ବିଚାରପତିଙ୍କ ଆତ୍ମହତ୍ୟା ଘଟଣା : ପତ୍ନୀ ବିୟୁଟି ଓ ଶଳାଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ବିଚାରପତିଙ୍କ ମୃତ୍ୟୁ

କଟକ: ଗତକାଲି ବିଚାରପତିଙ୍କ ଆତ୍ମହତ୍ୟା ଘଟଣା ଏବେ ଭିନ୍ନ ମୋଡ ନେଇଛି। ଆତ୍ମହତ୍ୟା ନୁହେଁ ହତ୍ୟା ଅଭିଯୋଗ ଆଣିଛନ୍ତି ବିଚାରପତିଙ୍କ ପରିବାର ଲୋକ। ଏଭଳି ଏକ ଅଭିଯୋଗ ଆଣିଛନ୍ତି ସୁବାସ ବିହାରୀଙ୍କ ମା ତୁଳସୀ ବିହାରୀ ଏବଂ ଭାଇ ସୁବୋଧ ବିହାରୀ। ସୁବାସ ବିହାରୀଙ୍କ ଶଳା ଏବଂ ତାଙ୍କ ସ୍ତ୍ରୀ ଅପରାଜିତା ରାୟ(ବିୟୁଟି) ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି। ଏ ନେଇ କଟକର ମର୍କତନଗର ଥାନାରେ ଅଭିଯୋଗ କରିଛନ୍ତି।
ସୁବାସଙ୍କ ପରିବାର ଲୋକଙ୍କ କହିବା ମୁତାବକ ତାଙ୍କର ବୈଷ୍ଣବ ସମ୍ପ୍ରଦାୟରେ ମୃତଦେହକୁ କବର ଦେବାର ପ୍ରଥା ଥିବାବେଳେ ତାଙ୍କ ପରିଵାରକୁ ଦୂରରେ ରଖି ପୁରୀରେ ମୃତଦେହ ଶେଷକୃତ୍ୟ କରାଯାଇଛି। ସୂଚନାଯୋଗ୍ୟ, ସ୍ବତନ୍ତ୍ର ପୋକ୍ସୋ କୋର୍ଟର ବିଚାରପତି ତଥା ଅତିରିକ୍ତ ଦୌରାଜଜ୍ ସୁବାସ କୁମାର ବିହାରୀ (୪୯)ଙ୍କର ସିଡିଏ ସେକ୍ଟର ୯ ସ୍ଥିତ କ୍ବାର୍ଟର୍ସରୁ ତାଙ୍କର ମୃତଦେହକୁ ସିଲିଂ ଫ୍ୟାନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ପ୍ରାଥମିକ ଭାବେ ଏହା ଏକ ଆତ୍ମହତ୍ୟା ବୋଲି କହିଥିଲା। ଆଉ ଏବେ ସୁବାସଙ୍କ ପରିବାର ସଦସ୍ୟ ତାଙ୍କ ପତ୍ନୀ ଓ ଶଳାଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି।

Share Now:

Kalinga News Beuro

Next Post

ଶୁଭଶ୍ରୀ ମୃତ୍ୟୁ ମାମଲା : ପୁରୁଷବନ୍ଧୁଙ୍କ ରାଗରୁ ଆତ୍ମହତ୍ୟା

Sat Sep 3 , 2022
ଭୁବନେଶ୍ବର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ବହୁଚର୍ଚ୍ଚିତ ଶୁଭଶ୍ରୀ ମୃତ୍ୟୁ ମାମଲାର ରହସ୍ୟ ଭେଦ କରିଛି କମିସନରେଟ୍‌ ପୁଲିସ। ଆରମ୍ଭରୁ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ପୁଲିସ ଶେଷରେ ଏହା ଏକ ଆତ୍ମହତ୍ୟା ବୋଲି ପ୍ରମାଣ ପାଇଛି। ତେବେ ଆତ୍ମହତ୍ୟା ପଛରେ ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ଚିତ୍ତରଞ୍ଜନ ଜେନା(୨୫)ଙ୍କ ହାତ ଥିବା ପ୍ରମାଣ ପାଇବା ପ‌ରେ ପୁଲିସ ତାଙ୍କୁ ଗିରଫ କରିଛି। ଶୁଭଶ୍ରୀଙ୍କ ସ୍ବାମୀ ଅନନ୍ତ ନାରାୟଣ ନାଥ […]
ଶୁଭଶ୍ରୀ ମୃତ୍ୟୁ ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial