ଷ୍ଟେସନ୍‌ରୁ ଗଞ୍ଜେଇ ସହ ଧରାହେଲେ ୨ କିନ୍ନର

ଷ୍ଟେସନ୍‌ରୁ ଗଞ୍ଜେଇ ସହ ଧରାହେଲେ ୨ କିନ୍ନର

ଭୁବନେଶ୍ବର: ଭୁବନେଶ୍ବର ରେଳ ଷ୍ଟେସନରୁ ପୁଣି ଜବତ ହୋଇଛି ଗଞ୍ଜେଇ। ଗଞ୍ଜେଇ ଚୋରା ଚାଲାଣ ବେଳେ ପୁରୁଷ, ମହିଳା ବାରମ୍ବାର ଧରାପଡ଼ିବା ପରେ ଅନ୍ତଃରାଜ୍ୟ ବେପାରୀ ଏବେ କିନ୍ନରଙ୍କୁ ଟାର୍ଗେଟ କରିଛନ୍ତି। ଟ୍ରେନ୍‌ରେ ଗଞ୍ଜେଇ ନେଇ ଅହମ୍ମଦାବାଦ ବାହାରୁଥିବା ବେଳେ ଆରପିଏଫ୍‌ କ୍ରାଇମବ୍ରାଞ୍ଚ ଦୁଇଜଣ କିନ୍ନରଙ୍କୁ ଧରିଛି। ସେମାନଙ୍କ ପାଖରେ ଥିବା ହ୍ୟାଣ୍ଡବ୍ୟାଗ ଓ ସୁଟ୍‌କେସ୍‌ରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି। ପୁରୀ ଗୁଜରାଟ ଗାନ୍ଧୀଧାମ ଏକ୍ସପ୍ରେସରେ ସେମାନେ ଅହମ୍ମଦାବାଦ ଯିବା ପାଇଁ ଭୁବନେଶ୍ବର ରେଳ ଷ୍ଟେସନ ‘ରେଲଓ୍ବେ ମେଲ ସର୍ଭିସ’ ଅଫିସ ସାମ୍ନାରେ ଅପେକ୍ଷା କରିଥିବା ବେଳେ ଧରାପଡ଼ିଛନ୍ତି। ଅଭିଯୁକ୍ତମାନେ ହେଉଛନ୍ତି, ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା ଓ ବସନ୍ତ ସ୍ବାଇଁ ଓରଫ ବାସନ୍ତୀ। ପଚରାଉଚରା ବେଳେ ଜଣାପଡ଼ିଛି କି, ଟ୍ରେନ୍‌ରେ ପଇସା ମାଗୁଥିବାବେଳେ ଏମାନେ ଅହମ୍ମଦାବାଦ୍‌ର ଜଣେ ବଡ଼ ଗଞ୍ଜେଇ ବେପାରୀ ସଂସ୍ପର୍ଶରେ ଆସିଥିଲେ।
କିନ୍ନରଙ୍କୁ ସାଧାରଣତଃ ଚେକିଂ କମ୍‌ ହେଉଥିବା କିମ୍ବା ସେମାନେ ଅତି ସହଜରେ ଚେକିଂରୁ ବର୍ତ୍ତିବା ପାଇଁ କୌଶଳ ଜାଣିଥିବାରୁ ସେମାନେ ଏହି ବେପାରରେ ଅଳ୍ପ ପରିଶ୍ରମରେ ଲକ୍ଷଲକ୍ଷ ଟଙ୍କା କମାଇ ପାରିବେ ବୋଲି ବେପାରୀ ପରାମର୍ଶ ଦେଇଥିଲା। ୪ ଦିନ ତଳେ ୧୫ କେଜି ଗଞ୍ଜେଇ ଆଣିବା ପାଇଁ ସମ୍ପୃକ୍ତ ବେପାରୀ ଉଭୟ କିନ୍ନରଙ୍କୁ କହିଥିଲା। ସେମାନେ ଗତକାଲି ପ୍ରଶାନ୍ତୀ ଏକ୍ସପ୍ରେସରେ ବାଲୁଗାଁରୁ ଗଞ୍ଜେଇ ଆଣି ଭୁବନେଶ୍ବର ଆସିଥିଲେ। ପରେ ଗାନ୍ଧୀଧାମ ଏକ୍ସପ୍ରେସରେ ଗତକାଲି ରାତି ପ୍ରାୟ ୯ଟା ବେଳେ ଭୁବନେଶ୍ବର ଷ୍ଟେସନରୁ ଅହମ୍ମଦାବାଦ ଯିବା ପାଇଁ ଟ୍ରେନ୍‌କୁ ଅପେକ୍ଷା କରିଥିଲେ। ତେବେ ସୂଚନା ପାଇ ରାତି ୮ଟା ବେଳେ ଆରପିଏଫ୍‌ କ୍ରାଇମବ୍ରାଞ୍ଚ ଟିମ୍‌ ଉଭୟଙ୍କୁ ଧରିଥିଲା। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share Now:

Kalinga News Beuro

Next Post

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଓ ବର୍ଷା ସମ୍ଭାବନା

Wed Jun 30 , 2021
ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ପ୍ରକାଶ। କାଳବୈଶାଖୀ ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୁରଭଞ୍ଜ ଓ ରାୟଗଡ଼ା ଆଦି ରହିଛି। ଏହିସବୁ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ […]
କାଳବୈଶାଖୀ ଓ ବର୍ଷା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial