ ଦୁର୍ବୃତ୍ତ। ଆତଙ୍କ ସୃଷ୍ଟି ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବାର ଅନୁମାନ କରାଯାଉଛି। ଦୁର୍ବୃତ୍ତମାନେ ବୋମାମାଡ଼ କରି ଫେରାର ହୋଇ ଯାଇଛନ୍ତି। ବୋମାମାଡ଼ରେ ଭଗବାନଙ୍କ ଘର କାନ୍ଥ ଓ ପାଣି ପାଇପ କ୍ଷତିଗ୍ରସ୍ତ ହୋଇଛି। କିଏ ଏବଂ କାହିଁକି ବୋମାମାଡ଼ କରିଛି ତାହା ଜଣାପଡ଼ି ନାହିଁ। ବୁଧବାର ରାତ୍ରି ପ୍ରାୟ ସାଢେ ଗୋଟାଏରେ ହଠାତ୍ ଏକ ଭୟଙ୍କର ଶବ୍ଦ ଶୁଭିଥିଲା। ପରେ ଘର ସାରା ଧୂଆଁମୟ ହୋଇଯାଇଥିଲା। ପରିବାର ଲୋକ ବାହାରକୁ ଆସିବା ପରେ ବୋମାମାଡ଼ ହୋଇଥିବା ଜାଣିବାକୁ ପାଇଥିଲେ। ଘଟଣାସ୍ଥଳରେ ବୋମାରେ ବ୍ୟବହୃତ ସୂତୁଲି ପଡ଼ି ରହିଛି। ଆତଙ୍କ ସୃଷ୍ଟି ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ଅନୁମାନ କରିଛନ୍ତି ଗ୍ରାମବାସୀ।

Share Now:

Kalinga News Beuro

Next Post

ଦୁଇ କୋଟି ବର୍ଷ ତଳର ବିଭାଜିତ ସେଓ ପଥର

Thu Oct 5 , 2023
ନିଉଜିଲାଣ୍ଡ : ନିଉଜିଲାଣ୍ଡର ସାଉଥ୍‌ ଆଇଲ୍ୟାଣ୍ଡ ଉତ୍ତରକୁ ଥିବା ତାସମାନ୍‌ ଉପସାଗରରେ ରହିଥିବା ଏହି ପଥର ହେଉଛି ପର୍ଯ୍ୟଟକମାନଙ୍କର ଅନ୍ୟତମ ଆକର୍ଷଣର ବିନ୍ଦୁ। ସ୍ଥାନୀୟ ଭାଷାରେ ‘ତୋକାଙ୍ଗାୱା’ ନାମରେ ପରିଚିତ ଏହି ପଥରଟି ଏକ ସେଓକୁ ମଝିରୁ ଦୁଇଫାଳ କଲା ଭଳି ଆକୃତି ଧାରଣ କରିଛି। କୈଟେର୍ଟରି ଓ ମାରାହାଉ ଉପକୂଳ ମଧ୍ୟରେ ମାତ୍ର ୫୦ ମିଟର ଦୂରରେ ଅବସ୍ଥିତ ଏହି ବିଚିତ୍ର ପଥରଟି ଦୁଇ କୋଟି ବର୍ଷ ତଳେ […]
ବିଭାଜିତ ସେଓ ପଥର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial