ପ୍ରଭାତ ତ୍ରିପାଠୀଙ୍କୁ ‘ଇଡି’ର ମାରାଥନ ଜେରା : ୯ ଘଣ୍ଟା ପରେ ବାହାରିଲେ ପୂର୍ବତନ ବିଧାୟକ

ପ୍ରଭାତ ତ୍ରିପାଠୀ

ଭୁବନେଶ୍ବର: ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇ ମାମଲାରେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ‘ଇଡି’ ଆଜି ମାରାଥନ ଜେରା କରିଛି। ଦୀର୍ଘ ୯ଘଣ୍ଟାରୁ ଅଧିକ ସମୟ ଜେରା ପରେ ପ୍ରଭାତ ବାହାରିଛନ୍ତି। ସିବିଆଇରେ ଥିବା ମାମଲା ଉପରେ ମୋତେ ଡାକିଥିଲେ ‌ବୋଲି ପ୍ରଭାତ କହିଛନ୍ତି। ମୋର ଆକାଉଣ୍ଟ ଷ୍ଟେଟମେଣ୍ଟକୁ ଚେକ୍ କରିବାକୁ ଡାକିଥିଲେ। ଅର୍ଥତତ୍ତ୍ୱ ଗୃପ ସହ ଟଙ୍କା କାରବାର ନେଇ ଚାଲିଥିଲା ପଚରାଉଚୁରା। ଅର୍ଥତତ୍ତ୍ୱ ଗୃପକୁ ଅହେତୁକ ଅନୁକମ୍ପା ଦେଖାଇଥିବା ଓ ୪୨ ଲକ୍ଷ ଟଙ୍କା କାରବାର ହୋଇଥିବା ଅଭିଯୋଗରେ ୨୦୧୪ ଅକ୍ଟୋବର ୩୧ରେ ଗିରଫ ହୋଇଥିଲେ ପ୍ରଭାତ ଓ ୨୦୧୫ ମାର୍ଚ୍ଚରେ ଜାମିନ ପାଇଥିଲେ। ୨୦୧୯ରେ ଇଡିରେ ହାଜର ହୋଇଥିଲେ। ପୁଣି ଆଜି ସକାଳୁ ୧୦ଟାରୁ ଆର୍ଥିକ କାରବାର ନେଇ ଇଡିର ୫ ଜଣିଆଟିମ ପଚାରଉଚରା କରିଥିଲା।

Share Now:

Kalinga News Beuro

Next Post

ଆଜି ବିଶ୍ବ ସାଇକେଲ୍‌ ଦିବସ : ଅଲୋଡ଼ା ମୋ’ ସାଇକେଲ୍‌

Fri Jun 3 , 2022
ଭୁବନେଶ୍ବର: ପରିବହନର ମାଧ୍ୟମ ନୁହେଁ, ବରଂ ସାଇକେଲ୍‌ ଚାଳନା ଦ୍ବାରା ମଧୁମେହ ନିୟନ୍ତ୍ରିତ ହେବା ସହ ହୃଦ୍‌ଘାତର ଆଶଙ୍କା ମଧ୍ୟ କମିଥାଏ। ବଡ଼ କଥା ହେଉଛି ଏହା ଜଳବାୟୁ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇଥାଏ। ଯେଉଁଥିପାଇଁ ସାଇକେଲ୍‌ ପାଇଁ ଗୋଟିଏ ଦିନ ସମର୍ପିତ କରାଯାଇଛି। ଆସନ୍ତାକାଲି ପାଳିତ ହେବାକୁ ଯାଉଛି ବିଶ୍ବ ସାଇକେଲ ଦିବସ। ପରିବେଶକୁ ସୁସ୍ଥ ରଖିବା ସହ ପ୍ରତ୍ୟେକଙ୍କୁ ଫିଟ୍‌ ରଖୁଥିବା ଏହି ସାଇକେଲ୍‌ ମହତ୍ବକୁ […]
ଆଜି ବିଶ୍ବ ସାଇକେଲ୍‌ ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial