ତାଳଦଣ୍ଡା କେନାଲ୍‌ରେ ପାଇଖାନା ମଇଳା ଛାଡ଼ିବା ମହଙ୍ଗା ପଡିଲା : ୧ ଲକ୍ଷ ଟଙ୍କା ଜରିମାନା

ତାଳଦଣ୍ଡା କେନାଲ୍‌ରେ ପାଇଖାନା ମଇଳା

କଟକ: ତାଳଦଣ୍ଡା କେନାଲରେ ପାଇଖାନା ମଇଳା ଛାଡି ଏହାକୁ ଦୂଷିତ କରିବା ମହଙ୍ଗା ପଡିଛି। କଟକ ମହାନଗର ନିଗମ (ସିଏମସି) ଏହାକୁ ଗୁରୁତ୍ବର ସହିତ ନେଇଛି। ଆଜି ସିଏମ୍‌ସି ପକ୍ଷରୁ ମଇଳା ପାଣି ଛାଡୁଥିବା ଦୁଇ ସେସ୍‌ ପୁଲ୍ ଗାଡ଼ି ବିରୋଧରେ ୧ଲକ୍ଷ ଟଙ୍କା ଜରିମାନା କରିଛି। ପ୍ରତି ଗାଡି ପିଛା ୫୦ ହଜାର ଟଙ୍କା ଲେଖାଏ ଜରିମାନା କରାଯାଇଛି। କେବଳ ସେତିକି ନୁହେଁ ଏଭଳି ତ୍ରୁଟି କରିଥିବା ଦୁଇ ସେସ୍ ପୁଲ୍ ଗାଡ଼ି ଦୁଇଟିକୁ ସିଜ୍ କରିବାକୁ କଟକ ଆରଟିଓଙ୍କୁ ଚିଠି କରାଯାଇଥିବା ନେଇ ସିଏମସି ଡେପୁଟି କମିସନର ସଂଜୀବିତା ରାୟ ସୂଚନା ଦେଇଛନ୍ତି। ଗାଡି ମାଲିକଙ୍କ ବିରୋଧ‌ରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ତାଳଦଣ୍ଡା କେନାଲ ପାଣିକୁ ଜଗତସିଂହପୁର ଜିଲ୍ଲା ଲୋକେ ସ୍ନାନ ଶୌଚ ଏପରିକି ଏହାକୁ ପାରାଦୀପ ଲୋକ ଏହାକୁ ବି‌‌ଶୋଧନ କରି ପାନୀୟ ଜଳ ଭାବେ ବ୍ୟବହାର କରିଥା’ନ୍ତି। ମାତ୍ର କଟକ ସହରର ବିଭିନ୍ନ ପାଇଖାନାରୁ ମଇଳା ସଂଗ୍ରହ କରୁଥିବା ସେସ୍ ପୁଲ ଗାଡି ଗୁଡିକ ନିର୍ଭୟରେ ଏହି ପାଇଖାନା ମଇଳାକୁ ନେଇ ତାଳଦଣ୍ଡାରେ ସିଧାସଳଖ ଛାଡୁଛନ୍ତି। ଏମାନେ ନିୟମିତ ଏଭଳି କରି ଆସୁଥିଲେ। ତେବେ ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସିଏମସି ଡେପୁଟି କମିସନର ଏହି ଦୁଇ ସେସ୍ ପୁଲ ଗାଡି ଉପରେ ୧ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସହରରେ ଏହି କାମ କରୁଥିବା ଅନ୍ୟ‌ ସେସ୍ ପୁଲ ଗାଡି ଗୁଡିକ ଅନ୍ଦରପୁର ନିକଟରେ ନିୟମିତ ପାଇଖାନା ମହିଳା ତାଳଦଣ୍ଡାରେ ଛାଡୁଥିବାରୁ ଏହା ଉପରେ ନଜର ରଖିବାକୁ ଦାବି ହୋଇଛି।

Share Now:

Kalinga News Beuro

Next Post

ଛାତ୍ରୀଙ୍କୁ ପ୍ରଫେସର୍‌ଙ୍କ ନିର୍ଯାତନା : ଆଭ୍ୟନ୍ତରୀଣ କମିଟି କରି ଘଟଣା ଚାପିବାକୁ ଉଦ୍ୟମ

Sat Nov 5 , 2022
ଭୁବନେଶ୍ୱର: ଛାତ୍ରୀମାନଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯାତନା। ପ୍ରଫେସର ଜଣକ ରାତିରେ ଛାତ୍ରୀମାନଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଉଛନ୍ତି। ଛାତ୍ରୀଙ୍କ ରୂପଗୁଣର ପ୍ରଶଂସା କରୁଛନ୍ତି। ଖଣ୍ଡଗିରି ଥାନା ଅଧୀନ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ସରକାରୀ କଲେଜର ଜଣେ ପ୍ରଫେସର ଛାତ୍ରୀମାନଙ୍କୁ ଏଭଳି ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏକାଧିକ ଛାତ୍ରୀ ଏନେଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିବା ପରେ କର୍ତୃପକ୍ଷ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର […]
ଛାତ୍ରୀଙ୍କୁ ପ୍ରଫେସର୍‌ଙ୍କ ନିର୍ଯାତନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial