ଦିଲ୍ଲୀ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼ : ପୀଡ଼ିତା ମିଛ ଅଭିଯୋଗ ଆଣିଛନ୍ତି -ଦିଲ୍ଲୀ ପୁଲିସ

ଦିଲ୍ଲୀ ଗଣଦୁଷ୍କର୍ମ ଘଟଣାରେ ନୂଆ ମୋଡ଼

ନୂଆଦିଲ୍ଲୀ: ଗାଜିଆବାଦରେ ଦିଲ୍ଲୀର ଜଣେ ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯିବା ସହ ତାଙ୍କୁ ଅମାନୁଷିକ ଭାବେ ଯୌନ ନିର୍ଯାତନା ଦିଆଯିବା ଘଟଣା ଗତକାଲି ଜାତୀୟ ରାଜଧାନୀ ଦିଲ୍ଲୀରେ ଚର୍ଚ୍ଚାର ବିଷୟ ପାଲଟି ଥିବା ବେଳେ ଆଜି ସେଥିରେ ନୂଆ ମୋଡ଼ ଆସିଛି। ଗାଜିଆବାଦ ପୁଲିସ୍ ଘଟଣାର ତଦନ୍ତ କରି କହିଛି ଯେ ପୀଡ଼ିତା ମିଛ କହିଛନ୍ତି। ତାଙ୍କ ସହ ଜମି ବିବାଦରେ ଲିପ୍ତ ଥିବା ବ୍ୟକ୍ତଙ୍କୁ ଫସାଇବାକୁ ଗଣଦୁଷ୍କର୍ମ କାହାଣୀ ରଚନା କରିଛନ୍ତି। ଉତ୍ତର ପ୍ରଦେଶର ଆଞ୍ଚଳିକ ପୁଲିସ ମୁଖ୍ୟ ପ୍ରବୀଣ କୁମାର କହିଛନ୍ତି କି ପ୍ରାଥମିକ ତଦନ୍ତ ଅନୁସାରେ ପୀଡ଼ିତା ଦୁଇ ଦିନ ନିଜର ଦୁଇଜଣ ବନ୍ଧୁଙ୍କ ସହ ଥିଲେ। ଏହି ଦୁଇ ଦିନ ସେ ଅପହର୍ତ୍ତାଙ୍କ କବଳରେ ଗଣଦୁଷ୍କର୍ମର ଶିକାର ହୋଇଥିବା‌ ଅଭିଯୋଗ କରିଛନ୍ତି। ପୁଲିସ କହିଛି କି ଡାକ୍ତରୀ ପରୀକ୍ଷା ଓ ଅନ୍ୟ ବୈଜ୍ଞାନିକ ଅନୁସନ୍ଧାନ କରିବା ପରେ ଗଣଦୁଷ୍କର୍ମ ଅଭିଯୋଗର ସତ୍ୟତା ପ୍ରମାଣିତ ହୋଇପାରିନାହିଁ। ସୂଚନା ଅନୁସାରେ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିୱାଲଙ୍କ ଦ୍ୱାରା ଏକ ଭିଡିଓ ପୋଷ୍ଟ କରାଯିବା ପରେ ଏହି ମାମଲା ଲୋକଲୋଚନକୁ ଆସିଥିଲା। ସେ ଅଭିଯୋଗ କରିଥିଲେ ଯେ ପୀଡ଼ିତା ୩୬ ବର୍ଷବୟସ୍କା ମହିଳାଙ୍କୁ ଏକ ଝୋଟ ବସ୍ତାରେ ତାଙ୍କ ହାତ ଏବଂ ଗୋଡ ବନ୍ଧା ଯାଇ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କ ଗୁପ୍ତାଙ୍ଗରେ ଏକ ଲୁହା ରଡ୍‌ ପଶିଥିବା ଦେଖିବାକୁ ମିଳିଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ମହିଳା ଜଣକ ତାଙ୍କ ଅପହରଣକାରୀ ଦ୍ୱାରା ଦୁଇ ଦିନ ଧରି ନିର୍ଯାତନା ପାଇବା ପରେ ତାଙ୍କ ଜୀବନ ପାଇଁ ଲଢୁଥିଲେ। ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିୱାଲ ଏହି ଘଟଣାକୁ ୨୦୧୨ରେ ଚଳନ୍ତା ବସ୍‌ରେ ଗଣ ବଳାତ୍କାର ଏବଂ ଲୁହା ରଡ୍‌ରେ ନିର୍ଯାତନା ଦେବା ପରେ ମୃତ୍ୟୁବରଣ କରିଥିବା ୨୩ ବର୍ଷୀୟା ପାରାମେଡିକ୍‌ ଛାତ୍ରୀ ର୍ନିଭୟାଙ୍କ ସହ ତୁଳନା କରିଛନ୍ତି। ଅନ୍ୟପକ୍ଷରେ ପୁଲିସ କହିଛି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ମହିଳା ଜଣକ ନିଖୋଜ ଥିବା ନେଇ ଦୁଇ ଦିନ ତଳେ ଅଭିଯୋଗ ହୋଇଥିଲା। ୟୁପିର ଆଞ୍ଚଳିକ ପୁଲିସ ମୁଖ୍ୟ ପ୍ରବୀଣ କୁମାର ଗୁରୁବାର ଦିନ କହିଛନ୍ତି, ଅପହୃତା ମହିଳା ଜଣକ ଦୁଇ ଦିନ ଧରି ତାଙ୍କର ଦୁଇ ସାଙ୍ଗଙ୍କ ସହ ଥିଲେ। ଯେଉଁ ଅବଧି ପାଇଁ ସେ ଅଭିଯୋଗ କରିଥିଲେ ଯେ ତାଙ୍କୁ ପାଞ୍ଚ ଜଣ ବ୍ୟକ୍ତି ଅପହରଣ କରି ଦୁଷ୍କର୍ମ କରିଛନ୍ତି। ଶ୍ରୀ କୁମାର କହିିଛନ୍ତି, ଆମେ ସେହି କାରକୁ ଉଦ୍ଧାର କରିଛୁ ଯେଉଁଥିରେ ସେ ତାଙ୍କ ସାଙ୍ଗମାନଙ୍କ ସହିତ ଯାଇଥିଲେ ଏବଂ ଦୁଇ ଦିନ ସେମାନଙ୍କ ସହିତ ରହିଥିଲେ। ଗାଜିଆବାଦରେ ଏକ ଜନ୍ମଦିନ ପାର୍ଟିରେ ଯୋଗ ଦେବା ପରେ ଦିଲ୍ଲୀ ଯିବା ପାଇଁ ବସ୍‌କୁ ଅପେକ୍ଷା କରିବା ସମୟରେ ମହିଳା ଜଣକ ଦାବି କରିଥିଲେ ଯେ ତାଙ୍କୁ ବନ୍ଧୁକ ମୁନରେ ଅପହରଣ କରାଯାଇଥିଲା। ତାଙ୍କ ଭାଇ ତାଙ୍କୁ ବସ୍‌ ଷ୍ଟାଣ୍ଡରେ ଛାଡି ଦେଇଥିଲେ। ସେ କହିଥିଲେ, ଯେଉଁଠାରୁ ଏକ କାରରେ ଥିବା ପାଞ୍ଚ ଜଣ ବ୍ୟକ୍ତି ତାଙ୍କୁ ଏଥିରେ ଟାଣି ନେଇ ବନ୍ଦୀ ଅବସ୍ଥାରେ ଦୁଷ୍କର୍ମ କରିଥିଲେ।
ପୁଲିସ ଅଧିକାରୀ କହିଛନ୍ତି, ଏହି ଅଭିଯୋଗ ମିଳିବା ପରେ ଯେଉଁ ପାଞ୍ଚ ଜଣଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଦାୟର କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା ସେମାନଙ୍କ ସହ ପୀଡ଼ିତାଙ୍କର ପୂର୍ବ ଶତ୍ରୁତା ଥିଲା ଓ ପୀଡ଼ିତା ସେମାନଙ୍କୁ ଫସାଇବା ଲାଗି ଗଣଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ପୁଲିସର ଏହି ବୟାନ ପରେ ପୀଡ଼ିତା କିମ୍ବା ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତୀ ମାଲିୱାଲଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Share Now:

Kalinga News Beuro

Next Post

ଧଉଳି ଶାନ୍ତିସ୍ତୂପରେ ଲିଫ୍ଟରେ ଯିବେ ଦିବ୍ୟାଙ୍ଗ ପର୍ଯ୍ୟଟକ

Fri Oct 21 , 2022
ଧଉଳି: ଦିବ୍ୟାଙ୍ଗ ଏବଂ ଶାରୀରିକ ଭାବେ ଅସୁସ୍ଥ ବ୍ୟକ୍ତିମାନେ ଏଣିକି ଶାନ୍ତିସ୍ତୂପର ସୌନ୍ଦର୍ଯ୍ୟ ଦେଖିବାରେ କୌଣସି ଅସୁବିଧା ହେବ ନାହିଁ। ଧଉଳି ବୁଲିବାକୁ ଆସୁଥିବା ଏହି ବର୍ଗର ପର୍ଯ୍ୟଟକମାନେ ଶାନ୍ତିସ୍ତୂପ ଦେଖିବାରୁ ଏକପ୍ରକାର ବଞ୍ଚିତ ହେଉଥିଲେ। ଏମିତିକି ଶାନ୍ତିସ୍ତୂପ ଉପରକୁ ସେମାନଙ୍କୁ ଟେକି ଟେକି ନେବାକୁ ପଡ଼ୁଥିଲା। ସେହିପରି ବୟସାଧିକ କାରଣରୁ ବୃଦ୍ଧ ବୃଦ୍ଧାମାନେ ଯିବା ଆସିବା କରିବାରେ ମଧ୍ୟ କଷ୍ଟ ଯନ୍ତ୍ରଣା ଭୋଗୁଥିଲେ। ଅନେକ ଦିବ୍ୟାଙ୍ଗ ପର୍ଯ୍ୟଟକ ଅନ୍ୟ […]
ଶାନ୍ତିସ୍ତୂପରେ ଲିଫ୍ଟରେ ଯିବେ ପର୍ଯ୍ୟଟକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial