ଚିତ୍ରକୋଣ୍ଡାରେ ଜବତ ହେଲା ଅଢ଼େଇ କୋଟିର ଗଞ୍ଜେଇ

ଅଢ଼େଇ କୋଟି ଟଙ୍କାର ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା: ଚିତ୍ରକୋଣ୍ଡାରେ ଅଢ଼େଇ କୋଟି ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଚୋରା ଚାଲାଣ ନିମନ୍ତେ ରଖାଯାଇଥିବା ଗଞ୍ଜେଇକୁ ଗତକାଲି ରାତ୍ରିରେ ଜବତ କରିଛି ଚିତ୍ରକୋଣ୍ଡା ପୁଲିସ। ସୂଚନା ଅନୁଯାୟୀ କୌଣସି ବିଶ୍ବସ୍ତ ସୂଚନା ଆଧାରରେ ଚିତ୍ରକୋଣ୍ଡା ପୁଲିସ ଚିତ୍ରକୋଣ୍ଡା ବ୍ଲକ କପାତୁଟି ଅଞ୍ଚଳରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ଖବର ମିଳିଥିଲା। ତୁରନ୍ତ ଚିତ୍ରକୋଣ୍ଡା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ କପାତୁଟି ପଞ୍ଚାୟତର ଭାଲୁଗୁଡ଼ା ଜଙ୍ଗଲରେ ଚଢ଼ଉ କରିଥିଲା। ଦୂରରୁ ପୁଲିସକୁ ଦେଖି ଗଞ୍ଜେଇ ଚୋରା ଚାଲାଣକାରୀ ଅନ୍ଧାରର ସୁଯୋଗ ନେଇ ଗଞ୍ଜେଇ ଛାଡ଼ି ଜଙ୍ଗଲ ଭିତରକୁ ପଳାୟନ କରିଥିଲେ।
ପୁଲିସ ଘଟଣାସ୍ଥଳରୁ ଜରି ବସ୍ତାରେ ଭର୍ତ୍ତି ହୋଇଥିବା ଗଞ୍ଜେଇ ଜବତ କରି ଚିତ୍ରକୋଣ୍ଡା ଥାନାକୁ ଆଣିଥିଲା। ସେସବୁ ଗଞ୍ଜେଇକୁ ଓଜନ କରାଯିବା ପରେ ତାହା ୨ ଟନ ୫୦୦ କେଜି ଥିବା ଓ ତାହାର ଆନୁମାନିକ ମୂଲ୍ୟ ଦୁଇ କୋଟି ପଚାଶ ଲକ୍ଷ ହେବ ବୋଲି ଆକଳନ କରାଯାଇଥିବା ବେଳେ କୌଣସି ଆସାମୀ ଧରା ପଡିନଥିବା ଚିତ୍ରକୋଣ୍ଡା ଆଇ ଆଇ ସି ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି। ଆସାମୀମାନେ ଗଞ୍ଜେଇ ଚାଲାଣ କରିବା ପୂର୍ବରୁ ପୁଲିସ ପହଞ୍ଚିବା ଦେଖି ଘଟଣାସ୍ଥଳରୁ ଅନ୍ଧାର ଓ ଜଙ୍ଗଲର ସୁବିଧା ନେଇ ଫେରାର ହୋଇ ଯାଇଥିଲେ। ବର୍ତ୍ତମାନ ଚିତ୍ରକୋଣ୍ଡା ପୁଲିସ କାହାର ଗଞ୍ଜେଇ ଓ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି, ତାହା ଉପରେ ଅଧିକା ଛାନଭିନ୍ ଆରମ୍ଭ କରିଛି। ଏନେଇ ସୂଚନା ଦେଇଛନ୍ତି ଥାନାଧିକାରୀ ମୁକୁନ୍ଦ ମେଲକା।

Share Now:

Kalinga News Beuro

Next Post

ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯିବା ନେଇ ନିଷ୍ପତ୍ତି ନେବେ ସରକାର: ପରିବାର କଲ୍ୟାଣ ନିର୍ଦ୍ଦେଶକ

Tue Apr 11 , 2023
ଭୁବନେଶ୍ୱର: କୋଭିଡ ଟିକା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କେନ୍ଦ୍ରକୁ ଚିଠି ଲେଖିଥିବା ଜଣାଯାଇଛି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଏଥିଲାଗି ୫୦ହଜାର ଟୀକା ପାଇଁ କେନ୍ଦ୍ରକୁ ଚିଠି ଲେଖାଯାଇଚି। ତେବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନିଷ୍ପତ୍ତି ନେବେ ସରକାର। ସଂକ୍ରମଣର ଭୟାବହତା କମ ଅଛି। ସେତେ ସିରିୟସ ହେଉନାହାନ୍ତି ରୋଗୀ। ମେଡିକାଲରେ ବି […]
ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial