ବିନା ଦୋଷରେ ୨୬ ବର୍ଷର ଜେଲ : ୭୦ ବର୍ଷ ବୟସରେ ନ୍ୟାୟ ପାଇଲେ ରାମରତନ

ରାମରତନ

ମୁଜାଫର୍‌ନଗର: ଜୀବନର ପାଖାପାଖି ଅଧା ସମୟ କଟିଗଲା ଜେଲ୍‌ର ୪ କାନ୍ଥ ଭିତରେ, ତାହା ପୁଣି ବିନା ଦୋଷରେ। କଥାଟି ପଢ଼ିବାକୁ ଅଡୁଆ ଲାଗୁଥିଲେ ବି ଏକଦମ ସତ। ବେଆଇନ୍‌ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ୨୬ ବର୍ଷ ଜେଲ୍‌ରେ ରହିବା ପରେ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଅଦାଲତ ନିକଟରେ ନି‌ର୍ଦୋଷରେ ଖଲାସ କରିଛନ୍ତି। ଉତ୍ତରପ୍ରଦେଶର ମୁଜାଫର୍‌ନଗର ଅଞ୍ଚଳର ରୋହନାର ବାସନ୍ଦା ଏହି ବୃଦ୍ଧ ଜଣକ ହେଉଛନ୍ତି ରାମରତନ। ତାଙ୍କୁ ୧୯୯୬ ମସିହା ନଭେମ୍ବର ୨ ତାରିଖରେ ବେଆଇନ୍‌ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ପୁଲିସ୍‌ ଗିରଫ କରି ଜେଲ୍‌ ପଠାଇ ଦେଇଥିଲା। ତା’ପରେ ଜନପଦର ଚିଫ୍ ଜୁଡିସିଆଲ୍ ମାଜି‌ଷ୍ଟ୍ରେଟ୍ (ସିଜିଏମ୍‌ ) କୋର୍ଟରେ ରାମରତନଙ୍କ ବିରୋଧରେ ଥିବା ମକଦ୍ଦମାର ଶୁଣାଣି ଚାଲିଲା। ତାରିଖ ପରେ ତାରିଖ ଗଡ଼ିଲା ସିନା, ନ୍ୟାୟ ମିଳିଲା ନାହିଁ। ପ୍ରାୟ ୨୪ ବର୍ଷ ପରେ ସିଜିଏମ୍‌ ମନୋଜ କୁମାର ଯାଦବ ତାଙ୍କୁ ୨୦୨୦ ସେପ୍ଟେମ୍ବର ୯ରେ ତ‌ାଙ୍କୁ ନିର୍ଦୋଷ ଘୋଷଣା କରିଥି‌ଲେ।
ରାମରତନ ଜେଲ୍‌ ଭୋଗୁଥିଲେ ସତ, ପୁଲିସ୍ କିନ୍ତୁ ତାଙ୍କ ବିରୋଧରେ ବେଆଇନ୍‌ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗକୁ ନେଇ ଅଦାଲତରେ କୌଣସି ପ୍ରମାଣ ଦେଇ ପାରି ନଥିଲା। ଏହାପରେ ବି ରାମରତନଙ୍କ ସମସ୍ୟା ଦୂର ହୋଇନଥିଲା। ୨୦୨୦ ସେପ୍ଟେମ୍ବର ୯ରେ ତାଙ୍କୁ ନିର୍ଦୋଷ ଘୋଷଣା ପରେ ବି ରାଜ୍ୟ ସରକାର ଓ ଜିଲ୍ଲା ଶାସକୀୟ ଅଧିବକ୍ତା ଜିଲ୍ଲା କୋର୍ଟରେ ରାମରତନଙ୍କ ବିରୋଧରେ ଥିବା ମକଦ୍ଦମାର ପୁନଃ ଶୁଣାଣି କରି ଆହୁରି ୨ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲେ। ନିକଟରେ ଜୁନ୍‌ ୨୭ ତାରିଖରେ ସେ ଜେଲ୍‌ରୁ ସଂପୂର୍ଣ୍ଣ ରୂପେ ମୁକ୍ତ ହୋଇଛନ୍ତି। ଏହି ପ୍ରକାରେ ସେ ପ୍ରାୟ ୨୬ ବର୍ଷ ପରେ ଜେଲ୍‌ରୁ ମୁକ୍ତ ହୋଇଛନ୍ତି। ଏହା ମଧ୍ୟରେ ତାଙ୍କୁ ଶୁଣାଣି ପାଇଁ ୪୦୦ ତାରିଖ ମିଳିଛି।

Share Now:

Kalinga News Beuro

Next Post

ଉଦୟପୁର ହତ୍ୟାକାଣ୍ଡ: କୋର୍ଟରେ ହାଜର ହେବା ସମୟରେ ଅଭିଯୁକ୍ତଙ୍କୁ ପିଟିଲେ ଲୋକେ

Sat Jul 2 , 2022
ଉଦୟପୁର: ଜୟପୁରସ୍ଥିତ ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) କୋର୍ଟରେ ଆଜି ହାଜର ହୋଇଥିଲେ ଉଦୟପୁରର ଦର୍ଜି କହ୍ନୈୟାଙ୍କୁ ହତ୍ୟା କରି ଗିରଫ ହୋଇଥିବା ଚାରି ଅଭିଯୁକ୍ତ। ହାଜର ହେବା ପରେ ଦର୍ଜି କହ୍ନୈୟାଙ୍କ ହତ୍ୟାର ସବିଶେଷ ଯାଞ୍ଚ କରିବାକୁ କୋର୍ଟ ଅଭିଯୁକ୍ତ ମହମ୍ମଦ ରିଆଜ ଅଖତାରୀ, ଗୌସ ମହମ୍ମଦ ଏବଂ ସେମାନଙ୍କ ସହଯୋଗୀ ଆସିଫ ଏବଂ ମୋହସିନଙ୍କୁ ୧୦ଦିନିଆ ଏନଆଇଏ ରିମାଣ୍ଡରେ ପଠାଇଛନ୍ତି। ଏହି ସମୟରେ ଉଦୟପୁର ଘଟଣା ବିରୋଧରେ […]
ଉଦୟପୁର ହତ୍ୟାକାଣ୍ଡ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial