ଭୁବନେଶ୍ୱର : କିଛି ଦିନ ହେଲା ଏକ ଲୁଟେରା ଗ୍ୟାଙ୍ଗ୍ ରାଜଧାନୀରେ ମାତିଛନ୍ତି। ୫ ଦିନ ଭିତରେ ଏହି ଗ୍ୟାଙ୍ଗ୍ ବ୍ୟବସାୟୀଙ୍କୁ ଟାର୍ଗେଟ୍ କରି ୧୨ ଲକ୍ଷ ୩୫ ହଜାର ଟଙ୍କା ଝାମ୍ପି ନେଲେଣି। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ ତନାଘନା ଚଳାଇଥିଲେ ବି ସେମାନଙ୍କ ଟେର୍ ପାଉନାହିଁ। ସ୍ପେସାଲ ସ୍କ୍ବାଡ୍ ଓ ଅନ୍ୟ ଦୁଇଟି ଟିମ୍ ସେମାନଙ୍କୁ ଠାବ କରିବା ପାଇଁ ତନାଘନା ଚଳାଇଛନ୍ତି। ବ୍ୟାଙ୍କ ନିକଟରୁ ସିସିଟିଭି ଫୁଟେଜ୍ ସଂଗ୍ରହ କରିବା ସହ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ଗୁରୁବାର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଣେ ବୃଦ୍ଧଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ସେହିପରି ଖାରବେଳନଗର ଅଞ୍ଚଳରେ ଜଣେ ଖୁଚୁରା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ୫ଲକ୍ଷ ୨୫ ହଜାର ଝାମ୍ପି ନେଇଥିଲେ। ଲୁଟ୍ର ଶିକାର ହୋଇଥିଲେ ବାଳକାଟି ଅଞ୍ଚଳର ଗୋଲକ ବିହାରୀ ସାହୁ। ସେ ବିଭିନ୍ନ ସପିଂ ମଲ୍, ସୋ’ରୁମ୍ରେ ଖୁଚୁରା କଏନ୍ ଓ ନୋଟ୍ ଦିଅନ୍ତି। ଲୁଟେରାମାନଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ ଚାଲିଛି ଓ ଖୁବ୍ ଶୀଘ୍ର ସେମାନେ ପୁଲିସ ହାତରେ ଧରାପଡ଼ିବେ ବୋଲି ଜଣେ ଅଧିକାରୀ କହିଛନ୍ତି।
ରାଜଧାନୀରେ ମାତିଛନ୍ତି ଲୁଟେରା: ୫ ଦିନରେ ଝାମ୍ପିନେଲେଣି ସାଢ଼େ ୧୨ ଲକ୍ଷ

Share Now: