ସୁଟକେସରେ ଚାଲାଣ ହେଉଥିଲା ଗଞ୍ଜେଇ : ରେଳଷ୍ଟେସନରୁ ଧରାପଡ଼ିଲେ ୫ ଅଭିଯୁକ୍ତ

ସୁଟକେସରେ ଚାଲାଣ ହେଉଥିଲା ଗଞ୍ଜେଇ

ରାୟଗଡା: ଗଞ୍ଜେଇ ଚୋରା ଚାଲାଣ ପାଇଁ ଭିନ୍ନ ଭିନ୍ନ ଉପାୟ ଆପଣାଉଥିବାର ଆପଣ ଅନେକ ସମୟରେ ପଢୁଥିବେ। ତେବେ ରାୟଗଡା ରେଳ ସୁରକ୍ଷା ବଳ ଏଭଳି ଏକ ଗ୍ୟାଙ୍ଗକୁ ଗିରଫ କରିଛି ଯେଉଁମାନେ ସୁଟକେସରେ ଗଞ୍ଜେଇ ଚୋରାଚାଲାଣ କରୁଥିଲେ। ମିଳିଥିବା ସୂଚନା ମୁତାବକ ଗତକାଲି ବିଶ୍ୱସ୍ତ ସୂତ୍ରରୁ ରେଳସୁରକ୍ଷା ବଳଙ୍କୁ ସୂଚନା ମିଳିଥିଲା ଯେ ବିଶାଖାପାଟଣା-ଦୁର୍ଗ ଏକ୍ସପ୍ରେସ ମାଧ୍ୟମରେ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ କରାଯାଉଛି।
ଏହାପରେ ରାୟଗଡାରେ ଟ୍ରେନ ପହଞ୍ଚିବା ପରେ ରେଳ ସୁରକ୍ଷାବଳ ପକ୍ଷରୁ ଟ୍ରେନରେ ଯାଞ୍ଚ କରାଯାଇଥିଲା। ଏହାପରେ ଏସି ବଗିରେ ଯାଉଥିବା ୫ ଜଣ ଯାତ୍ରୀଙ୍କୁ ନେଇ ସନ୍ଦେହ ଉପୁଜିଥିଲା। ସେମାନଙ୍କ ପାଖରେ ବଡ ବଡ ସୁଟକେଶ ଥିବାବେଳେ ଏଥିରେ କଣ ଅଛି ପଚାରିବାରୁ ସେମାନେ ଏନେଇ ସୂଚନା ଦେଇପାରିନଥିଲେ। ଏହାପରେ ସୁଟକେଶକୁ ଖୋଲାଯିବାରୁ ଏଥିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଥିଲା। ଏହାପରେ ଆରପିଏଫ ସୁଟକେଶ ନେଇକି ଯାଉଥିବା ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ହେଉଛନ୍ତି ଉତ୍ତରପ୍ରଦେଶ ଆଲିଗଡର ଅସଲମ, ଇମ୍ରାନ ଖାନ, ତାହିର, ଜାଫରୁଦ୍ଦିନ, ଅଦନାନ। ଏମାନଙ୍କ ନିକଟରୁ ୧୭୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

Share Now:

Kalinga News Beuro

Next Post

‘ଟେକ୍‌’ କମ୍ପାନିର ‘ସିଇଓ’ ଏବଂ ‘ଏମ୍‌ଡି’ଙ୍କୁ ହତ୍ୟା କରିଥିବା ୩ ଅଭିଯୁକ୍ତ ଗିରଫ

Wed Jul 12 , 2023
ବେଙ୍ଗାଲୁରୁ: ବେଙ୍ଗାଲୁରୁ ସହରର ‘ଟେକ୍‌’ ସଂସ୍ଥାନ ‘ଏରୋନକ୍ସ୍‌ ଇଣ୍ଟର୍‌ନେଟ୍‌ କମ୍ପାନି’ର ‘ଏମ୍‌ଡି’ ଓ ‘ସିଇଓ’ଙ୍କୁ ହତ୍ୟା କରିଥିବା ୩ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ଶବରୀଶ, ବିନୟ ରେଡ୍ଡୀ ଓ ସନ୍ତୋଷ। ପୁଲିସ କହିବା ଅନୁସାରେ, ଉକ୍ତ ବେଙ୍ଗାଲୁରୁ ଫାର୍ମର ‘ସିଇଓ’ ଏବଂ ‘ଏମ୍‌ଡି’ଙ୍କ ସହିତ ଅଭିଯୁକ୍ତମାନଙ୍କର ଶତ୍ରୁତା ଥିଲା। ପୂର୍ବରୁ ସେମାନେ ସେହି କମ୍ପାନିରେ ଚାକିରି କରିଥିଲେ। ଚାକିରିରୁ ଇସ୍ତଫା ଦେବା ପରେ […]
ବେଙ୍ଗାଲୁରୁ ଡବଲ୍‌ ମର୍ଡର୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial