୫୩ କେଜି ଗଞ୍ଜେଇ ଜବତ ସହ ୪ ମହିଳା ବେପାରୀ ଗିରଫ

୫୩ କେଜି ଗଞ୍ଜେଇ ଜବତ

୨୦ ହଜାର ଟଙ୍କା, ୬ ମୋବାଇଲ ଜବତ

ରାଉରକେଲା: ଗଞ୍ଜେଇ ଚୋରା ଚାଲାଣର ଚେର ଲମ୍ବିଛି ବ୍ରହ୍ମପୁରରୁ ବିହାର, ଝାଡ଼ଖଣ୍ଡ। ବସ୍‌, ଟ୍ରେନ୍‌ ଯୋଗେ ବସ୍ତା ବସ୍ତା ଗଞ୍ଜେଇ ରାଉରକେଲା ଦେଇ ଚାଲାଣ ହେଉଛି ଏସବୁ ରାଜ୍ୟକୁ। ଚୋରା ଚାଲାଣ କାରବାର ସାମିଲ ହେଉଛନ୍ତି ମହିଳା ବେପାରୀ। ଆଜି ପ୍ଲାଣ୍ଟସାଇଟ୍‌ ପୁଲିସ ଏମିତି ଏକ ଚୋରା ଚାଲାଣ ରୢାକେଟ୍‌ର ୪ ମହିଳାଙ୍କୁ ଗିରଫ କରିଛି। ଗିରଫ ମହିଳାମାନେ ‌ହେଲେ ବିହାର କାତିହାର ଜିଲ୍ଲା ବିନ୍ଦଟୋଲିର ଜସୋ ଦେବୀ (୪୭), ପୁରନ ଦେବୀ ଓରଫ ପୁନମ୍‌ ଦେବୀ (୩୧), ପୁରିଆ ଜିଲ୍ଲାର ଅଜହୋକୋପାର ଚାନ୍ଦ ଦେବୀ (୨୫), ପସରା ଥାନା ଅନ୍ତର୍ଗତ ପିପରପାଣ୍ଟିର ରେଖା କୁମାରୀ (୪୯)।

ଏମାନଙ୍କ ନିକଟରୁ ପୁଲିସ ୫୩ କେଜି ୬୯୦ ଗ୍ରାମ ଗଞ୍ଜେଇ, ନଗଦ ୨୦ ହଜାର ୧୨୦ ଟଙ୍କା, ୬ଟି ମୋବାଇଲ ଫୋନ୍‌ ଜବତ କରିଛି। ପୁଲିସର ସୂଚନା ମୁତାବକ ୪ ମହିଳା ବ୍ରହ୍ମପୁରରୁ ବସ୍‌ ଯୋଗେ ଆସି ଆଜି ସକାଳେ ରାଉରକେଲା ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ବ୍ରହ୍ମପୁର ବସ୍‌ରୁ ଓହ୍ଲାଇବା ପରେ ବିହାର ଯିବାକୁ ନୂଆ ବସ୍‌ଷ୍ଟାଣ୍ଡକୁ ଆସିଥିଲେ। ବସ୍‌ଷ୍ଟାଣ୍ଡରେ ରାଞ୍ଚି ବସ୍‌କୁ ଅପେକ୍ଷା କରିଥିଲେ। ପୁଲିସ ସୂଚନା ପାଇ ବସ୍‌ଷ୍ଟାଣ୍ଡରେ ଚଢ଼ଉ କରି ୪ ମହିଳାଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ଗଞ୍ଜେଇ ଭର୍ତ୍ତି ଏୟାର ବ୍ୟାଗ୍‌ ଜବତ କରିଥିଲା। ତେବେ ଗିରଫ ମହିଳାମାନେ ପୂର୍ବରୁ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ ଥିଲେ କି ନାହିଁ ପୁଲିସ ତଦନ୍ତ କରୁଛି।

Share Now:

Kalinga News Beuro

Next Post

ମୁମ୍ବାଇରେ ପୁଣି ଚିନ୍ତା ବଢ଼ାଇଲା କୋଭିଡ୍‌-୧୯

Mon Mar 8 , 2021
ହୋଇପାରେ ଆଂଶିକ ‘ଲକ୍‌ଡାଉନ୍‌’: ମନ୍ତ୍ରୀ ମୁମ୍ବାଇ: ମହାରାଷ୍ଟ୍ରରେ ପୁର୍ନବାର କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିବା ଘଟଣା ଏବେ ମହାରାଷ୍ଟ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇପଡ଼ିଛି। ବିଶେଷ କରି ମୁମ୍ବାଇ ମହାନଗରୀରେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ମହାରାଷ୍ଟ୍ର ସରକାରଙ୍କ ପାଇ ମୁଣ୍ଡ ବିନ୍ଧାର କାରଣ ହୋଇଛି। ମୁମ୍ବାଇ ମହାନଗରୀରେ ବିଗତ ୧୩୧ ଦିନ ଧରି ନିୟନ୍ତ୍ରଣରେ ରହିବା ପରେ ହଠାତ୍‌ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଗୋଟିଏ […]
ମୁମ୍ବାଇରେ ଚିନ୍ତା ବଢ଼ାଇଲା କୋଭିଡ୍‌-୧୯

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial