ରମାଦେବୀ ଛାତ୍ରୀ ମୃତ୍ୟୁ ମାମଲା: ଘଟଣା ଦିନ ଗେଷ୍ଟ୍ ହାଉସରେ ଥିଲେ ଝରାଫୁଲ

ଗେଷ୍ଟ୍ ହାଉସରେ ଥିଲେ ଝରାଫୁଲ-1

ଆଜି ଝରାଫୁଲଙ୍କ ଗାଁକୁ ଯିବେ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାକୁ ନେଇ ପୁଣି ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁସାରେ, ଘଟଣା ଦିନ ରାତିରେ ଝରାଫୁଲ ଖଣ୍ଡଗିରିର ଏକ ଗେଷ୍ଟ ହାଉସରେ ଥିଲେ। ଏହି ଗେଷ୍ଟ ହାଉସଟି ଖଣ୍ଡଗିରି ଧର୍ମବିହାର ଲେନ୍-୬ରେ ବୋଲି ଜଣାଯାଇଛି। ଗେଷ୍ଟହାଉସରେ ଲାଗିଥିବା ସିସିଟିଭି ଫୁଟେଜରୁ ଜଣାଯାଇଛି, ସେହି ରାତିରେ ଝରା ଫୁଲଙ୍କ ସହ ବନ୍ଧୁ ରାକେଶ ସ୍ୱାଇଁ ମଧ୍ୟ ଗେଷ୍ଟ ହାଉସରେ ରହିଥିଲେ। ଏତିକି ନୁହେଁ, ଝରାଫୁଲଙ୍କୁ ସ୍କୁଟିରେ ବସାଇ ନିଆଯାଉଥିବାର ଦୃଶ୍ୟ ମଧ୍ୟ ଏହି ଫୁଟେଜ୍‌ରେ କଏଦ ହୋଇଛି। ଇତି ମଧ୍ୟରେ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଭିଯୋଗରେ ଝରାଫୁଲଙ୍କ ବୟଫ୍ରେଣ୍ଡ୍‌ ରାକେଶ୍ ସ୍ୱାଇଁକୁ ଭୁବନେଶ୍ୱର ଏୟାରଫିଲ୍ଡ ପୋଲିସ୍‌ ଗିରଫ କରିଛି। ମୃତଦେହ ଯାଜପୁର କୁଆଖିଆ ଅଞ୍ଚଳରୁ ମିଳିଥିବାରୁ, ଏୟାରଫିଲ୍ଡ ପୋଲିସ୍‌ ରାକେଶକୁ ଯାଜପୁର ପୋଲିସକୁ ହସ୍ତାନ୍ତର କରିଛି। ଝରାଫୁଲଙ୍କୁ କାହିଁକି ଓ କେମିତି ହତ୍ୟାକଲା ରାକେଶ ସେନେଇ ଯାଜପୁର ପୋଲିସ ତାଙ୍କୁ ଜେରା କରିବ। ସିସିଟିଭିରେ କଏଦ ହୋଇଥିବା ଫୁଟେଜରେ ସ୍କୁଟି ଆରୋହୀ ଜଣକ ରାକେଶ ବୋଲି ପୂର୍ବରୁ ପୋଲିସ ସୂଚନା ଦେଇଥିଲା। ରାକେଶ, ଝରାଫୁଲକୁ ପ୍ରେମ କରୁଥିବା ଏବଂ ଝିଅର ମୃତ୍ୟୁ ପଛରେ ରାକେଶର ଲିଙ୍କ୍ ଥିବା ନେଇ ମଧ୍ୟ ଝରାଫୁଲଙ୍କ ବାପା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ, ଏହି ରହସ୍ୟଜନକ ମୃତ୍ୟୁ ମାମଲାର ଅନୁଧ୍ୟାନ କରିବା ଲାଗି ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା ଆଜି ଝରାଫୁଲଙ୍କ ଗାଁକୁ ଯିବେ। ଗାଁରେ ପହଞ୍ଚି ପରିବାର ଲୋକଙ୍କ ସହ ଆଲୋଚନା କରିବେ ମହିଳା କମିଶନ ଅଧ୍ୟକ୍ଷା। ବୁଧବାର ଦିନ କୁଆଖିଆ ଥାନା ଅନ୍ତର୍ଗତ ମୂଳାପାଳ ଛକ ନିକଟରୁ ରହସ୍ୟଜନକ ଭାବେ ଝରାଫୁଲଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା କରି କେହି ଫିଙ୍ଗିଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

Share Now:

Kalinga News Beuro

Next Post

ସାଧାରଣତନ୍ତ୍ର ଦିବସ ହିଂସାକୁ ସମାଲୋଚନା କଲେ ରାଷ୍ଟ୍ରପତି

Fri Jan 29 , 2021
ନୂଆଦିଲ୍ଲୀ: ଆଜି ବଜେଟ୍‌ ଅଧିବେଶନ ପ୍ରାରମ୍ଭରେ ସଂସଦର ମିଳିତ ଅଧିବେଶନରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କୃଷି ଆଇନକୁ ବିରୋଧ କରି ସାଧାରଣତନ୍ତ୍ର ଦିବସରେ ଘଟିଥିବା ହିଂସାକାଣ୍ଡକୁ ସମାଲୋଚନା କରିବା ସହ ମୋଦୀ ସରକାରଙ୍କ କୃଷି ଆଇନ କୃଷକମାନଙ୍କ କଲ୍ୟାଣ କରିବ ବୋଲି କହିଛନ୍ତି। ବିବାଦୀୟ ‘ସର୍ବନିମ୍ନ ବିକ୍ରୟ ମୂଲ୍ୟ’ (ଏମ୍‌ଏସ୍‌ପି) ସଂକ୍ରାନ୍ତରେ ରାଷ୍ଟ୍ରପତି କୋବିନ୍ଦ କହିଲେ, ‘ଏମ୍‌ଏସ୍‌ପି’ ଉପରେ ଆମେ ସ୍ୱାମୀନାଥନ କମିସନ୍‌ ରିପୋର୍ଟ କାର୍ଯ୍ୟକାରୀ କରିଛୁ। […]
ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଆହୁରି ପଢ଼ନ୍ତୁ

Breaking News

Most Read

Social media & sharing icons powered by UltimatelySocial