ଦେବ୍ରିଗଡ଼ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ

ଦେବ୍ରିଗଡ଼ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ

ସମ୍ବଲପୁର: ବରଗଡ଼ ଜିଲ୍ଲାର ଦେବ୍ରିଗଡ଼ ଅଭୟାରଣ୍ୟରୁ ୩ ଶିକାରୀ ଗିରଫ ହୋଇଥିବା ଜଣାଯାଇଛି। ଗତ ରାତିରେ ଏମାନେ ଶିକାର ଲାଗି ଯାଇଥିବା ବେଳେ ଭୋର ସମୟରେ ହୀରାକୁଦ ବନ୍ୟଜନ୍ତୁ ଡିଭିଜନର ରାତି ପାଟ୍ରୋଲିଂ ଟିମ୍ ହାତରେ ଧରାପଡ଼ିଛନ୍ତି। ଦେବ୍ରିଗଡ଼ ଅଭୟାରଣ୍ୟର ରେଙ୍ଗାଲି ବିଟ ନିକଟରୁ ଧରାପଡ଼ିଥିବା ଏହି ୩ ଶିକାରୀଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ଛୁରୀ, କୁରାଢ଼ି ଏବଂ ଦିଆସିଲି ଆଦି ଜବତ ହୋଇଛି। ରାତି ପାଟ୍ରୋଲିଂ ଟିମ୍ ଯେତେବେଳେ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଗୋଡ଼େଇ ଥିଲେ, ସେତେବେଳେ ସେମାନେ ବନ ବିଭାଗ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ। ମାତ୍ର କୌଶଳକ୍ରମେ ରାତି ପାଟ୍ରୋଲିଂ ଟିମ୍ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ।
୩ ଗିରଫ ଅଭିଯୁକ୍ତ ହେଲେ ବରଗଡ଼ ଜିଲ୍ଲା କୁକେଟିରାର ସୁଭାସ ଗର୍ଡିଆ (୪୭), ବରଗଡ଼ ଜିଲ୍ଲା ରେଙ୍ଗାଲି ଗ୍ରାମର ରଘୁପତି ଧାରୁଆ(୫୨) ଓ ଦିଗମ୍ବର ସାହୁ (୪୬)। ସେମାନଙ୍କୁ ଆଜି ଅତାବିରା କୋର୍ଟକୁ ଚାଲାଣ କରାଯାଇଛି। ଏନେଇ ଅଧିକ ଅନୁସନ୍ଧାନ ଚାଲିଛି। ପ୍ରାଥମିକ ଅନୁସନ୍ଧାନରୁ ଏହା ଜଣାପଡ଼ିଛି ଯେ ଅଭିଯୁକ୍ତମାନେ ସମ୍ବଲପୁର ଜିଲ୍ଲାର କିସିଣ୍ଡା ଅଞ୍ଚଳ ମେଗପାଲ ଆଣ୍ଡ ବାସୁପାଲି ନିକଟରେ ଦେଶୀ ବନ୍ଧୁକ ପାଇଁ ବନ୍ଧୁକ ପାଉଡର ତିଆରି କରନ୍ତି। ଏମାନେ ବନ୍ୟଜନ୍ତୁ ଶିକାର କରି ତାର ଚମଡ଼ା ଓ ମାଂସ ବିକ୍ରି କରିବାର ଯୋଜନା କରିଥିଲେ।

Share Now:

Kalinga News Beuro

Next Post

ଏସଟିଏଫ୍ ହାତରେ ଧରାପଡ଼ିଲା ଉଚ୍ଚଶିକ୍ଷିତ ଠକ : କୋଟିଏରୁ ଅଧିକ ଟଙ୍କା ଠକିଥିବାର ଅଭିଯୋଗ

Sun May 7 , 2023
ଭୁବନେଶ୍ୱର: ଏସଟିଏଫ୍ ହାତରେ ଧରାପଡ଼ିଛି ଏକ ବଡ଼ ଠକ। ନିଜକୁ ଜଣେ ଭିଜିଲାନ୍ସ ଏସପି ବୋଲି ପରିଚୟ ଦେଇ ସେ ଜଣେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ୧ କୋଟି ଟଙ୍କା ମାଗୁଥିବାର ଅଭିଯୋଗ ଆସିବା ପରେ ସେ ଧରାପଡ଼ିଥିବା ଜଣାଯାଇଛି। ଉକ୍ତ ଯୁବକଙ୍କ ନାଆଁ ହେଲୋ ମନୋଜ ମାଝୀ। ତାଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ।ଏହାଛଡ଼ା ଚାକିରି କରାଇବା ନାଁରେ ମନୋଜ ମାଝୀ ବି କୋଟିଏରୁ ଅଧିକ ଟଙ୍କା ଠକିଥିବାର ଅଭିଯୋଗ […]
ଧରାପଡ଼ିଲା ଉଚ୍ଚଶିକ୍ଷିତ ଠକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial